ଭବିଷ୍ୟ କହେ ରାତିର ସ୍ବପ୍ନ, ଶାସ୍ତ୍ରରେ ରହିଛି ଏହା ପଛର କାରଣ

ରାତିରେ ଶୋଇବା ପରେ ଆମେ ଅନେକ ଅଜବ ସ୍ବପ୍ନ ଦେଖିଥାଉ । କିଛି ସ୍ବପ୍ନ ଆଖି ବନ୍ଦ କରୁକରୁ ଏମିତି ଆସିଥାଏ ଯେମିତି ବାସ୍ତବରେ ସେମିତି କିଛି ଘଟିଯାଉଛି । ଏହି ସମୟରେ ହଠାତ୍‌ ନିଦ ଭାଙ୍ଗି ଯାଏ। ଆପଣ ନିଶ୍ଚିତ ଭାବେ ଅନେକ ସମୟରେ ଅନୁଭବ କରୁଥିବେ ଯେ, ରାତିରେ ଦେଖୁଥିବା କିଛି ସ୍ବପ୍ନ ଭବିଷ୍ୟତରେ ସତ ହେଉଛି । ଅର୍ଥାତ ସ୍ବପ୍ନ ବାସ୍ତବତାରେ ବଦଳି ଯାଉଛି । ଆଉ ଏଥିପାଇଁ ଶୋଇବାବେଳେ ଦେଖୁଥିବା ସ୍ବପ୍ନ […] The post ଭବିଷ୍ୟ କହେ ରାତିର ସ୍ବପ୍ନ, ଶାସ୍ତ୍ରରେ ରହିଛି ଏହା ପଛର କାରଣ appeared first on Dharitri Odia News.

ଭବିଷ୍ୟ କହେ ରାତିର ସ୍ବପ୍ନ, ଶାସ୍ତ୍ରରେ ରହିଛି ଏହା ପଛର କାରଣ

ରାତିରେ ଶୋଇବା ପରେ ଆମେ ଅନେକ ଅଜବ ସ୍ବପ୍ନ ଦେଖିଥାଉ । କିଛି ସ୍ବପ୍ନ ଆଖି ବନ୍ଦ କରୁକରୁ ଏମିତି ଆସିଥାଏ ଯେମିତି ବାସ୍ତବରେ ସେମିତି କିଛି ଘଟିଯାଉଛି । ଏହି ସମୟରେ ହଠାତ୍‌ ନିଦ ଭାଙ୍ଗି ଯାଏ। ଆପଣ ନିଶ୍ଚିତ ଭାବେ ଅନେକ ସମୟରେ ଅନୁଭବ କରୁଥିବେ ଯେ, ରାତିରେ ଦେଖୁଥିବା କିଛି ସ୍ବପ୍ନ ଭବିଷ୍ୟତରେ ସତ ହେଉଛି । ଅର୍ଥାତ ସ୍ବପ୍ନ ବାସ୍ତବତାରେ ବଦଳି ଯାଉଛି । ଆଉ ଏଥିପାଇଁ ଶୋଇବାବେଳେ ଦେଖୁଥିବା ସ୍ବପ୍ନ କିମ୍ବା ପାହାନ୍ତିଆ ସ୍ବପ୍ନ ସତ ହୁଏ ବୋଲି କହିଥାଉ। ହେଲେ ଆମେ ଶୋଇଥିବାବେଳେ ଦେଖୁଥିବା ସ୍ବପ୍ନ କେମିତି ସତ ହୋଇଯାଏ ? ଏନେଇ କେବେ ଭାବିଛନ୍ତି? ସ୍ବପ୍ନ, ଜୀବନରେ କଣ ପ୍ରଭାବ ପକାଇଥାଏ। ଏସବୁ ସ୍ବପ୍ନ ଶାସ୍ତ୍ରରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି । ସ୍ବପ୍ନ ଶାସ୍ତ୍ରରେ ତିନୋଟି ସ୍ବପ୍ନ ବିଷୟରେ କହୁଯାଇଛି। ଯଦି ଆପଣ ଏହି ତିନୋଟି ସ୍ବପ୍ନ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇପାରେ । ଆସନ୍ତୁ ଜାଣିବା ଏହି ତିନୋଟି ସ୍ବପ୍ନ କ’ଣ ?

