ଭାଜପା ଏମପି ହେବା ପରେ ୫ ବର୍ଷରେ ୩୦ ଗୁଣା ବଢିଗଲା ତେଜସ୍ବୀ ସୂର୍ଯ୍ୟାଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୬।୪: ଲୋକ ସଭା ନିର୍ବାଚନର ପାଇଁ ବିଗୁଲ ବାଜି ସାରିଛି। ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଗୁରୁବାର (ଏପ୍ରିଲ ୪) ରେ ୧୮୩ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏଥିମଧ୍ୟରେ କେସି ଭେନୁଗୋପାଲ, କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଏବଂ ରାଜୀବ ଚନ୍ଦ୍ରଶେଖରଙ୍କ ପରି ଭେଟେରାନ ନେତା ଅଛନ୍ତି। ଏଥି ସହ ଭାଜପା ନେତା ତେଜସ୍ବୀ ସୂର୍ଯ୍ୟା ବେଙ୍ଗାଲୁରୁ ଦକ୍ଷିଣରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। […] The post ଭାଜପା ଏମପି ହେବା ପରେ ୫ ବର୍ଷରେ ୩୦ ଗୁଣା ବଢିଗଲା ତେଜସ୍ବୀ ସୂର୍ଯ୍ୟାଙ୍କ ସମ୍ପତ୍ତି appeared first on Dharitri Odia News.

ଭାଜପା ଏମପି ହେବା ପରେ ୫ ବର୍ଷରେ ୩୦ ଗୁଣା ବଢିଗଲା ତେଜସ୍ବୀ ସୂର୍ଯ୍ୟାଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୬।୪: ଲୋକ ସଭା ନିର୍ବାଚନର ପାଇଁ ବିଗୁଲ ବାଜି ସାରିଛି। ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଗୁରୁବାର (ଏପ୍ରିଲ ୪) ରେ ୧୮୩ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏଥିମଧ୍ୟରେ କେସି ଭେନୁଗୋପାଲ, କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଏବଂ ରାଜୀବ ଚନ୍ଦ୍ରଶେଖରଙ୍କ ପରି ଭେଟେରାନ ନେତା ଅଛନ୍ତି।

ଏଥି ସହ ଭାଜପା ନେତା ତେଜସ୍ବୀ ସୂର୍ଯ୍ୟା ବେଙ୍ଗାଲୁରୁ ଦକ୍ଷିଣରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେଜସ୍ବୀ ସୂର୍ଯ୍ୟାଙ୍କ ନାମାଙ୍କନ ସମୟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ। ସେ ତାଙ୍କ ଆଫିଡେଭିଟରେ ୪.୧୦ କୋଟି ଟଙ୍କା ସମ୍ପତ୍ତି ଘୋଷଣା କରିଛନ୍ତି। ଭାଜପା ଏମପି କହିଛନ୍ତି ଯେ ତାଙ୍କର କୌଣସି ଅସ୍ଥାବର ସମ୍ପତ୍ତି ନାହିଁ।
୨୦୧୯ ଲୋକ ସଭା ନିର୍ବାଚନରେ ଘୋଷିତ ୧୩ ଲକ୍ଷ ଟଙ୍କା ତୁଳନାରେ ତାଙ୍କର ସମ୍ପତ୍ତି ୩୧.୫ ପ୍ରତିଶତ ଅଧିକ। ସୂର୍ଯ୍ୟାଙ୍କ ମୋଟ ସମ୍ପତ୍ତି ହେଉଛି ୪.୧୦କୋଟି ଟଙ୍କା। ସେ ମ୍ୟୁଚୁଆଲ ଫଣ୍ଡରେ ୧.୯୯ କୋଟି ଟଙ୍କା ବିନିଯୋଗ କରିଛନ୍ତି। ୧.୭୯ କୋଟିରୁ ଅଧିକ ମୂଲ୍ୟର ଶେୟାର ମଧ୍ୟ କିଣିଛନ୍ତି । ସୂର୍ଯ୍ୟା ତାଙ୍କ ଆଫିଡେଭିଟରେ କହିଛନ୍ତି ଯେ ସେ ଅଧିକାଂଶ ଅର୍ଥ ମ୍ୟୁଚୁଆଲ ଫଣ୍ଡ ଏବଂ ଷ୍ଟକରେ ବିନିଯୋଗ କରିଛନ୍ତି ଏବଂ ବଜାରରେ ବୃଦ୍ଧି ହେତୁ ତାଙ୍କର ସମ୍ପତ୍ତି ବୃଦ୍ଧି ପାଇଛି।

The post ଭାଜପା ଏମପି ହେବା ପରେ ୫ ବର୍ଷରେ ୩୦ ଗୁଣା ବଢିଗଲା ତେଜସ୍ବୀ ସୂର୍ଯ୍ୟାଙ୍କ ସମ୍ପତ୍ତି appeared first on Dharitri Odia News.