ଭରତପୁର ଘଟଣା: କାଲି ହେବ ମିଛ ସତର ପରୀକ୍ଷା, ଗୁଜୁରାଟ ଯିବେ….

ଭୁବନେଶ୍ୱର,୨୮।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ  ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଆଉ ୪ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ ଟେଷ୍ଟ ହେବ। ଏଥିଲାଗି ସେମାନଙ୍କୁ ନେଇ  ରବିବାର କ୍ରାଇମବ୍ରାଞ୍ଚ ଟିମ୍‌ ଗୁଜରାଟ ଯିବ। ସୋମବାର ଭରତପୁର ଥାନାର ନିଲମ୍ବତତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ, ବ୍ରେନ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ । ଏଥିସହ ଅନ୍ୟ ଚାରି ନିଲମ୍ବିତ ପୋଲିସ ଅଧିକାରୀଙ୍କର ମଧ୍ୟ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ […] The post ଭରତପୁର ଘଟଣା: କାଲି ହେବ ମିଛ ସତର ପରୀକ୍ଷା, ଗୁଜୁରାଟ ଯିବେ…. appeared first on Dharitri Odia News.

ଭରତପୁର ଘଟଣା: କାଲି ହେବ ମିଛ ସତର ପରୀକ୍ଷା, ଗୁଜୁରାଟ ଯିବେ….
ଭୁବନେଶ୍ୱର,୨୮।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ  ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଆଉ ୪ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ ଟେଷ୍ଟ ହେବ। ଏଥିଲାଗି ସେମାନଙ୍କୁ ନେଇ  ରବିବାର କ୍ରାଇମବ୍ରାଞ୍ଚ ଟିମ୍‌ ଗୁଜରାଟ ଯିବ।
ସୋମବାର ଭରତପୁର ଥାନାର ନିଲମ୍ବତତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ, ବ୍ରେନ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ । ଏଥିସହ ଅନ୍ୟ ଚାରି ନିଲମ୍ବିତ ପୋଲିସ ଅଧିକାରୀଙ୍କର ମଧ୍ୟ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ କରାଯିବ । ଟେଷ୍ଟ ରିପୋର୍ଟ ଆସିବା ପରେ ପୋଲିସ  କେତେ ସତ କହୁଛି ତାହା ଉପରୁ ପରଦା ହଟିବ  ।
ପୂର୍ବରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ ମ୍ୟାପିଂ ଓ ନାର୍କୋ ଟେଷ୍ଟ ନିମନ୍ତେ ଭୁବନେଶ୍ୱର ଏସ୍‌ଡିଜେଏମ କୋର୍ଟ ଅନୁମତି ପ୍ରଦାନ କରିଥିଲେ । ପରେ ଅନ୍ୟମାନଙ୍କ ପଲିଗ୍ରାଫ ଟେଷ୍ଟ ନିମନ୍ତେ ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା। ଏଥିନିମନ୍ତେ ମଧ୍ୟ  ଅନୁମତି ମିଳିସାରିଛି।
ଏହି ୪ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ନିଲମ୍ବିତ ହୋଇଥିବା ଜଣେ ମହିଳା ସବ-ଇନ୍ସପେକ୍ଟର ଓ ୨ ମହିଳା ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର।  ଏହି ତିନି ଜଣଙ୍କ ସହିତ ସେଦିନ ସେଠାରେ ଉପସ୍ଥିତ ଆଉ ଜଣେ ପୁଲିସ ଅଧିକାରୀଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ ହେବ। ସେଥିପାଇଁ ସେମାନଙ୍କୁ ଗୁଜରାଟର ଗାନ୍ଧିନଗର ନିଆଯିବ। କିନ୍ତୁ ନିଲମ୍ବିତ କନଷ୍ଟେବଲଙ୍କର କୌଣସି ଟେଷ୍ଟ କରାଯିବ ନାହିଁ।

The post ଭରତପୁର ଘଟଣା: କାଲି ହେବ ମିଛ ସତର ପରୀକ୍ଷା, ଗୁଜୁରାଟ ଯିବେ…. appeared first on Dharitri Odia News.