ଭାଙ୍ଗିଲା ଅପରାଜୟ ଧାରା, ବେଲଜିୟମଠାରୁ ହାରିଲା ଭାରତ
ନୂଆଦିଲ୍ଲୀ,୧।୮: ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଟିମର ଅପରାଜୟ ଧାରା। ଗତ ସଂସ୍କରଣର ସ୍ୱର୍ଣ୍ଣ ବିଜେତା ବେଲଜିୟମଠାରୁ୧-୨ ଗୋଲରେ ପରାସ୍ତ ହୋଇଛି ଭାରତ । ଭାରତର ପାଇଁ ଅଭିଷେକ ପ୍ରଥମ ଗୋଲ ସ୍କୋର କରି ୧-୦ରେ ଆଗୁଆ କରିବା ପରେ ବେଲଜିୟମ ପାଇଁ ଥିବୋ ଷ୍ଟକବ୍ରୋକ୍ସ ଏବଂ ଜନ୍-ଜୋନ୍ ଡୋହମେନ ଡବଲ ଗୋଲ ସ୍କୋର କରିଥିଲେ। କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଥିବା ଭାରତୀୟ ପୁରୁଷ ହକି ଦଳ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିପକ୍ଷରେ ମ୍ୟାଚକୁ ନକ୍ଆଉଟ୍ […] The post ଭାଙ୍ଗିଲା ଅପରାଜୟ ଧାରା, ବେଲଜିୟମଠାରୁ ହାରିଲା ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୧।୮: ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଟିମର ଅପରାଜୟ ଧାରା। ଗତ ସଂସ୍କରଣର ସ୍ୱର୍ଣ୍ଣ ବିଜେତା ବେଲଜିୟମଠାରୁ୧-୨ ଗୋଲରେ ପରାସ୍ତ ହୋଇଛି ଭାରତ । ଭାରତର ପାଇଁ ଅଭିଷେକ ପ୍ରଥମ ଗୋଲ ସ୍କୋର କରି ୧-୦ରେ ଆଗୁଆ କରିବା ପରେ ବେଲଜିୟମ ପାଇଁ ଥିବୋ ଷ୍ଟକବ୍ରୋକ୍ସ ଏବଂ ଜନ୍-ଜୋନ୍ ଡୋହମେନ ଡବଲ ଗୋଲ ସ୍କୋର କରିଥିଲେ।
କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଥିବା ଭାରତୀୟ ପୁରୁଷ ହକି ଦଳ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିପକ୍ଷରେ ମ୍ୟାଚକୁ ନକ୍ଆଉଟ୍ ପର୍ଯ୍ୟାୟ ପାଇଁ ୱାର୍ମ ଅପ୍ ଭାବେ ନେଇପାରେ, କାରଣ ସେମାନେ ନମ୍ବର ମାନ୍ୟତା ଦେଶ ବେଲଜିୟମକୁ ଟକ୍କର ଦେଉଥିଲେ। ତେବେ ଏପର୍ଯ୍ୟନ୍ତ ଭାରତର ସମସ୍ତ ମ୍ୟାଚ୍ ପ୍ରତିଦ୍ବନ୍ଦିତାପୂର୍ଣ୍ଣ ହୋଇଛି, କିନ୍ତୁ ଭାରତ ତିନିଟି ମ୍ୟାଚରୁ ଦୁଇଟି ବିଜୟ (ନ୍ୟୁଜିଲ୍ୟାଣ୍ଡ ଏବଂ ଆୟର୍ଲାଣ୍ଡ) ଏବଂ ଆର୍ଜେଣ୍ଟିନା ବିପକ୍ଷରେ ଡ୍ର ରଖିଥିଲା।
The post ଭାଙ୍ଗିଲା ଅପରାଜୟ ଧାରା, ବେଲଜିୟମଠାରୁ ହାରିଲା ଭାରତ appeared first on Dharitri Odia News.