ଭରତପୁର ଘଟଣା: ଆସନ୍ତା ୨୪ରେ ଭୁବନେଶ୍ବର ବନ୍ଦ ପାଳିବ BJD
ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।
ଭରତପୁର ଥାନା ନିର୍ଯାତନା ପ୍ରତିବାଦରେ ବନ୍ଦ ଡାକରା। ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।
ସକାଳ ୬ଟାରୁ ଭୁବନେଶ୍ବର ବନ୍ଦ ପାଳନ କରିବ ବିଜେଡି। ଦଳ ଅଭିଯୋଗ କରିଛି, ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଥିଲା। ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି। ଜବାବରେ ବିଜେପି କହିଛି, ବିଗତ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତି କଣ ଥିଲା ଲୋକ ଜାଣନ୍ତି। କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୋଷୀ ନିଶ୍ଚିତ ଦଣ୍ଡ ପାଇବେ। ଏବେ ତିଳକୁ ତାଳ କରୁଛି ବିଜେଡି।
ଏପଟେ ଭୁବନେଶ୍ବର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ବାନ୍ଧବୀଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବା ବେଳେ ପୀଡ଼ିତାଙ୍କ ଲାଏ ଡିଟେକ୍ସନ ପାଇଁ କୋର୍ଟରୁ ଅନୁମତି ଲୋଡିବ କ୍ରାଇମବ୍ରାଞ୍ଚ। ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ଜାତୀୟ ମହିଳା କମିଶନଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିସାରିଛି।
ଅନ୍ୟପଟେ ମୂଳ ମାମଲା ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ରୋଡ ରୋମିଓ ଦଇରାଣ କରିବା ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ପରେ ଜାମିନ ମିଳିସାରିଛି। ଗିରଫର ମାତ୍ର ୪ ଘଣ୍ଟା ପରେ ୭ ଅଭିଯୁକ୍ତଙ୍କୁ ବେଲ୍ ମିଳିଥିଲା। ଗତ ୧୫ ତାରିଖ ରାତି ୨ଟାରେ ମେଜର ଓ ତାଙ୍କ ବାନ୍ଧବୀ ରାସ୍ତାରେ ଫେରୁଥିବା ବେଳେ ଝାମେଲା କରିଥିଲେ ୭ ଅଭିଯୁକ୍ତ ।