ଭାଗବତ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଉତ୍ସବ ମୁଖର ପତାଣ୍ଡ ଗାଁ
ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଗ୍ରାମ ପଞ୍ଚାୟତ ପତାଣ୍ଡ ଗ୍ରାମରେ ଭାଗବତ ମନ୍ଦିର ପ୍ରତିଷ୍ଠା ପାଇଁ ଶୁକ୍ରବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପ୍ରତିଷ୍ଠା ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର ହୋଇଉଠିଛି । ୩ ଦିନ ବ୍ୟାପୀ ଅନୁଷ୍ଠିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଦୀକ୍ଷା ଗ୍ରହଣ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସାରେ ଅଙ୍କୁରାରୋପଣ ଅଧିବାସ କାର୍ଯ୍ୟକ୍ରମ ସରିଥିବା ମୂଖ୍ୟ ପଣ୍ଡିତ ସମ୍ଭବ କୁମାର […] The post ଭାଗବତ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଉତ୍ସବ ମୁଖର ପତାଣ୍ଡ ଗାଁ appeared first on Dharitri Odia News.
ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଗ୍ରାମ ପଞ୍ଚାୟତ ପତାଣ୍ଡ ଗ୍ରାମରେ ଭାଗବତ ମନ୍ଦିର ପ୍ରତିଷ୍ଠା ପାଇଁ ଶୁକ୍ରବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପ୍ରତିଷ୍ଠା ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର ହୋଇଉଠିଛି । ୩ ଦିନ ବ୍ୟାପୀ ଅନୁଷ୍ଠିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଦୀକ୍ଷା ଗ୍ରହଣ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସାରେ ଅଙ୍କୁରାରୋପଣ ଅଧିବାସ କାର୍ଯ୍ୟକ୍ରମ ସରିଥିବା ମୂଖ୍ୟ ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
ଶୁକ୍ରବାର ସକାଳୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମୈାଳାଭଣଜା ଗ୍ରାମ ସ୍ଥିତ ଘୋଡ଼ାହାଡ଼ ନଦୀ ପଠାରୁ ଜଳ ସଂଗ୍ରହ କରି କଳସ ଯାତ୍ରାରେ ବାହାରି ମନ୍ଦିର ବେଢ଼ା ରେ ପହଞ୍ଚିବା ପରେ ନମାଯଜ୍ଞ ର ଶୁଭାରମ୍ଭ ହୋଇଥିଲା। ମନ୍ଦିର ନିକଟରେ ୩ ଦିନ ବ୍ୟାପୀ ଜ୍ଞାନ ଯଜ୍ଞ ଏବଂ ଅର୍ନଯଜ୍ଞ ର ଆୟୋଜନ କରାଯାଇଥିବା ଭାଗବତ ମନ୍ଦିର ଅଧିକାରୀ ଜେ. ସହଦେବ ଦୋରା ଜଣାଇଛନ୍ତି। ଏହି ଭବ୍ୟ ଭାଗବତ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଅନୁଷ୍ଠିତ ମହାଯଜ୍ଞ ରବିବାର ପୂର୍ଣ୍ଣାହୁତି ହେବ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ସୋମ୍ୟମିଶ୍ର, ଆଦିତ୍ୟ ରଥ, ସରୋଜ ପଣ୍ଡା ପ୍ରମୁଖ ପଣ୍ଡିତ ମଣ୍ଡଳୀ ଙ୍କ ସମେତ ଗ୍ରାମର ଶିକ୍ଷକ ସନାତନ ପଟ୍ଟନାୟକ, କମିଟି କାର୍ଯ୍ୟକର୍ତ୍ତା ରାମହରି ଦୋରା,ଶ୍ୟାମଘନଦୋରା,ପୂର୍ଣ୍ଣ ଦୋରା ଙ୍କ ସମେତ ସମସ୍ତ ଗ୍ରାମବାସୀ ବୃନ୍ଦ ସହଯୋଗ କରୁଥିବା ଦେଖିବାକୁ ମିଳିଛି।
The post ଭାଗବତ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଉତ୍ସବ ମୁଖର ପତାଣ୍ଡ ଗାଁ appeared first on Dharitri Odia News.