ଭାଜପା ରୋଡ୍ ଶୋ’ରେ ବ୍ୟବହୃତ ବାଣରୁ ଅଗ୍ନିକାଣ୍ଡ
ବିଞ୍ଝାରପୁର,୩୦ା୫(ରାମକୃଷ୍ଣ ଦାସ):ଭାଜପା ରୋଡ୍ ଶୋ’ରେ ବ୍ୟବହୃତ ବାଣରୁ ବିଞ୍ଝାରପୁର ଥାନା ଛକରେ ବୁଧବାର ମଧ୍ୟାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥାନାଛକର ଏକ କାଠ ତିଆରି ସାମଗ୍ରୀ ଦୋକାନ ସମୂର୍ଣ୍ଣ ଜଳିପୋଡି ଭସ୍ମ ହୋଇଯାଇଛି। ସୂଚନା ମୁତାବକ, ମାଇଁନ୍ଦା ଛକରୁ ସିଂହପୁର ପର୍ଯ୍ୟନ୍ତ ଭାଜପାର ରୋଡ୍ ଶୋ’ କାର୍ଯ୍ୟକ୍ରମ ଥିଲା। ଏହି ଶୋଭାଯାତ୍ରା ବିଞ୍ଝାରପୁର ଥାନା ଛକ ସଲଗ୍ନ ଭାଜପା କାର୍ଯ୍ୟାଳୟ ନିକଟରେ ମଧ୍ୟାହ୍ନରେ ପହଞ୍ଚିଥିଲା। ସେଠାରେ ଭାଜପାର ଯାଜପୁର ଲୋକ ସଭା ପ୍ରାର୍ଥୀ ଓ ବିଞ୍ଝାରପୁର […] The post ଭାଜପା ରୋଡ୍ ଶୋ’ରେ ବ୍ୟବହୃତ ବାଣରୁ ଅଗ୍ନିକାଣ୍ଡ appeared first on Dharitri Odia News.
ବିଞ୍ଝାରପୁର,୩୦ା୫(ରାମକୃଷ୍ଣ ଦାସ):ଭାଜପା ରୋଡ୍ ଶୋ’ରେ ବ୍ୟବହୃତ ବାଣରୁ ବିଞ୍ଝାରପୁର ଥାନା ଛକରେ ବୁଧବାର ମଧ୍ୟାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥାନାଛକର ଏକ କାଠ ତିଆରି ସାମଗ୍ରୀ ଦୋକାନ ସମୂର୍ଣ୍ଣ ଜଳିପୋଡି ଭସ୍ମ ହୋଇଯାଇଛି।
ସୂଚନା ମୁତାବକ, ମାଇଁନ୍ଦା ଛକରୁ ସିଂହପୁର ପର୍ଯ୍ୟନ୍ତ ଭାଜପାର ରୋଡ୍ ଶୋ’ କାର୍ଯ୍ୟକ୍ରମ ଥିଲା। ଏହି ଶୋଭାଯାତ୍ରା ବିଞ୍ଝାରପୁର ଥାନା ଛକ ସଲଗ୍ନ ଭାଜପା କାର୍ଯ୍ୟାଳୟ ନିକଟରେ ମଧ୍ୟାହ୍ନରେ ପହଞ୍ଚିଥିଲା। ସେଠାରେ ଭାଜପାର ଯାଜପୁର ଲୋକ ସଭା ପ୍ରାର୍ଥୀ ଓ ବିଞ୍ଝାରପୁର ବିଧାନସଭା ପ୍ରାର୍ଥିନୀଙ୍କୁ ସ୍ବାଗତ କରିବାକୁ ଯାଇ କର୍ମୀମାନେ ବାଣରେ ଆତସବାଜି କରିଥିଲେ। ବାଣ ଫୁଟିବାରୁ ନିଆଁ ଛିଟିକି ଯାଇ ମୁନସପ ଅଲ୍ଲିଖାଁଙ୍କ ଘରେ ଦୋକାନ କରିଥିବା ମାନସ ବିନ୍ଧାଣୀଙ୍କ କାଠ ସାମଗ୍ରୀ ଦୋକାନ ଉପରେ ପଡ଼ିଥିଲା। ଫଳରେ ଚାହୁଁ ଚାହୁଁ ଦୋକାନ ଜଳି ଉଠିଥିଲା। ଏହି ଦୋକାନରେ କାଠ କାମ ଜିନିଷ ବିକ୍ରି ହେଉଥିବାରୁ ନିଆଁକୁ ଆୟତ କରାଯାଇ ପାରି ନ ଥିଲା। ପରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଦୋକାନରେ ଥିବା ବିପୁଳ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଘଟଣାକୁ ନେଇ କାଠ ଦୋକାନୀ ମାନସ ବିନ୍ଧାଣୀ ଭାଜପା ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଭାଜପା ରୋଡ୍ ଶୋ’ରେ ବ୍ୟବହୃତ ବାଣରୁ ଅଗ୍ନିକାଣ୍ଡ appeared first on Dharitri Odia News.