ଭାଜପା ସଭାପତିଙ୍କୁ ସମ୍ବର୍ଦ୍ଧନା: ତୃଣମୂଳସ୍ତରରୁ ଦଳୀୟ ସଂଗଠନ ହେବ ମଜଭୁତ
ରାଇକିଆ,୧୭।୨(ପ୍ରଦୀପ ବେହେରା):କନ୍ଧମାଳ ଜିଲା ଭାଜପା ସଭାପତି ପଣ୍ଡିତ କୁମାର ବିସ ମାଝିଙ୍କୁ ସୋମବାର ରାଇକିଆ ଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜିଲା ସଭାପତି ଭାବେ ମନୋନୀତ ହେଲା ପରେ ପ୍ରଥମଥର ପାଇଁ ରାଇକିଆ ଆସିଥିବା ଅବସରରେ ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ଏମ୍ପି ପ୍ରତିନିଧି ସନ୍ତୋଷ ଲେଙ୍କା, ପୂର୍ବତନ ସଭାପତି ଜଗନ୍ନାଥ ସାହୁ ଏବଂ ଦଳୀୟ କର୍ମୀ ମାନେ ସମ୍ବର୍ଦ୍ଧନା ଜଣାଇଥିବାବେଳେ ସମସ୍ତଙ୍କ ସହଯୋଗରେ ଆଗକୁ ବଢିବା ସହ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନ କିପରି […] The post ଭାଜପା ସଭାପତିଙ୍କୁ ସମ୍ବର୍ଦ୍ଧନା: ତୃଣମୂଳସ୍ତରରୁ ଦଳୀୟ ସଂଗଠନ ହେବ ମଜଭୁତ appeared first on Dharitri Odia News.
ରାଇକିଆ,୧୭।୨(ପ୍ରଦୀପ ବେହେରା):କନ୍ଧମାଳ ଜିଲା ଭାଜପା ସଭାପତି ପଣ୍ଡିତ କୁମାର ବିସ ମାଝିଙ୍କୁ ସୋମବାର ରାଇକିଆ ଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜିଲା ସଭାପତି ଭାବେ ମନୋନୀତ ହେଲା ପରେ ପ୍ରଥମଥର ପାଇଁ ରାଇକିଆ ଆସିଥିବା ଅବସରରେ ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ଏମ୍ପି ପ୍ରତିନିଧି ସନ୍ତୋଷ ଲେଙ୍କା, ପୂର୍ବତନ ସଭାପତି ଜଗନ୍ନାଥ ସାହୁ ଏବଂ ଦଳୀୟ କର୍ମୀ ମାନେ ସମ୍ବର୍ଦ୍ଧନା ଜଣାଇଥିବାବେଳେ ସମସ୍ତଙ୍କ ସହଯୋଗରେ ଆଗକୁ ବଢିବା ସହ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନ କିପରି ମଜଭୁତ ହୋଇପାରିବ ଏବଂ ସଧାରଣ ଜନତା ଯେପରି ସମସ୍ତ ଯୋଜନାରୁ ଉପକୃତ ହୋଇପାରିବେ। ସେ ଦିଗରେ କାର୍ଯ୍ୟ କରିବାକୁ ଜିଲା ସଭାପତି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ପଣ୍ଡା, ତାପସ ଦଳ ବେହେରା, ଝିଲିମା ଦଳ ବେହେରା, ନାରାୟଣ ପାତ୍ର, ପୂର୍ବତନ ବିଧାନସଭା ପ୍ରାର୍ଥୀ ମାନ ଗୋବିନ୍ଦ ପ୍ରଧାନ, ସନକ ଦିଗାଲ, ନାରାୟଣ ମହାନ୍ତି, କୈଳାସ ପଣ୍ଡାଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।
The post ଭାଜପା ସଭାପତିଙ୍କୁ ସମ୍ବର୍ଦ୍ଧନା: ତୃଣମୂଳସ୍ତରରୁ ଦଳୀୟ ସଂଗଠନ ହେବ ମଜଭୁତ appeared first on Dharitri Odia News.