ଭାଜପାକୁ ୬୦ କୋଟି ଦେଇଛନ୍ତି ସରଥ ରେଡ୍ଡୀ

ନୂଆଦିଲ୍ଲୀ,୨୧ା୪: ତଥାକଥିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ସରଥ ରେଡ୍ଡୀ ଭାଜପାକୁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ୬୦ କୋଟି ଟଙ୍କା ଚାନ୍ଦା ଦେଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଶନିବାର ଅଭିଯୋଗ ଆଣିଛନ୍ତି। ସେଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସରଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଆପ୍‌ ନେତା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଇଡି ଚାର୍ଜଶିଟ୍‌ରେ ସରଥଙ୍କୁ ଅବକାରୀ ଦୁର୍ନୀତିର କିଙ୍ଗ୍‌ପିନ୍‌ ଭାବେ ଅଭିଯୋଗ କରାଯାଇଛି। […] The post ଭାଜପାକୁ ୬୦ କୋଟି ଦେଇଛନ୍ତି ସରଥ ରେଡ୍ଡୀ appeared first on Dharitri Odia News.

ଭାଜପାକୁ ୬୦ କୋଟି ଦେଇଛନ୍ତି ସରଥ ରେଡ୍ଡୀ

ନୂଆଦିଲ୍ଲୀ,୨୧ା୪: ତଥାକଥିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ସରଥ ରେଡ୍ଡୀ ଭାଜପାକୁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ୬୦ କୋଟି ଟଙ୍କା ଚାନ୍ଦା ଦେଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଶନିବାର ଅଭିଯୋଗ ଆଣିଛନ୍ତି। ସେଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସରଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଆପ୍‌ ନେତା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଇଡି ଚାର୍ଜଶିଟ୍‌ରେ ସରଥଙ୍କୁ ଅବକାରୀ ଦୁର୍ନୀତିର କିଙ୍ଗ୍‌ପିନ୍‌ ଭାବେ ଅଭିଯୋଗ କରାଯାଇଛି। ବିନା ପ୍ରମାଣରେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ତାଙ୍କୁ ଗିରଫ କରାଯାଇଥିବାବେଳେ ସରଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ସଞ୍ଜୟ ଅଭିଯୋଗ କରିଛନ୍ତି।

The post ଭାଜପାକୁ ୬୦ କୋଟି ଦେଇଛନ୍ତି ସରଥ ରେଡ୍ଡୀ appeared first on Dharitri Odia News.