ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

କନକବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ମାମଲା। ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ଭୁବନେଶ୍ବର ସର୍କିଟ ହାଉସରେ ବୈଠକ କରୁଛନ୍ତି। ଭରତପୁର ଥାନା ମାମଲାକୁ ନେଇ ଚାରିଆଡ଼ୁ ଚାପ କରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କୁ ତଦନ୍ତ ଭାର ଦିଆଯାଇଛି। ଭରତପୁର ଥାନା ମାମଲାରେ ଆଜି ହେବ ମିଛଧରା ପରୀକ୍ଷା।  ନିଲମ୍ବିତ ଥାନା ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ନେଇ ଗୁଜରାଟରେ ପହଁଚିଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍। କ୍ରାଇମବ୍ରାଞ୍ଚର ଦୁଇଜଣ ଡିଏସପିଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଟିମ ସମସ୍ତଙ୍କୁ ଧରି ଗୁଜରାଟରେ ପହଁଚିଛି। ଆଜି ଗାନ୍ଧୀନଗର ସ୍ଥିତ ଫରେନସିକ ଲାବରେଟୋରୀରେ ସେମାନଙ୍କର ମିଛଧରା ପରୀକ୍ଷା କରାଯିବ। ଭରତପୁର ଥାନାର ନିଳମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଓ ଲାଏ ଡିଟେକ୍ସନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ଅନ୍ୟ ୪ କର୍ମଚାରୀଙ୍କର କେବଳ ମିଛ ଧରା ପରୀକ୍ଷା କରାଯିବ। ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ଆଉ ଏସବୁ ପରୀକ୍ଷାର ସମ୍ମୁଖୀନ ପାଇଁ ରାଜି ହୋଇଥିଲେ ଦୀନକୃଷ୍ଣ ମିଶ୍ର। ଏସଡିଜେଏମ୍ କୋର୍ଟରେ ହାଜର ହୋଇ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକସନ୍ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେ

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

କନକବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ମାମଲା। ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ଭୁବନେଶ୍ବର ସର୍କିଟ ହାଉସରେ ବୈଠକ କରୁଛନ୍ତି।

ଭରତପୁର ଥାନା ମାମଲାକୁ ନେଇ ଚାରିଆଡ଼ୁ ଚାପ କରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କୁ ତଦନ୍ତ ଭାର ଦିଆଯାଇଛି। ଭରତପୁର ଥାନା ମାମଲାରେ ଆଜି ହେବ ମିଛଧରା ପରୀକ୍ଷା। 

ନିଲମ୍ବିତ ଥାନା ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ନେଇ ଗୁଜରାଟରେ ପହଁଚିଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍। କ୍ରାଇମବ୍ରାଞ୍ଚର ଦୁଇଜଣ ଡିଏସପିଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଟିମ ସମସ୍ତଙ୍କୁ ଧରି ଗୁଜରାଟରେ ପହଁଚିଛି। ଆଜି ଗାନ୍ଧୀନଗର ସ୍ଥିତ ଫରେନସିକ ଲାବରେଟୋରୀରେ ସେମାନଙ୍କର ମିଛଧରା ପରୀକ୍ଷା କରାଯିବ।

ଭରତପୁର ଥାନାର ନିଳମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଓ ଲାଏ ଡିଟେକ୍ସନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ଅନ୍ୟ ୪ କର୍ମଚାରୀଙ୍କର କେବଳ ମିଛ ଧରା ପରୀକ୍ଷା କରାଯିବ।

ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ଆଉ ଏସବୁ ପରୀକ୍ଷାର ସମ୍ମୁଖୀନ ପାଇଁ ରାଜି ହୋଇଥିଲେ ଦୀନକୃଷ୍ଣ ମିଶ୍ର। ଏସଡିଜେଏମ୍ କୋର୍ଟରେ ହାଜର ହୋଇ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକସନ୍ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇଲେ। ଏସବୁ ପରୀକ୍ଷା ପରେ ମାମଲାକୁ ନେଇ ସତକଥା ପଦାକୁ ଆସିବ ବୋଲି ଆଶା ରହିଛି।