ଭାଜପା ପ୍ରାର୍ଥୀ ଦୌଡରେ ଅଖିଳ, ମମିତା ଓ ଗୌତମଙ୍କୁ ନେଇ ଚର୍ଚ୍ଚା

ପାଟଣା: କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ପାଟଣା ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ଦଳ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ସର୍ବାଗ୍ରେ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ପକ୍ଷରୁ ବର୍ତ୍ତମାନର ଯୁବ ବିଧାୟକ ଜଗନ୍ନାଥ ନାଏକଙ୍କୁ ଦଳ ଦ୍ୱିତୀୟ ଥର ପାଇଁ ସୁଯୋଗ ଦେଇଛି। ମାତ୍ର ୫ ବର୍ଷ ଅବଧିରେ ରାଜନୈତିକ କଳା ଓ କୌଶଳକୁ କରାୟତ କରିଥିବା ଜଗନ୍ନାଥ ନାଏକ ଗତ ୨୦୧୯ ସାଧାରଣ ନିର୍ବାଚନରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର […]

ଭାଜପା ପ୍ରାର୍ଥୀ ଦୌଡରେ ଅଖିଳ, ମମିତା ଓ ଗୌତମଙ୍କୁ ନେଇ ଚର୍ଚ୍ଚା

ପାଟଣା: କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ପାଟଣା ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ଦଳ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ସର୍ବାଗ୍ରେ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ପକ୍ଷରୁ ବର୍ତ୍ତମାନର ଯୁବ ବିଧାୟକ ଜଗନ୍ନାଥ ନାଏକଙ୍କୁ ଦଳ ଦ୍ୱିତୀୟ ଥର ପାଇଁ ସୁଯୋଗ ଦେଇଛି। ମାତ୍ର ୫ ବର୍ଷ ଅବଧିରେ ରାଜନୈତିକ କଳା ଓ କୌଶଳକୁ କରାୟତ କରିଥିବା ଜଗନ୍ନାଥ ନାଏକ ଗତ ୨୦୧୯ ସାଧାରଣ ନିର୍ବାଚନରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଭବାନୀ ଶଙ୍କର ନାଏକଙ୍କୁ ୭୭୯୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଅବଶ୍ୟ ସେତେବେଳେ ବିଜେପିର ଅସନ୍ତୁଷ୍ଟ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ସ୍ଵାଧୀନ ଭାବେ ଲଢି ୮୦୭୪ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ନେତା ଏବେ ରାଜ୍ୟ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇ ବିଜୁ ଜନତା ଦଳ ପାଇଁ ପ୍ରଚାର କରୁଛନ୍ତି।

ଏ ପରିସ୍ଥିତିରେ ବିଜେପି ପକ୍ଷରୁ ଏଥର କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି। ବିଜେପି ଟିକେଟ ପାଇଁ ସର୍ବାଧିକ ୭ ଜଣ ପୂର୍ବରୁ ଆଶାୟୀ ଥିଲେ। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଅଖିଳ ଚନ୍ଦ୍ର ନାଏକ, ସତ୍ୟବ୍ରତ ନାଏକ, ଗୌତମ ନାଏକ, ପ୍ରବୀର ନାଏକ, କମଳାକାନ୍ତ ସିଂ ଓ ସଂଯୁକ୍ତା ନାଏକ ପ୍ରମୁଖଙ୍କର ଟିକେଟ ଆଶା ଥିବା ବେଳେ ଏମାନଙ୍କ ମଧ୍ୟରୁ ମମିତା, ଅଖିଳଚନ୍ଦ୍ର, ସତ୍ୟବ୍ରତ ଓ ଗୌତମ ନିଜ ନିଜ ଉଦ୍ୟମରେ ଜନ ସମ୍ପର୍କ ଅବ୍ୟାହତ ରଖିଥିଲେ। ୭ ଜଣଙ୍କ ଆଶାୟୀଙ୍କ ମଧ୍ୟରୁ ଏବେ ଟିକେଟ ଦୌଡରେ ଅଖିଳ ଚନ୍ଦ୍ର ନାଏକ, ମମିତା ନାଏକ ଓ ଗୌତମ ନାଏକ ମଧ୍ୟରୁ ଯାହାକୁ ହେଲେ ଦଳ ଟିକେଟ ଦେଇପାରେ ବୋଲି ଅଞ୍ଚଳ ସାରା ଚର୍ଚ୍ଚା ହୋଉଛି।