ଭାଜପା ଆକାଉଣ୍ଟ ଫ୍ରିଜ୍‌ କରାଯାଉ: କଂଗ୍ରେସ

ନୂଆଦିଲ୍ଲୀ,୧୬ା୩: ଇଲେକ୍ଟୋରାଲ୍‌ ବଣ୍ଡ୍‌ ଜରିଆରେ ସଂଗୃହୀତ ମୋଟ ଅର୍ଥର ୫୦% କେବଳ ଭାଜପା ପାଇଛି। କଂଗ୍ରେସ ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ଏଥିସହ ଭାଜପାର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ (ଅଚଳ) କରାଯାଉ ବୋଲି ବିରୋଧୀ ଦଳ ଦାବି କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ନିକଟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଦାଖଲ ତଥ୍ୟ ପ୍ରଘଟ ହେବା ପରେ […] The post ଭାଜପା ଆକାଉଣ୍ଟ ଫ୍ରିଜ୍‌ କରାଯାଉ: କଂଗ୍ରେସ appeared first on Dharitri Odia News.

ଭାଜପା ଆକାଉଣ୍ଟ ଫ୍ରିଜ୍‌ କରାଯାଉ: କଂଗ୍ରେସ

ନୂଆଦିଲ୍ଲୀ,୧୬ା୩: ଇଲେକ୍ଟୋରାଲ୍‌ ବଣ୍ଡ୍‌ ଜରିଆରେ ସଂଗୃହୀତ ମୋଟ ଅର୍ଥର ୫୦% କେବଳ ଭାଜପା ପାଇଛି। କଂଗ୍ରେସ ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ଏଥିସହ ଭାଜପାର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ (ଅଚଳ) କରାଯାଉ ବୋଲି ବିରୋଧୀ ଦଳ ଦାବି କରିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ନିକଟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଦାଖଲ ତଥ୍ୟ ପ୍ରଘଟ ହେବା ପରେ ଭାଜପାର ଦୁର୍ନୀତି ଧରାପଡ଼ିଯାଇଛି। ଶାସକ ଦଳ ସେଲ୍‌ କମ୍ପାନୀଗୁଡ଼ିକଠାରୁ ବଣ୍ଡ୍‌ ଜରିଆରେ ମନିଲଣ୍ଡରିଂ କରି ଫାଇଦା ପାଇଛି ବୋଲି କଂଗ୍ରେସ
ସାଧାରଣ ସମ୍ପାଦକ ଜୟରାମ ରମେଶ ନିଜ ଏକ୍ସ’ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କ ମତରେ ଶାସକ ଦଳକୁ ସବୁଠୁ ବଡ଼ ହିତାଧିକାରୀ କରାଇବା ପାଇଁ ଏହି ‘ବୈଧିକୃତ ଲାଞ୍ଚ’ ଯୋଜନା ପ୍ରଣୟନ କରାଯାଇଥିଲା। ସୁପ୍ରିମକୋର୍ଟରେ ଆବେଦନକାରୀମାନଙ୍କ ପକ୍ଷରୁ ଏହି ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସଭା ସଦସ୍ୟ କପିଲ ସିବଲ ମଧ୍ୟ ଇଲେକ୍ଟୋରାଲ ବଣ୍ଡ୍‌କୁ ଏକ ବୃହତ୍‌ ଦୁର୍ନୀତି ଭାବେ ଅଭିହିତ କରି କୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଜରିଆରେ ଏହାର ତଦନ୍ତ କରାଇବାକୁ ଦାବି କରିଛନ୍ତି।

The post ଭାଜପା ଆକାଉଣ୍ଟ ଫ୍ରିଜ୍‌ କରାଯାଉ: କଂଗ୍ରେସ appeared first on Dharitri Odia News.