ଭାଙ୍ଗିଲା ଯାତ୍ରା ପାର୍ଟି ଏଣ୍ଟ୍ରି ଗେଟ: ୩୦ରୁ ଅଧିକ ଲୋକ ଆହତ
ସାଲେପୁର:ଯାତ୍ରା ପୂର୍ବରୁ ଘଟିଲା ଅଘଟଣ। ଭାଙ୍ଗିଲା ମୁଖ୍ୟ ଗେଟ। ଚାପି ହୋଇ ଆହତ ହେଲେ ୩୦ରୁ ଅଧିକ ଲୋକ। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ାରେ।ଯାତ୍ରା ଆରମ୍ଭ ହେବା ପୂର୍ବରୁ ଘଟିଲା ଅଘଟଣ ଘଟିଛି। ଭୁଶୁଡ଼ି ପଡ଼ିଲା ଲୁହା ଏଣ୍ଟ୍ରି ଗେଟ୍।ଏଣ୍ଟ୍ରି ଗେଟ୍ରେ ବହୁ ସଂଖ୍ୟକ ଦର୍ଶକ ଏକାସାଙ୍ଗରେ ପ୍ରବେଶ କରିବାରୁ ଗେଟ ଭୁଶୁଡ଼ି ପଡ଼ିଲା ବୋଲି କୁହାଯାଉଛି। ତେବେ ଏଣ୍ଟ୍ରି ଗେଟ୍ ଠିକ୍ ଭାବେ ରଖାଯାଇ ନଥିଲା ଯାହା ଦ୍ୱାରା ଅଘଟଣ ଘଟିଛି […]

ସାଲେପୁର:ଯାତ୍ରା ପୂର୍ବରୁ ଘଟିଲା ଅଘଟଣ। ଭାଙ୍ଗିଲା ମୁଖ୍ୟ ଗେଟ। ଚାପି ହୋଇ ଆହତ ହେଲେ ୩୦ରୁ ଅଧିକ ଲୋକ। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ାରେ।ଯାତ୍ରା ଆରମ୍ଭ ହେବା ପୂର୍ବରୁ ଘଟିଲା ଅଘଟଣ ଘଟିଛି। ଭୁଶୁଡ଼ି ପଡ଼ିଲା ଲୁହା ଏଣ୍ଟ୍ରି ଗେଟ୍।ଏଣ୍ଟ୍ରି ଗେଟ୍ରେ ବହୁ ସଂଖ୍ୟକ ଦର୍ଶକ ଏକାସାଙ୍ଗରେ ପ୍ରବେଶ କରିବାରୁ ଗେଟ ଭୁଶୁଡ଼ି ପଡ଼ିଲା ବୋଲି କୁହାଯାଉଛି। ତେବେ ଏଣ୍ଟ୍ରି ଗେଟ୍ ଠିକ୍ ଭାବେ ରଖାଯାଇ ନଥିଲା ଯାହା ଦ୍ୱାରା ଅଘଟଣ ଘଟିଛି ବୋଲି ଜଣାପଡିଛି। ଅଘଟଣ ପରେ ଯାତ୍ରା ପରିବେଷଣକୁ ବନ୍ଦ କରାଯାଇଥିଲା
ଖବର ପାଇ କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଜଆଡୁ ପୋଲିସ ମାମଲା ରୁଜୁ କରି ଯାତ୍ରା ପାର୍ଟି ମ୍ୟାନେଜରଙ୍କୁ ଅଟକ ରଖିଛି। ଘଟଣା ବାବଦରେ ଯାତ୍ରା କଳାକାରଙ୍କୁ ମଧ୍ୟ ପଚାରୁଚୁରା କରାଯାଇଛି।