ଭାଇ ଧୋକା ଦେବା ପରେ ମମତା କହିଲେ, ମୁଁ ତାକୁ ମୋ ପରିବାରର ସଦସ୍ୟ ଭାବୁନାହିଁ
କୋଲକତା,୧୩।୩:୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ବାବୁନ ବାନାର୍ଜୀ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବୁଧବାର ସ୍ଭାଇଙ୍କ ଏହି ନିଷ୍ପତ୍ତି ଉପରେ ଦିଦି ଏବଂ ତୃଣମୂଳ ମୁଲ କଂଗ୍ରେସ (ଟିଏମସି) ମୁଖ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ତାଙ୍କୁ ପରିବାରର ଏକ ଅଂଶ ଭାବୁନାହିଁ। ମୁଁ ଏବଂ ମୋ ପରିବାର ବାବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ଶେଷ କରିଛୁ। ସାନଭାଇଙ୍କ ବିଷୟରେ ଦିଦିଙ୍କ ମନ୍ତବ୍ୟ […] The post ଭାଇ ଧୋକା ଦେବା ପରେ ମମତା କହିଲେ, ମୁଁ ତାକୁ ମୋ ପରିବାରର ସଦସ୍ୟ ଭାବୁନାହିଁ appeared first on Dharitri Odia News.
କୋଲକତା,୧୩।୩:୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ବାବୁନ ବାନାର୍ଜୀ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବୁଧବାର ସ୍ଭାଇଙ୍କ ଏହି ନିଷ୍ପତ୍ତି ଉପରେ ଦିଦି ଏବଂ ତୃଣମୂଳ ମୁଲ କଂଗ୍ରେସ (ଟିଏମସି) ମୁଖ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ତାଙ୍କୁ ପରିବାରର ଏକ ଅଂଶ ଭାବୁନାହିଁ। ମୁଁ ଏବଂ ମୋ ପରିବାର ବାବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ଶେଷ କରିଛୁ।
ସାନଭାଇଙ୍କ ବିଷୟରେ ଦିଦିଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଥିଲା, ହାୱାଡା ଆସନରୁ ଟିଏମସି ପ୍ରାର୍ଥୀଙ୍କ ବିରୋଧରେ ଭାଇ ବାବୁନ ବାନାର୍ଜୀ ସ୍ବାଧୀନ ଭାବେ ଲଢିବା ନେଇ କହିଥିଲେ। କୌତୁହଳର ବିଷୟ, ମମତା ବାନାର୍ଜୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ (ଯେଉଁଥିରେ ସେ ତାଙ୍କ ଭାଇଙ୍କୁ ତାଗିଦ କରିଥିଲେ), ବାବୁନ ବାନାର୍ଜୀ ତାଙ୍କ ନିଷ୍ପତ୍ତି ବଦଳାଇଲେ। ସେ କହିଥିଲେ, ମୁଁ ଦିଦିଙ୍କ ବ୍ୟତୀତ ଆଉ କିଛି ଜାଣେ ନାହିଁ। ସେ ମୋତେ ସବୁକିଛି କୁହନ୍ତି। ମୁଁ ଭାବୁଛି ଏହା ମୋ ପାଇଁ ଆଶୀର୍ବାଦ ଅଟେ। ମୁଁ ବର୍ତ୍ତମାନ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଁ ଭଉଣୀ ପାଇଁ କିଛି କରିବି।
The post ଭାଇ ଧୋକା ଦେବା ପରେ ମମତା କହିଲେ, ମୁଁ ତାକୁ ମୋ ପରିବାରର ସଦସ୍ୟ ଭାବୁନାହିଁ appeared first on Dharitri Odia News.