ଭରତପୁର ଥାନା ଘଟଣାରେ ମୁହଁ ଖୋଲିଲେ ଉପ-ମୁଖ୍ୟମନ୍ତ୍ରୀ, କହିଲେ ଘଟଣାକୁ ରାଜନୀତି କରନି

କଟକ ୨୧/୦୯: ଭରତପୁର ଥାନାରେ ଘଟିଥିବା ଚର୍ଚ୍ଚିତ ଘଟଣାକୁ ନେଇ ରାଜନୀତି କରାନଯାଉ । ସରକାର ଉଚିତ ପଦକ୍ଷେପ ନେଇଛନ୍ତି, ବିରୋଧୀ ତାକୁ ରାଜନୀତିର ରୂପ ନଦିଅନ୍ତୁ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ସେନା ଅଧିକାରୀ ଓ ତାଙ୍କ ଵାନ୍ଧଵୀଙ୍କୁ ଭରତ ପୁର ଥାନାରେ ଦୁର୍ବ୍ୟବହାର ପ୍ରଦର୍ଶନ ଓ ମାଡ ମରାଯିବା ଭଳି ଅଭିଯୋଗ ହୋଇଛି। ଯାହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ନବୀନଙ୍କ ସମାଲୋଚନାର ଜବାବ ରଖିଛନ୍ତି ଡେପୁଟି ସିଏମ କେ.ଭି ସିଂ ଦେଓ । କେଭି କହିଛନ୍ତି ଗତ ୨୪ ବର୍ଷ ଭିତରେ ଅନେକ ସଂଗୀନ ଅପରାଧ ହୋଇଛି, ସେଥି ମଧ୍ୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମାମଲାରେ ପୂର୍ବ ସରକାର କଣ କରିଛନ୍ତି ବୋଲି କେଭି ପ୍ରଶ୍ନ କରିଛନ୍ତି, ସେହିପରି ନବ ଦାସ ହତ୍ୟା ମାମଲାର ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି କେ. ଭି ସିଂହଦେଓ ପ୍ରଶ୍ନ କରିଛନ୍ତି।

ଭରତପୁର ଥାନା ଘଟଣାରେ ମୁହଁ ଖୋଲିଲେ ଉପ-ମୁଖ୍ୟମନ୍ତ୍ରୀ, କହିଲେ ଘଟଣାକୁ ରାଜନୀତି କରନି

କଟକ ୨୧/୦୯: ଭରତପୁର ଥାନାରେ ଘଟିଥିବା ଚର୍ଚ୍ଚିତ ଘଟଣାକୁ ନେଇ ରାଜନୀତି କରାନଯାଉ । ସରକାର ଉଚିତ ପଦକ୍ଷେପ ନେଇଛନ୍ତି, ବିରୋଧୀ ତାକୁ ରାଜନୀତିର ରୂପ ନଦିଅନ୍ତୁ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । 

ସେନା ଅଧିକାରୀ ଓ ତାଙ୍କ ଵାନ୍ଧଵୀଙ୍କୁ ଭରତ ପୁର ଥାନାରେ ଦୁର୍ବ୍ୟବହାର ପ୍ରଦର୍ଶନ ଓ ମାଡ ମରାଯିବା ଭଳି ଅଭିଯୋଗ ହୋଇଛି। ଯାହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ନବୀନଙ୍କ ସମାଲୋଚନାର ଜବାବ ରଖିଛନ୍ତି ଡେପୁଟି ସିଏମ କେ.ଭି ସିଂ ଦେଓ । 


କେଭି କହିଛନ୍ତି ଗତ ୨୪ ବର୍ଷ ଭିତରେ ଅନେକ ସଂଗୀନ ଅପରାଧ ହୋଇଛି, ସେଥି ମଧ୍ୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମାମଲାରେ ପୂର୍ବ ସରକାର କଣ କରିଛନ୍ତି ବୋଲି କେଭି ପ୍ରଶ୍ନ କରିଛନ୍ତି, ସେହିପରି ନବ ଦାସ ହତ୍ୟା ମାମଲାର ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି କେ. ଭି ସିଂହଦେଓ ପ୍ରଶ୍ନ କରିଛନ୍ତି।