ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା: ଭାସ୍କର ରାଓଙ୍କ ସହ ୬ ଜଣଙ୍କ ନାଁରେ ଏନ୍ବିଡବ୍ଲ୍ୟୁ ଜାରି
ରାୟଗଡ଼ା,୧୨।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଏସ୍ଡିଜେଏମ୍ ବର୍ଷା ଦାଶ ମଙ୍ଗଳବାର ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାର ଶୁଣାଣି କରି ବିଜେଡି ନେତା ଏନ୍.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଜାମିନ ବିହିନ ଗିରଫ ପରୱାନା ଜାରି କରିଛନ୍ତି। ଅନ୍ୟମାନେ ହେଲେ ୟାଲା ଭେଙ୍କେଟେଶ୍ୱର ରାଓ ଓରଫ୍ କୋଣ୍ଡାବାବୁ, କେ.କ୍ରିଷ୍ଣା ରାଓ, ଇପିଲି ସନ୍ୟାସି ରାଜୁ, ଏନ୍. ଆଦି ନାରାୟଣା ଓ ପି.ଦିଲୀପ କୁମାର। ଏ ନେଇ ପ୍ରତିପକ୍ଷ ଓକିଲ ସାମୁଏଲ ତାଣ୍ଡି ଗଣମାଧ୍ୟମକୁ […] The post ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା: ଭାସ୍କର ରାଓଙ୍କ ସହ ୬ ଜଣଙ୍କ ନାଁରେ ଏନ୍ବିଡବ୍ଲ୍ୟୁ ଜାରି appeared first on Dharitri Odia News.
ରାୟଗଡ଼ା,୧୨।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଏସ୍ଡିଜେଏମ୍ ବର୍ଷା ଦାଶ ମଙ୍ଗଳବାର ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାର ଶୁଣାଣି କରି ବିଜେଡି ନେତା ଏନ୍.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଜାମିନ ବିହିନ ଗିରଫ ପରୱାନା ଜାରି କରିଛନ୍ତି। ଅନ୍ୟମାନେ ହେଲେ ୟାଲା ଭେଙ୍କେଟେଶ୍ୱର ରାଓ ଓରଫ୍ କୋଣ୍ଡାବାବୁ, କେ.କ୍ରିଷ୍ଣା ରାଓ, ଇପିଲି ସନ୍ୟାସି ରାଜୁ, ଏନ୍. ଆଦି ନାରାୟଣା ଓ ପି.ଦିଲୀପ କୁମାର। ଏ ନେଇ ପ୍ରତିପକ୍ଷ ଓକିଲ ସାମୁଏଲ ତାଣ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଦିବାସୀ ନେତା ଭାଗିରଥୀଙ୍କ ହତ୍ୟା ମାମଲାକୁ ନେଇ ଗତ ଏପ୍ରିଲରେ ଜଗନ୍ନାଥ ମାଣ୍ଡାଙ୍ଗି ରାୟଗଡ଼ା କୋର୍ଟରେ ମାମଲା ରୁଜୁ କରିଥିଲେ। ଉକ୍ତ ମାମଲାରେ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଜଜ୍ ବର୍ଷା ଦାସ ଏହି ରାୟ ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୦ ମସିହା ଡିସେମ୍ବର ୧୫ରେ ଯୁବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଥିଲେ। ଅଭିଯୋଗର ୪ ଦିନ ପରେ ଆନ୍ଧ୍ରପ୍ରଦେଶ କୋମରଡା ଡ୍ୟାମ ନିକଟରୁ ତାଙ୍କ ଗଳିତ ମୃତଦେହ ଜବତ ହୋଇଥିଲା। ତେବେ ପରିବାରବର୍ଗ ମୃତଦେହକୁ ଚିହ୍ନଟ କରିପାରି ନ ଥିଲେ । ଘଟଣାର ସପ୍ତାହ ପରେ ମୃତଦେହର ଫଟୋ ଜାରି କରିବା ପରେ ଭାଗିରଥୀଙ୍କ ମୃତଦେହ ବୋଲି ପରିବାରବର୍ଗ ଚିହ୍ନଟ କରିଥିଲେ । ରାୟଗଡା ପୋଲିସ ହତ୍ୟା ମାମଲା ରୁଜୁ କରି ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପକ୍ଷେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ପରିବାର ବର୍ଗ ଓ ଆଦିବାସୀ ମହାସଂଘ ରାୟଗଡା ବନ୍ଦ ପାଳନ କରିଥିଲା। ରାୟଗଡା ପୋଲିସ ଏହାର ତଦନ୍ତ କରୁଥିବା ବେଳେ ରାଜ୍ୟ ସରକାର ୨୦୧୧ ଫେବୃଆରୀରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ। କ୍ରାଇମବ୍ରାଞ୍ଚ ଦୀର୍ଘ ବର୍ଷ ଧରି ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ । କିନ୍ତୁ କ୍ରାଇମବ୍ରାଞ୍ଚ ଏହି ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ତତ୍କାଳୀନ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା। କ୍ରାଇମବ୍ରାଞ୍ଚର ତଦନ୍ତରେ ପରିବାରବର୍ଗ ଓ ଆଦିବାସୀ ମହାସଂଘ ସନ୍ତୁଷ୍ଟ ନ ହୋଇ ବିଭିନ୍ନ ସମୟରେ ସିବିଆଇ ତଦନ୍ତ ଦାବି କରିବା ସହ ଆନ୍ଦୋଳନ କରୁଥିଲେ। ୬ ଜଣଙ୍କ ନାଁରେ ୱାରେଣ୍ଟ ଜାରି ପରେ ଆଦିବାସୀ ସଂଘ ନ୍ୟାୟ ପାଇଁ ଲଢ଼େଇରେ ବିଜୟୀ ହୋଇଥିବା ଆଦିବାସୀ ନେତା ବସନ୍ତ ଉଲାକା ଓ ଜଗନ୍ନାଥ ମାଣ୍ଡାଙ୍ଗି ପ୍ରକାଶ କରିଛନ୍ତି।
The post ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା: ଭାସ୍କର ରାଓଙ୍କ ସହ ୬ ଜଣଙ୍କ ନାଁରେ ଏନ୍ବିଡବ୍ଲ୍ୟୁ ଜାରି appeared first on Dharitri Odia News.