‘ଭାଜପା ଶାସନରେ ଚାଷୀଙ୍କ ଆୟ ନୁହେଁ, ଆତ୍ମହତ୍ୟା ଦ୍ୱିଗୁଣିତ ହୋଇଛି’
ସୋଲାପୁର/ନୂଆଦିଲ୍ଲୀ,୧୧ା୮:୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟ ଦ୍ୱିଗୁଣିତ (ଡିଏଫ୍ଆଇ) କରିବା ପାଇଁ ୨୦୧୬ ଫେବୃଆରୀରେ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସବୁ ସଭାରେ କୃଷକଙ୍କ ଆୟ ଦୁଇଗୁଣା ବୃଦ୍ଧି କରାଯିବା ନେଇ ପ୍ରତିଶ୍ରୁତି ଦେଉଥିଲେ, ଯାହାକି ଅଦ୍ୟାବଧି ପୂରଣ ହୋଇପାରି ନାହିଁ। ତେଣୁ ୨୦୨୪ ଲୋକ ସଭା ନିର୍ବାଚନରେ ଏହି ପ୍ରସଙ୍ଗକୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଗୌଣ କରିଦେଇଥିଲା। ଭାଜପା ଶାସନରେ […] The post ‘ଭାଜପା ଶାସନରେ ଚାଷୀଙ୍କ ଆୟ ନୁହେଁ, ଆତ୍ମହତ୍ୟା ଦ୍ୱିଗୁଣିତ ହୋଇଛି’ appeared first on Dharitri Odia News.
ସୋଲାପୁର/ନୂଆଦିଲ୍ଲୀ,୧୧ା୮:୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟ ଦ୍ୱିଗୁଣିତ (ଡିଏଫ୍ଆଇ) କରିବା ପାଇଁ ୨୦୧୬ ଫେବୃଆରୀରେ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସବୁ ସଭାରେ କୃଷକଙ୍କ ଆୟ ଦୁଇଗୁଣା ବୃଦ୍ଧି କରାଯିବା ନେଇ ପ୍ରତିଶ୍ରୁତି ଦେଉଥିଲେ, ଯାହାକି ଅଦ୍ୟାବଧି ପୂରଣ ହୋଇପାରି ନାହିଁ। ତେଣୁ ୨୦୨୪ ଲୋକ ସଭା ନିର୍ବାଚନରେ ଏହି ପ୍ରସଙ୍ଗକୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଗୌଣ କରିଦେଇଥିଲା। ଭାଜପା ଶାସନରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେଲାନାହିଁ, ବରଂ ଆତ୍ମହତ୍ୟା ଦୁଇଗୁଣା ବୃଦ୍ଧି ପାଇଛି ବୋଲି ରବିବାର ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତା ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।
ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍ସିପି-ଏସ୍ପି) ମୁଖ୍ୟ ଶରଦ ପାଓ୍ବାର ମହାରାଷ୍ଟ୍ରର ସୋଲାପୁର ଜିଲାରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପର୍ଯ୍ୟାପ୍ତ ମୂଲ୍ୟ ପାଉ ନ ଥିବାରୁ ଋଣଗ୍ରସ୍ତ ହୋଇଗଲେଣି। ପ୍ରଧାନମନ୍ତ୍ରୀ ସେମାନଙ୍କ ଆୟ ଦ୍ୱିଗୁଣିତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଚାଷୀଙ୍କ ଆୟ ତ ବଢ଼ିଲା ନାହିଁ, ଆତ୍ମହତ୍ୟା ଦ୍ୱିଗୁଣିତ ହୋଇଛି। ଚାଷୀଙ୍କ କଷ୍ଟ ଲାଘବ ପାଇଁ ଋଣ ଛାଡ଼ କରାଯାଉ ବୋଲି ପାଓ୍ବାର କହିଛନ୍ତି।
ପାଓ୍ବାର ଆହୁରି କହିଛନ୍ତି, ମହାରାଷ୍ଟ୍ରରେ ବର୍ତ୍ତମାନ ସରକାର ପରିବର୍ତ୍ତନ କରିବା ସମୟ ଉପନୀତ। ଭାଜପା-ଶିବସେନା (ଶିନ୍ଦେ) ସରକାରକୁ ହଟାଇ ଏପରି ଏକ ସରକାର ଗଢ଼ାଯିବା ଦରକାର, ଯିଏ କୃଷକ, ଯୁବ ଓ ମହିଳାଙ୍କ ସ୍ବାର୍ଥର ସୁରକ୍ଷା କରିବେ। କେନ୍ଦ୍ର ଓ ରାଜ୍ୟର ଭାଜପା ସରକାର କୃଷକମାନଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ନିଜ କ୍ଷମତାର ଉପଯୋଗ କରୁନାହାନ୍ତି। ଯୁବତୀଯୁବକଙ୍କୁ ନିଯୁକ୍ତି ଦେବା କଥା ଚିନ୍ତା କରୁନାହାନ୍ତି। ନିଯୁକ୍ତି ଅଭାବ ଯୋଗୁ ଯୁବପିଢ଼ି ନିରାଶ ଓ ହତାଶ ହୋଇଗଲେଣି। ତେଣୁ ଆମକୁ ସରକାର ବଦଳାଇବାକୁ ପଡ଼ିବ ବୋଲି ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ପାଓ୍ବାର କହିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପା ୪୦୦ ପାର୍ ସ୍ଲୋଗାନ ଦେଇ ୩୦୦ ଭିତରେ ସୀମିତ ହୋଇ ରହିଗଲା। ଆନ୍ଧ୍ର ଓ ବିହାରୀ ଦଳଗୁଡ଼ିକର ସମର୍ଥନରେ ସରକାର ଗଢ଼ିବାକୁ ସକ୍ଷମ ହୋଇଛି। ଅନ୍ୟଥା ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇପାରି ନ ଥାନ୍ତେ।
The post ‘ଭାଜପା ଶାସନରେ ଚାଷୀଙ୍କ ଆୟ ନୁହେଁ, ଆତ୍ମହତ୍ୟା ଦ୍ୱିଗୁଣିତ ହୋଇଛି’ appeared first on Dharitri Odia News.