ଭାଗବଣ୍ଟା ଫାଇନାଲ୍‌, ରାତି ସୁଦ୍ଧା ବଡ ଘୋଷଣା

ଭୁବନେଶ୍ୱର,୧୨।୩: ରାଜ୍ୟରେ ମେଣ୍ଟ ନେଇ ଜୋରଦାର ହାଓ୍ବା ଚାଲିଛି। ଭାଜପା -ବିଜେଡି ଏକାଠି ନିର୍ବାଚନ ଲଢିବା ନେଇ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ଚର୍ଚ୍ଚା। ଏପଟେ ବନ୍ଦ ଦରଜା କୋଠରୀରେ ଚାଲିଛି ଦୁଇ ଦଳର ହାଇଲେବୁଲ ବୈଠକ। ଏହି ହାଇଲେବୁଲ ବୈଠକ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଚାଲିଛି। ମେଣ୍ଟ ନେଇ ସବୁଠୁ ଚର୍ଚ୍ଚା ଚାଲୁଥିବାବଳେ ଅନ୍ୟ ନେତା-ମନ୍ତ୍ରୀ କି ବିଧାୟକ ଏହାକୁ ନେଇ ଟେର୍‌ ପାଉ ନାହାନ୍ତି। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ […] The post ଭାଗବଣ୍ଟା ଫାଇନାଲ୍‌, ରାତି ସୁଦ୍ଧା ବଡ ଘୋଷଣା appeared first on Dharitri Odia News.

ଭାଗବଣ୍ଟା ଫାଇନାଲ୍‌, ରାତି ସୁଦ୍ଧା ବଡ ଘୋଷଣା

ଭୁବନେଶ୍ୱର,୧୨।୩: ରାଜ୍ୟରେ ମେଣ୍ଟ ନେଇ ଜୋରଦାର ହାଓ୍ବା ଚାଲିଛି। ଭାଜପା -ବିଜେଡି ଏକାଠି ନିର୍ବାଚନ ଲଢିବା ନେଇ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ଚର୍ଚ୍ଚା। ଏପଟେ ବନ୍ଦ ଦରଜା କୋଠରୀରେ ଚାଲିଛି ଦୁଇ ଦଳର ହାଇଲେବୁଲ ବୈଠକ। ଏହି ହାଇଲେବୁଲ ବୈଠକ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଚାଲିଛି। ମେଣ୍ଟ ନେଇ ସବୁଠୁ ଚର୍ଚ୍ଚା ଚାଲୁଥିବାବଳେ ଅନ୍ୟ ନେତା-ମନ୍ତ୍ରୀ କି ବିଧାୟକ ଏହାକୁ ନେଇ ଟେର୍‌ ପାଉ ନାହାନ୍ତି। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକରେ ଭାଜପା ଏବଂ ବିଜେଡି ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ହୋଇଛି, ଯାହା ଜଣାପଡୁଛି ଆଜି ସଂଧ୍ୟା ସୁଦ୍ଧା ମେଣ୍ଟ ଘୋଷଣା ହୋଇପାରେ। ତେବେ ଣ୍ଟେ ନେଇ ଚୂଡାନ୍ତ ନିଷ୍ପତ୍ତି ସରିଥିବା ଜଣାପଡିଛି। କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି।

ଆସନ ବୁଝାମଣାକୁ ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ଭାଜପା ଓ ବିଜେଡି ନେତା । ଭାଜପା ବିଧାୟକ ନାଉରୀ ନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ଦଳର ଶୃଙ୍ଖଳିତ କର୍ମୀ ଭାବେ ତାକୁ ଗ୍ରହଣ କରିବେ । ସେହିପରି ବିଧାୟକ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି, ମେଣ୍ଟ ନେଇ ରାଜ୍ୟ ସଭାପତି ପୂର୍ବରୁ କହି ସାରିଛନ୍ତି ।
ଅନ୍ୟପକ୍ଷେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି, ମେଣ୍ଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶା ସ୍ବାର୍ଥ ପାଇଁ ସବୁବେଳେ ପଦକ୍ଷେପ ନେଇଥାନ୍ତି ଓ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତିି ନେବେ ସମସ୍ତେ ତାକୁ ମାନିବେ । ଆସନ ବୁଝାମଣା ନେଇ ତର୍ଜମା ଚାଲିଛି ।

The post ଭାଗବଣ୍ଟା ଫାଇନାଲ୍‌, ରାତି ସୁଦ୍ଧା ବଡ ଘୋଷଣା appeared first on Dharitri Odia News.