ଭରତପୁର ଥାନା ଘଟଣା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ

ଭୁବନେଶ୍ବର: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଏହି ଘଟଣାକୁ ନେଇ ବଡ଼ ଅପଡ଼େଟି ଆସିଛି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ୫ ନିଲମ୍ବିତ ପୁଲିସ । ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ନିଲମ୍ବିତ ପୋଲିସ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ଖବର ଅନୁଯାୟୀ, ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ନିଲମ୍ବିତ ପୁଲିସ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ […]

ଭରତପୁର ଥାନା ଘଟଣା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ
bharatpur-police-station

ଭୁବନେଶ୍ବର: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଏହି ଘଟଣାକୁ ନେଇ ବଡ଼ ଅପଡ଼େଟି ଆସିଛି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ୫ ନିଲମ୍ବିତ ପୁଲିସ । ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ନିଲମ୍ବିତ ପୋଲିସ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।

ଖବର ଅନୁଯାୟୀ, ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ନିଲମ୍ବିତ ପୁଲିସ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ପଲିଗ୍ରାଫ ଟେଷ୍ଟ ପାଇଁ  କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ ଏସଡିଜେଏମ୍ କୋର୍ଟ । ପଲିଗ୍ରାଫ ସହ ଆବଶ୍ୟକ ସ୍ଥଳେ ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ଟେଷ୍ଟ ହେବ  ହୋଇପାରେ ବୋଲି କ୍ରାଇମବ୍ରାଞ୍ଚ କହିଥିଲା।