ଭାଜପା-ମମତା ମୁହାଁମୁହିଁ, ଭାଜପାର ୧୨ଘଣ୍ଟିଆ ବନ୍ଦ ଡାକରାକୁ ନ ମାନିବାକୁ ନିର୍ଦ୍ଦେଶ ଦେଲେ ମମତା

କୋଲକାତା,୨୭।୮: ଭାରତୀୟ ଜନତା ପାର୍ଟି ଅଗଷ୍ଟ ୨୮ରେ ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏହାକୁ ନେଇ ମମତା ବାନାର୍ଜୀ ଓ ପଶ୍ଚିମବଙ୍ଗ ଭାଜପାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।ମମତା ଏକ ଆଦେଶ ଜାରି କରି କହିଛନ୍ତି ଯେ, ବୁଧବାର ଦିନ ୧୨ଘଣ୍ଟିଆ ସାଧାରଣ ବନ୍ଦ ଦ୍ୱାରା ସାଧାରଣ ଜୀବନ ପ୍ରଭାବିତ ହେବ। ପଶ୍ଚିମବଙ୍ଗ ସରକାର ୧୨ ଘଣ୍ଟିଆ ସାଧାରଣ ଧର୍ମଘଟରେ ଭାଗ ନ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ବନ୍ଦ ସତ୍ତ୍ୱେ ସ୍ବାଭାବିକତା ବଜାୟ […] The post ଭାଜପା-ମମତା ମୁହାଁମୁହିଁ, ଭାଜପାର ୧୨ଘଣ୍ଟିଆ ବନ୍ଦ ଡାକରାକୁ ନ ମାନିବାକୁ ନିର୍ଦ୍ଦେଶ ଦେଲେ ମମତା appeared first on Dharitri Odia News.

ଭାଜପା-ମମତା ମୁହାଁମୁହିଁ, ଭାଜପାର ୧୨ଘଣ୍ଟିଆ ବନ୍ଦ ଡାକରାକୁ ନ ମାନିବାକୁ ନିର୍ଦ୍ଦେଶ ଦେଲେ ମମତା

କୋଲକାତା,୨୭।୮: ଭାରତୀୟ ଜନତା ପାର୍ଟି ଅଗଷ୍ଟ ୨୮ରେ ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏହାକୁ ନେଇ ମମତା ବାନାର୍ଜୀ ଓ ପଶ୍ଚିମବଙ୍ଗ ଭାଜପାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।ମମତା ଏକ ଆଦେଶ ଜାରି କରି କହିଛନ୍ତି ଯେ, ବୁଧବାର ଦିନ ୧୨ଘଣ୍ଟିଆ ସାଧାରଣ ବନ୍ଦ ଦ୍ୱାରା ସାଧାରଣ ଜୀବନ ପ୍ରଭାବିତ ହେବ।

ପଶ୍ଚିମବଙ୍ଗ ସରକାର ୧୨ ଘଣ୍ଟିଆ ସାଧାରଣ ଧର୍ମଘଟରେ ଭାଗ ନ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ବନ୍ଦ ସତ୍ତ୍ୱେ ସ୍ବାଭାବିକତା ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରଶାସନ ନିଶ୍ଚିତ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଆଲାପାନ ବୃନ୍ଦୋପାଧ୍ୟାୟ କହିଛନ୍ତି ଯେ, ପରିବହନ ସେବା ଜାରି ରହିବ ଏବଂ ଦୋକାନ ଏବଂ ବ୍ୟବସାୟ ଖୋଲା ରହିବ ବୋଲି ଆଶା କରାଯାଉଛି। ଏଥିସହ ସରକାରୀ କର୍ମଚାରୀଙ୍କୁ କାମକୁ ଆସିବାକୁ ସେ ଅନୁରୋଧ କରିଛନ୍ତି।

ସୂଚନାଥାଉ କି, ମମତା ସରକାରଙ୍କ ବିରୋଧରେ ଛାତ୍ର ସମାଜ ନବନ୍ନା ଆନ୍ଦୋଳନ କରିଛି। ଏହାକୁ ନେଇ ପୋଲିସ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ବ୍ୟବହାର କରି ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଛି।

 

The post ଭାଜପା-ମମତା ମୁହାଁମୁହିଁ, ଭାଜପାର ୧୨ଘଣ୍ଟିଆ ବନ୍ଦ ଡାକରାକୁ ନ ମାନିବାକୁ ନିର୍ଦ୍ଦେଶ ଦେଲେ ମମତା appeared first on Dharitri Odia News.