ଭାଙ୍ଗୁଛି ମାଓଗଡ଼, ପୁଣି ଆତ୍ମସମର୍ପଣ କଲେ ୨୯ ମାଓବାଦୀ

ମାଲକାନଗିରି : ଭୁଶୁଡୁଛି ଲାଲ ଗଡ଼ । ଆତ୍ମସମର୍ପଣ କଲେ ୨୯ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା SP ଙ୍କ ନିକଟରେ ୨୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କୁତୁଲ ଏରିଆ କମ୍ମିଟି ମାଓ ସଙ୍ଗଠନର ଏମାନେ ସମସ୍ତେ ସକ୍ରିୟ ସଦସ୍ୟ ଥିଲେ । ଏମାନଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ମାଓବାଦୀ ଥିଲେ । ପୋଲିସ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଂକା ଲେଖାଏଁ […] The post ଭାଙ୍ଗୁଛି ମାଓଗଡ଼, ପୁଣି ଆତ୍ମସମର୍ପଣ କଲେ ୨୯ ମାଓବାଦୀ appeared first on KNews Odisha.

ଭାଙ୍ଗୁଛି ମାଓଗଡ଼, ପୁଣି ଆତ୍ମସମର୍ପଣ କଲେ ୨୯ ମାଓବାଦୀ
mao 2

ମାଲକାନଗିରି : ଭୁଶୁଡୁଛି ଲାଲ ଗଡ଼ । ଆତ୍ମସମର୍ପଣ କଲେ ୨୯ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା SP ଙ୍କ ନିକଟରେ ୨୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କୁତୁଲ ଏରିଆ କମ୍ମିଟି ମାଓ ସଙ୍ଗଠନର ଏମାନେ ସମସ୍ତେ ସକ୍ରିୟ ସଦସ୍ୟ ଥିଲେ । ଏମାନଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ମାଓବାଦୀ ଥିଲେ । ପୋଲିସ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଥଇଥାନ କରାଯିବ ବୋଲି ପୋଲିସ କହିଛି ।  ତେବେ ନାରାୟଣ ପୋଲିକୁ କେବେ ମଧ୍ୟ ଏତେ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ କରିଥିବା ରେକର୍ଡ ନାହିଁ । ଏହି ନକ୍ସଲମାନଙ୍କୁ ପୋଲିସ ପଚରାଉଚରା କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସୁଛି ବୋଲି ପୋଲିସ କହିଛି ।

ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନ ରେ ରହି ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଏବଂ ନିରୀହ ଲୋକଙ୍କୁ ହତ୍ୟା କରିବା ଘଟଣାରେ ଏମାନେ ସଂପୃକ୍ତ ଥିଲେ । ତେବେ ମାଓବାଦୀ ମାନେ ଦିନକୁ ଦିନ ନିଜ ଆଦର୍ଶରୁ ବିଚ୍ୟୁତ ହେବାରୁ ବାଧ୍ୟ ହୋଇ ପୋଲିସ ଆଗରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଚିନ୍ତା କରିଛନ୍ତି ।  ତେବେ ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦିଆଯିବ ବୋଲି ନାରାୟଣପୁର SP ସୂଚନା ଦେଇଛନ୍ତି ।

 

ଆହୁରି ପଢ଼ନ୍ତୁ : ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

The post ଭାଙ୍ଗୁଛି ମାଓଗଡ଼, ପୁଣି ଆତ୍ମସମର୍ପଣ କଲେ ୨୯ ମାଓବାଦୀ appeared first on KNews Odisha.