विवाह के संकेत का सपना

ସ୍ବପ୍ନ ଶାସ୍ତ୍ର ଅନୁସାରେ, ଯଦି ଆପଣ ସ୍ବପ୍ନରେ ଝରଣା ଦେଖୁଛନ୍ତି ତେବେ ଆପଣଙ୍କ ଜୀବନରେ ଶୁଭ ସମୟ ଆସୁଛି । ଆପଣଙ୍କ ଜୀବନରେ ଆଗକୁ ଭଲ ସମୟ ଆସିବା ସହ ଅଧିକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ହେଲେ ଯଦି ଆପଣ ସ୍ବପ୍ନରେ ଆବର୍ଜନାପୂର୍ଣ୍ଣ ଝରଣା ବୋହୁଥିବାର ଦେଖନ୍ତି ତେବେ ଏହାକୁ ସ୍ବପ୍ନ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି ।

Waterfall Dream Meaning & Spiritual Messages Explained

ସେହିପରି ଯଦି ସ୍ବପ୍ନରେ ଶିବ ଲିଙ୍ଗରେ କ୍ଷୀର ଢାଳୁଥିବାର ସ୍ବପ୍ନ ଦେଖନ୍ତି ତେବେ ଏହା ଶୁଭ ସଙ୍କେତ ଦେଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କର ଧନ ପ୍ରାପ୍ତିର ଯୋଗ ରହିଛି । ଏପରି ସ୍ବପ୍ନ ଖୁବ ଭାଗ୍ୟଶାଳୀ ଲୋକଙ୍କୁ ଆସିଥାଏ।

From Shivling to Snake, Exploring Mystical Dreams of Bholenath | NewsTrack  Hindi 1

ରାତିରେ ଶୋଇବା ପରେ ଆମେ ଆକଶରେ ଉଡୁଥିବା ଭଳି ଅଜବ ସ୍ବପ୍ନ ଦେଖିଥାଉ । ହେଲେ ଜାଣିଛନ୍ତି ଏହି ସ୍ବପ୍ନ ପଛରେ ମଧ୍ୟ ଅନେକ କାରଣ ରହିଛି । ସ୍ବପ୍ନ ଶାସ୍ତ୍ର ଅନୁସାରେ, ଯଦି ଏପରି ସ୍ବପ୍ନ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଶୁଭଦାୟକ ହୋଇଥାଏ । ଏପରି ସ୍ବପ୍ନ ଦେଖୁଥିଲେ ଆପଣଙ୍କ ଜୀବନରେ ଖରାପ ସମୟ ସରି ଶୁଭ ସମୟ ଆରମ୍ଭ ହେଉଛି । ଯେକୌଣସି କାମ କରିବାକୁ ଗଲେ ସେଥିରେ ସଫଳ ହେବେ ।

What Does It Mean When You Dream About Flying? | Keen

ତେବେ ଆମେ ଏଠାରେ କହିରଖୁଛୁ ଉପରୋକ୍ତ ସମସ୍ତ ସୂଚନା ଲୋକକଥା ଅନୁସାରେ ରହିଛି । ଯାହା ସ୍ବପ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଧରିତ୍ରୀ ଏନେଇ କୌଣସି ପ୍ରମାଣ ପାଇନାହିଁ।

 

The post ଭବିଷ୍ୟ କହେ ରାତିର ସ୍ବପ୍ନ, ଶାସ୍ତ୍ରରେ ରହିଛି ଏହା ପଛର କାରଣ appeared first on Dharitri Odia News.