ଭାଜପା ସରକାର ପାଇଁ ଜମ୍ମୁ-କଶ୍ମୀର ଏକ ପ୍ରୟୋଗଶାଳା: ମେହବୁବା ମୁଫତି
ଶ୍ରୀନଗର,୩୧।୧୦: ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରି ଫାଉଣ୍ଡେସନ ଦିବସ ପାଳନ ଅବସରରେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦେଇଥିବା ବିବୃତ୍ତିରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଅଧ୍ୟକ୍ଷ ମେହବୁବା ମୁଫତି ଗୁରୁବାର ଦୃଢ ପ୍ରତିକ୍ରିୟା ଦେଇଛନ୍ତି। ପିଡିପି ମୁଖ୍ୟ କହିଛନ୍ତି, ଯେପର୍ଯ୍ୟନ୍ତ ଜମ୍ମୁ କଶ୍ମୀରର ସ୍ଥିତି ପୁନଃ ସ୍ଥାପିତ ନହୁଏ ସେପର୍ଯ୍ୟନ୍ତ ଏହି ଦିନ ଆମ ପାଇଁ ଏକ କଳା ଦିନ ହୋଇ ରହିବ। ମେହବୁବା ମୁଫତି କହିଛନ୍ତି, ମୁଁ ଅନେକ ଥର କହିଛି […] The post ଭାଜପା ସରକାର ପାଇଁ ଜମ୍ମୁ-କଶ୍ମୀର ଏକ ପ୍ରୟୋଗଶାଳା: ମେହବୁବା ମୁଫତି appeared first on Dharitri Odia News.
ଶ୍ରୀନଗର,୩୧।୧୦: ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରି ଫାଉଣ୍ଡେସନ ଦିବସ ପାଳନ ଅବସରରେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦେଇଥିବା ବିବୃତ୍ତିରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଅଧ୍ୟକ୍ଷ ମେହବୁବା ମୁଫତି ଗୁରୁବାର ଦୃଢ ପ୍ରତିକ୍ରିୟା ଦେଇଛନ୍ତି।
ପିଡିପି ମୁଖ୍ୟ କହିଛନ୍ତି, ଯେପର୍ଯ୍ୟନ୍ତ ଜମ୍ମୁ କଶ୍ମୀରର ସ୍ଥିତି ପୁନଃ ସ୍ଥାପିତ ନହୁଏ ସେପର୍ଯ୍ୟନ୍ତ ଏହି ଦିନ ଆମ ପାଇଁ ଏକ କଳା ଦିନ ହୋଇ ରହିବ।
ମେହବୁବା ମୁଫତି କହିଛନ୍ତି, ମୁଁ ଅନେକ ଥର କହିଛି ଯେ ଜମ୍ମୁ କଶ୍ମୀର ଭାଜପା ସରକାରଙ୍କ ପାଇଁ ଏକ ଲାବୋରେଟୋରୀ ବା ପ୍ରୟୋଗଶାଳା ହୋଇଛି, ଯେଉଁଠାରେ ଏହା ବିଭିନ୍ନ ପରୀକ୍ଷଣ କରିଥାଏ। ଜମ୍ମୁ କଶ୍ମୀରରେ ଭାଜପା ଯାହା କରୁଛି ତାହା ସମଗ୍ର ଦେଶକୁ ବାର୍ତ୍ତା ପଠାଇବ ବୋଲି ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ଭାଜପା ଏହି ବାର୍ତ୍ତା ପଠାଇବାକୁ ଚାହୁଁଛି ଯେ ଯଦି ସେମାନେ ମୁସଲମାନ ସଂଖ୍ୟାଗରିଷ୍ଠ ରାଷ୍ଟ୍ର ସହିତ ଏହା କରିପାରିବେ, ତେବେ ସେମାନେ ଯେକୌଣସି ରାଜ୍ୟ ସହିତ କରିପାରିବେ। ୧୯୪୭ ମସିହାରେ ଜମ୍ମୁ କଶ୍ମୀରର ପରିସ୍ଥିତିକୁ ମନେ ପକାଇ ମେହବୁବା ମୁଫତି କହିଥିଲେ ଯେ ସେତେବେଳେ ମୁସଲିମ ନେତୃତ୍ୱ ଏକ ଗଣତାନ୍ତ୍ରିକ ଭାରତ ସହ ଜଡିତ ହେବାକୁ ନିଷ୍ପତ୍ତି ନେଇଥିଲେ।
The post ଭାଜପା ସରକାର ପାଇଁ ଜମ୍ମୁ-କଶ୍ମୀର ଏକ ପ୍ରୟୋଗଶାଳା: ମେହବୁବା ମୁଫତି appeared first on Dharitri Odia News.