ଭାଉଜଙ୍କ ସୁନା ଗହଣା ଚୋରି କରିବା ଦିଅରଙ୍କୁ ପଡ଼ିଲା ମହଙ୍ଗା
ଜୟପୁର,୧୮।୪ (ପବନ ପାଣିଗ୍ରାହୀ): ଭାଉଜଙ୍କ ସୁନା ଗହଣା ଚୋରି ଅଭିଯୋଗରେ ଜୟପୁର ସଦର ପୋଲିସ ଦିଅରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ରାଜକମଲ ଘଡେଇ(୨୫)। ମିଳିଥିବା ସୂଚନାନୁଯାୟୀ ଏପ୍ରିଲ ୧୧ରେ ଭଟାଛିଞ୍ଚତ୍ ଗ୍ରାମର କିଶୋରୀ ଘଡ଼େଇ ଲିଖିତ ଅଭିଯୋଗ କରିଥିଲେ କି ଦିଅର ରାଜକମଲ ତାଙ୍କ ଦେଢ଼ ଭରି ସୁନା ଗହଣା ଚୋରି କରି ନେଇ ଯାଇଥିଲେ। ପରିବାର ଲୋକେ କହିବା ପରେ ମଧ୍ୟ ତାଙ୍କ ସୁନା ଗହଣା ଫେରସ୍ତ କରି ନ […] The post ଭାଉଜଙ୍କ ସୁନା ଗହଣା ଚୋରି କରିବା ଦିଅରଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.
ଜୟପୁର,୧୮।୪ (ପବନ ପାଣିଗ୍ରାହୀ): ଭାଉଜଙ୍କ ସୁନା ଗହଣା ଚୋରି ଅଭିଯୋଗରେ ଜୟପୁର ସଦର ପୋଲିସ ଦିଅରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ରାଜକମଲ ଘଡେଇ(୨୫)। ମିଳିଥିବା ସୂଚନାନୁଯାୟୀ ଏପ୍ରିଲ ୧୧ରେ ଭଟାଛିଞ୍ଚତ୍ ଗ୍ରାମର କିଶୋରୀ ଘଡ଼େଇ ଲିଖିତ ଅଭିଯୋଗ କରିଥିଲେ କି ଦିଅର ରାଜକମଲ ତାଙ୍କ ଦେଢ଼ ଭରି ସୁନା ଗହଣା ଚୋରି କରି ନେଇ ଯାଇଥିଲେ। ପରିବାର ଲୋକେ କହିବା ପରେ ମଧ୍ୟ ତାଙ୍କ ସୁନା ଗହଣା ଫେରସ୍ତ କରି ନ ଥିଲେ। ଏ ନେଇ କିଶୋରୀ ଜୟପୁର ସଦର ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ସଦର ପୋଲିସ ଅଭିଯୁକ୍ତ ରାଜକମଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
The post ଭାଉଜଙ୍କ ସୁନା ଗହଣା ଚୋରି କରିବା ଦିଅରଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.