ଭରଣପୋଷଣ ପାଇଁ ୬ ବିବାହ, ୭ମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାବେଳେ ଧରାପଡିଲେ ମହିଳା

ନୂଆଦିଲ୍ଲୀ ୧୯।୦୮; ଛାଡ଼ପତ୍ର, ଭରଣପୋଷଣକୁ ପେସା କରିଥିଲେ ମହିଳା । ଜଣେ କି ଦୁଇ  ଜଣ ନୁହେଁ, ୬ ଜଣଙ୍କୁ ବିବାହ ପରେ ଛାଡ଼ପତ୍ର ଦେଇ ସେମାନଙ୍କଠାରୁ  ଭରଣପୋଷଣ ନେଇଥିଲେ । ୭ମ  ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାବେଳେ  ମହିଳାଙ୍କ ପୂର୍ବ କାରନାମା  କଥା ପଦାକୁ ଆସିଛି ।  ଘଟଣାଟି କର୍ଣ୍ଣାଟକର  ହୋଇଥିବାବେଳେ ତାଙ୍କ  ବିରୋଧରେ ମାମଲା   ହୋଇଛି । ଏହାର ଏକ  ଭିଡିଓ ସୋସିଆଲ  ମିଡିଆରେ ମଧ୍ୟ   ଭାଇରାଲ ହେଉଛି ।  ଭିଡିଓରେ ଜଣେ ବିଚାରପତି  ମହିଳାଙ୍କ ଛାଡ଼ପତ୍ର ମାମଲାର ବିଚାରବେଳେ ତାଙ୍କ ୬ ପୂର୍ବତନ  ସ୍ୱାମୀଙ୍କ କଥା କହୁଥିବା ଦେଖିବାକୁ ମିଳିଛି, ଯେଉଁମାନଙ୍କଠାରୁ ମହିଳା ଜଣକ ଛାଡ଼ପତ୍ର ପରେ ଭରଣପୋଷଣ ନେଇସାରିଛନ୍ତି ।  ମହିଳା ଜଣକ ୭ମ ଥର ଲାଗି ଛାଡ଼ପତ୍ର ପାଇଁ କୋର୍ଟରେ  ପହଞ୍ଚିବା ପରେ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।  ବିଚାରପତି ମହିଳାଙ୍କୁ ପଚାରିଥିଲେ ଯେ, ‘ଏ କ’ଣ ତୁମ ୭ମ  ସ୍ୱାମୀ’ । ପରେ ଜଣାପଡ଼ିଥିଲା ଯେ, ମହିଳା ଜଣକ କାହାକୁ ବିବାହ କରିବା  ପରେ ତାଙ୍କ ସହ ୬ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ରହୁଥିଲେ । ପରେ ସେହି  ବ୍ୟକ୍ତିଙ୍କୁ ଛାଡ଼ପତ୍ର ଦେଇ ଭରଣପୋଷଣ ଦାବି କରୁଥିଲେ । ମହିଳା ଜଣକ  ଆଇନ ସହ ଖେଳୁଥିବା ବିଚାରପତି ତାଙ୍କୁ କହିଥିଲେ । ପରେ ଛାଡ଼ପତ୍ର  ମାମଲାର ପରବର୍ତ୍ତୀ  ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ  କରିବା ସହ ମହିଳା ଜଣକ  ନିଜ ୬ ପୂର୍ବତନ ସ୍ୱାମୀଙ୍କ ବାବଦରେ ବିସ୍ତୃତ ଭାବେ ଜଣାଇବାକୁ ନିର

ଭରଣପୋଷଣ ପାଇଁ ୬ ବିବାହ, ୭ମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାବେଳେ ଧରାପଡିଲେ ମହିଳା

ନୂଆଦିଲ୍ଲୀ ୧୯।୦୮; ଛାଡ଼ପତ୍ର, ଭରଣପୋଷଣକୁ ପେସା କରିଥିଲେ ମହିଳା । ଜଣେ କି ଦୁଇ  ଜଣ ନୁହେଁ, ୬ ଜଣଙ୍କୁ ବିବାହ ପରେ ଛାଡ଼ପତ୍ର ଦେଇ ସେମାନଙ୍କଠାରୁ  ଭରଣପୋଷଣ ନେଇଥିଲେ । ୭ମ  ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାବେଳେ  ମହିଳାଙ୍କ ପୂର୍ବ କାରନାମା  କଥା ପଦାକୁ ଆସିଛି ।  ଘଟଣାଟି କର୍ଣ୍ଣାଟକର  ହୋଇଥିବାବେଳେ ତାଙ୍କ  ବିରୋଧରେ ମାମଲା   ହୋଇଛି । ଏହାର ଏକ  ଭିଡିଓ ସୋସିଆଲ  ମିଡିଆରେ ମଧ୍ୟ   ଭାଇରାଲ ହେଉଛି ।  

ଭିଡିଓରେ ଜଣେ ବିଚାରପତି  ମହିଳାଙ୍କ ଛାଡ଼ପତ୍ର ମାମଲାର ବିଚାରବେଳେ ତାଙ୍କ ୬ ପୂର୍ବତନ  ସ୍ୱାମୀଙ୍କ କଥା କହୁଥିବା ଦେଖିବାକୁ ମିଳିଛି, ଯେଉଁମାନଙ୍କଠାରୁ ମହିଳା ଜଣକ ଛାଡ଼ପତ୍ର ପରେ ଭରଣପୋଷଣ ନେଇସାରିଛନ୍ତି ।  ମହିଳା ଜଣକ ୭ମ ଥର ଲାଗି ଛାଡ଼ପତ୍ର ପାଇଁ କୋର୍ଟରେ  ପହଞ୍ଚିବା ପରେ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।  ବିଚାରପତି ମହିଳାଙ୍କୁ ପଚାରିଥିଲେ ଯେ, ‘ଏ କ’ଣ ତୁମ ୭ମ  ସ୍ୱାମୀ’ । ପରେ ଜଣାପଡ଼ିଥିଲା ଯେ, ମହିଳା ଜଣକ କାହାକୁ ବିବାହ କରିବା  ପରେ ତାଙ୍କ ସହ ୬ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ରହୁଥିଲେ । 

ପରେ ସେହି  ବ୍ୟକ୍ତିଙ୍କୁ ଛାଡ଼ପତ୍ର ଦେଇ ଭରଣପୋଷଣ ଦାବି କରୁଥିଲେ । ମହିଳା ଜଣକ  ଆଇନ ସହ ଖେଳୁଥିବା ବିଚାରପତି ତାଙ୍କୁ କହିଥିଲେ । ପରେ ଛାଡ଼ପତ୍ର  ମାମଲାର ପରବର୍ତ୍ତୀ  ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ  କରିବା ସହ ମହିଳା ଜଣକ  ନିଜ ୬ ପୂର୍ବତନ ସ୍ୱାମୀଙ୍କ ବାବଦରେ ବିସ୍ତୃତ ଭାବେ ଜଣାଇବାକୁ ନିର୍ଦ୍ଦେଶ  ଦେଇଛନ୍ତି । ଏହି ଭିଡିଓ ଉପରେ ଅନେକ ୟୁଜର୍ସ ନିଜ ପ୍ରତିକ୍ରିୟା ରଖି   ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି