ଭରତପୁର ଥାନାରେ ହୋମଯଜ୍ଞ : ଗେଟ୍ରେ ଝୁଲିଲା ଲେମ୍ବୁ, ହାତରେ ବାନ୍ଧିଲେ ରକ୍ଷାସୂତ୍ର
ଭୁବନେଶ୍ୱର ୨୩।୦୯ : ଚର୍ଚ୍ଚାରେ ଭରତପୁର ଥାନା । ନୂଆ ଆଇଆଇସିଙ୍କ କାର୍ଯ୍ୟରେ ଯୋଗଦାନ ପରେ ପୂଜାପାଠ। ସ୍ବତନ୍ତ୍ର ପୂଜାର ଆୟୋଜନ କରିଛନ୍ତି ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ । ନୂଆ ଥାନା ଅଧିକାରୀ ଥାନା ଗେଟ୍ରେ ଲଙ୍କା ଲେମ୍ବୁ ଝୁଲାଇଛନ୍ତି । ଏହାସହ ଚାମ୍ବରରେ ହୋମ ଯଜ୍ଞର ଆୟୋଜନ ମଧ୍ୟ କରାଯାଇଛି। ଯାହାଫଳରେ ମନ୍ତ୍ରପାଠରେ ଗୁଞ୍ଜରିତ ପୁର ଅଞ୍ଚଳ। ହୋମଯଜ୍ଞ ବେଳେ ହାତରେ ରକ୍ଷାସୂତ୍ର ବାନ୍ଧିଛନ୍ତି ଥାନା ଅଧିକାରୀ ଏବଂ କର୍ମଚାରୀ। ତେବେ ପୂଜାର୍ଚ୍ଚନା ନେଇ ଶ୍ରୀ ଖଣ୍ଡାୟତରାୟ କହିଛନ୍ତି ନୂଆ କରି କାର୍ଯ୍ୟଭାର ସମ୍ଭାଳିଛି, ତେଣୁ ମନ ଶାନ୍ତି ପାଇଁ ପୂଜା ଆର୍ଚ୍ଚନା କରିଛି।ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୫ ତାରିଖରେ ଭରତପୁର ଥାନାରେ ପୋଲିସ ସହ ସେନା କ୍ୟାପଟେନ ଏବଂ ତାଙ୍କ ବାନ୍ଧବୀଙ୍କ ହାଇଡ୍ରାମା ଘଟଣା ଚର୍ଚ୍ଚାକୁ ଆସିଥିଲା। ଯାହକୁ ନେଇ ରାଜ୍ୟରେ ରାଜନୀତି ସରଗରମ। ସେପଟେ ବାନ୍ଧବୀଙ୍କ ମାଡ଼ ମାରିବା ଘଟଣାରେ ଆଇଆଇସିଙ୍କ ସମେତ ୫ ଜଣ ଥାନା କର୍ମଚାରୀ ନିଲମ୍ବିତ କରାଯାଇଥିଲା। ଏଥିସହିତ ୭ ଜଣ ରୋଡ୍ ରୋମିଓକୁ ଗିରଫ ବି କରିଥିଲା କମିଶନରେଟ ପୁଲିସ। ଆଉ ଏବେ ଏବେ କ୍ରାଇମ୍ବ୍ରାଞ୍ଚ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଆସନ୍ତା ୬୦ ଦିନ ଭିତରେ ରି
ଭୁବନେଶ୍ୱର ୨୩।୦୯ : ଚର୍ଚ୍ଚାରେ ଭରତପୁର ଥାନା । ନୂଆ ଆଇଆଇସିଙ୍କ କାର୍ଯ୍ୟରେ ଯୋଗଦାନ ପରେ ପୂଜାପାଠ। ସ୍ବତନ୍ତ୍ର ପୂଜାର ଆୟୋଜନ କରିଛନ୍ତି ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ ।
ନୂଆ ଥାନା ଅଧିକାରୀ ଥାନା ଗେଟ୍ରେ ଲଙ୍କା ଲେମ୍ବୁ ଝୁଲାଇଛନ୍ତି । ଏହାସହ ଚାମ୍ବରରେ ହୋମ ଯଜ୍ଞର ଆୟୋଜନ ମଧ୍ୟ କରାଯାଇଛି। ଯାହାଫଳରେ ମନ୍ତ୍ରପାଠରେ ଗୁଞ୍ଜରିତ ପୁର ଅଞ୍ଚଳ। ହୋମଯଜ୍ଞ ବେଳେ ହାତରେ ରକ୍ଷାସୂତ୍ର ବାନ୍ଧିଛନ୍ତି ଥାନା ଅଧିକାରୀ ଏବଂ କର୍ମଚାରୀ। ତେବେ ପୂଜାର୍ଚ୍ଚନା ନେଇ ଶ୍ରୀ ଖଣ୍ଡାୟତରାୟ କହିଛନ୍ତି ନୂଆ କରି କାର୍ଯ୍ୟଭାର ସମ୍ଭାଳିଛି, ତେଣୁ ମନ ଶାନ୍ତି ପାଇଁ ପୂଜା ଆର୍ଚ୍ଚନା କରିଛି।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୫ ତାରିଖରେ ଭରତପୁର ଥାନାରେ ପୋଲିସ ସହ ସେନା କ୍ୟାପଟେନ ଏବଂ ତାଙ୍କ ବାନ୍ଧବୀଙ୍କ ହାଇଡ୍ରାମା ଘଟଣା ଚର୍ଚ୍ଚାକୁ ଆସିଥିଲା। ଯାହକୁ ନେଇ ରାଜ୍ୟରେ ରାଜନୀତି ସରଗରମ। ସେପଟେ ବାନ୍ଧବୀଙ୍କ ମାଡ଼ ମାରିବା ଘଟଣାରେ ଆଇଆଇସିଙ୍କ ସମେତ ୫ ଜଣ ଥାନା କର୍ମଚାରୀ ନିଲମ୍ବିତ କରାଯାଇଥିଲା। ଏଥିସହିତ ୭ ଜଣ ରୋଡ୍ ରୋମିଓକୁ ଗିରଫ ବି କରିଥିଲା କମିଶନରେଟ ପୁଲିସ। ଆଉ ଏବେ ଏବେ କ୍ରାଇମ୍ବ୍ରାଞ୍ଚ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଆସନ୍ତା ୬୦ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରାଯାଇଛି।