ଭାଇ ସହ ଖେଳୁଥିଲା କୁନି ଝିଅ, ଝୁଣି ମାରିଦେଲେ କୁକୁର ପଲ

ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ନାବାଳିକାଜଣକ ଭାଇ ସହ ଖେଳୁଲେ। ଉକ୍ତ ସମୟରେ ୫ଟି କୁକୁର ଉଭୟ ଭାଭଉଣୀଙ୍କୁ ଆକ୍ରମଣ କରିଥିଲେ।

ଭାଇ ସହ ଖେଳୁଥିଲା କୁନି ଝିଅ, ଝୁଣି ମାରିଦେଲେ କୁକୁର ପଲ

୬ ବର୍ଷର କୁନି ଝିଅକୁ ଝୁଣି ମାରିଦେଲେ କୁକୁରପଲ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ହୃଦୟ ବିଦାରକ ଘଟଣା। ବୋରିଗୁମ୍ମା ବ୍ଲକ୍ ଫୁଫୁଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ୬ ବର୍ଷୀୟା ଚାନ୍ଦିନୀ ହରିଜନ ଫୁଫୁଗାଁରେ ଅଜା ଘରେ ରହି ପାଠ ପଢ଼ୁଥିଲା । ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ନାବାଳିକାଜଣକ ଭାଇ ସହ ଖେଳୁଲେ। ଉକ୍ତ ସମୟରେ ୫ଟି କୁକୁର ଉଭୟ ଭାଭଉଣୀଙ୍କୁ ଆକ୍ରମଣ କରିଥିଲେ।

ନାବାଳିକାଙ୍କ ଭାଇ ଭୟଭୀତ ହୋଇ ଦୌଡ଼ି ପଳାଇଥିଲେ। ମାତ୍ର ନାବାଳିକାଜଣକ କୁକୁର ହାବୁଡ଼ରେ ପଡ଼ି ଯାଇଥିଲେ। ଖବର ପାଇ ଘର ଲୋକେ ପହଞ୍ଚିଥିବା ବେଳେ କୁକୁର ପଲ ଝିଅଟିକୁ ଝୁଣି ଲହୁଲୁହାଣ କରି ଦେଇଥିଲେ।

ଲୋକମାନେ କୁକୁରଙ୍କୁ ଘଉଡ଼ାଇ ଝିଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କୁମୁଲିପୁଟ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।