ଭାଜପା ଛାଡିବେ କି ବରୁଣ ଗାନ୍ଧୀ: ରାଜ୍ ଖୋଲିଲେ ମା’
ନୂଆଦିଲ୍ଲୀ,୭।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଅନେକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଉତ୍ତରପ୍ରଦେଶର ପିଲିବିତ ଲୋକ ସଭା ଆସନରୁ ବରୁଣ ଗାନ୍ଧୀଙ୍କ ଟିକେଟ ପ୍ରତ୍ୟାଖ୍ୟାନ କରିବା ଏଭଳି ନିଷ୍ପତ୍ତି ଥିଲା। ସେବେଠାରୁ ବରୁଣ ଗାନ୍ଧୀ ସମାଜବାଦି ପାର୍ଟି କିମ୍ବା କଂଗ୍ରେସରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ବଢିବାରେ ଲାଗିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ସୁଲତାନପୁରର ଭାଜପା ପ୍ରାର୍ଥୀ ତଥା ବରୁଣ ଗାନ୍ଧୀଙ୍କ ମା’ ମାନେକାଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି, ମୁଁ ଏହା ଜାଣି […] The post ଭାଜପା ଛାଡିବେ କି ବରୁଣ ଗାନ୍ଧୀ: ରାଜ୍ ଖୋଲିଲେ ମା’ appeared first on Dharitri Odia News.
ନୂଆଦିଲ୍ଲୀ,୭।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଅନେକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଉତ୍ତରପ୍ରଦେଶର ପିଲିବିତ ଲୋକ ସଭା ଆସନରୁ ବରୁଣ ଗାନ୍ଧୀଙ୍କ ଟିକେଟ ପ୍ରତ୍ୟାଖ୍ୟାନ କରିବା ଏଭଳି ନିଷ୍ପତ୍ତି ଥିଲା। ସେବେଠାରୁ ବରୁଣ ଗାନ୍ଧୀ ସମାଜବାଦି ପାର୍ଟି କିମ୍ବା କଂଗ୍ରେସରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ବଢିବାରେ ଲାଗିଛି।
ବର୍ତ୍ତମାନ ଏହି ପ୍ରସଙ୍ଗରେ ସୁଲତାନପୁରର ଭାଜପା ପ୍ରାର୍ଥୀ ତଥା ବରୁଣ ଗାନ୍ଧୀଙ୍କ ମା’ ମାନେକାଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି, ମୁଁ ଏହା ଜାଣି ନାହିଁ। ମୁଁ ତାଙ୍କ ପାଇଁ ଗର୍ବିତ, ସେ ତାଙ୍କ ଜୀବନରେ ବହୁତ ବୁଦ୍ଧିମାନ କାର୍ଯ୍ୟସବୁ କରିଛନ୍ତି।
ଗା ବର୍ଷ ବିଷୟରେ ଉଲ୍ଲେଖ କରି ମାନେକା ଗାନ୍ଧୀ କହିଛନ୍ତି, ଯେତେବେଳେ ମୁଁ ମନ୍ତ୍ରୀ ହୋଇ ନ ଥିଲି, ସେତେବେଳେ ସୁଲତାନପୁରର ଲୋକମାନେ ଦୁଃଖ ପ୍ରକାଶ କରିଥିଲେ, ଯାହା ପରେ ମୁଁ ସେଠାକାର ଲୋକମାନଙ୍କୁ କହିଥିଲି ଯେ ତୁମେ କାମ ପାଇଁ ଚିନ୍ତିତ କି। ଯଦି କୌଣସି କାର୍ଯ୍ୟରେ ଅଭାବ ଅଛି? ତେବେ ମୋତେ କୁହ। ମୋର ଶକ୍ତି ମନ୍ତ୍ରୀ ହେବାରେ ନୁହେଁ,ସେବା କରିବାରେ ଅଛି।
ଉତ୍ତରପ୍ରଦେଶର ସମସ୍ତ ୮୦ଟି ଆସନ ଜିତିବା ପ୍ରଶ୍ନରେ ସେ କହିଛନ୍ତି,ଭାଜପା ହେଉଛି ଏକ କ୍ୟାଡର ବେସ ପାର୍ଟି। ସେମାନଙ୍କୁ ମଜଭତ କରିବାକୁ ୫ ରୁ୧୦ ବର୍ଷ ଲାଗିଛି। ତେଣୁ ଭାଜପା ନିଶ୍ଚିତ ଭଲ ଫଳ ପାଇବ। ଏଥର ନିର୍ବାଚନରେ ଜିତିବା ପରେ ମନ୍ତ୍ରୀ ହେବା ପ୍ରଶ୍ନରେ ସେ କହିଛନ୍ତି, ଏସବୁ ବର୍ତ୍ତମାନ ମୋ ମନରେ ନାହିଁ। ମୁଁ ଜୀବନରୁ କୌଣସି ଜିନିଷ ମାଗି ନାହିଁ। ଯାହା ପାଇଛି ମୁଁ ଖୁସି ଅଟେ।
The post ଭାଜପା ଛାଡିବେ କି ବରୁଣ ଗାନ୍ଧୀ: ରାଜ୍ ଖୋଲିଲେ ମା’ appeared first on Dharitri Odia News.