ଭାଜପାର ଏହି ହେଭିଓ୍ବେଟ୍ ନେତାଙ୍କ ସହ ମୁହାଁମୁହିଁ ହେବେ ବିଜେଡିର ଏହି ହେଭିଓ୍ବେଟ୍ ନେତା
ଭୁବନେଶ୍ୱର,୨୭ା୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୮ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ବିଜୁ ଜନତା ଦଳ(ବିଜେଡି) ବୁଧବାର ନିଜର ପ୍ରଥମ ପର୍ଯ୍ୟାୟର ତାଲିକାରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଭୁବନେଶ୍ୱର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀଙ୍କୁ ଟିକେଟ ଦେଇଥିବା ବେଳେ ତାଙ୍କୁ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ମୁକାବିଲା କରିବେ। ସେହିପରି ସମ୍ବଲପୁରରେ […] The post ଭାଜପାର ଏହି ହେଭିଓ୍ବେଟ୍ ନେତାଙ୍କ ସହ ମୁହାଁମୁହିଁ ହେବେ ବିଜେଡିର ଏହି ହେଭିଓ୍ବେଟ୍ ନେତା appeared first on Dharitri Odia News.
ଭୁବନେଶ୍ୱର,୨୭ା୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୮ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ବିଜୁ ଜନତା ଦଳ(ବିଜେଡି) ବୁଧବାର ନିଜର ପ୍ରଥମ ପର୍ଯ୍ୟାୟର ତାଲିକାରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।
ଭୁବନେଶ୍ୱର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀଙ୍କୁ ଟିକେଟ ଦେଇଥିବା ବେଳେ ତାଙ୍କୁ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ମୁକାବିଲା କରିବେ। ସେହିପରି ସମ୍ବଲପୁରରେ ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିକେଟ୍ ପାଇଥିବା ବେଳେ ବିଜେଡି ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଜୋର୍ଦାର ଲଢ଼େଇ ହେବ।
ସେହିପରି କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଭାଜପାରୁ ବୈଜୟନ୍ତ ପଣ୍ଡା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ସେଠାରେ ସ୍ବର୍ଗନ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେହିପରି ମୟୂରଭଞ୍ଜରୁ ଭାଜପାର ନବରଚରଣ ମାଝି ଏବଂ ବିଜେଡିର ସୁଦାମ ମାର୍ଣ୍ଡିଙ୍କ ସହ ଲଢ଼େଇ ହେବ। ସୁନ୍ଦରଗଡ଼ ଆସନରୁ ଭାଜପାର ଜୁଏଲ ଓରାମଙ୍କୁ ଟିକେଟ୍ ମିଳିଥିବା ବେଳେ ବିଜେଡି ଦିଲ୍ଲୀପ ତିର୍କୀଙ୍କୁ ଟିକେଟ୍ ଦେଇଛି।
ସେହିପରି ନବରଙ୍ଗପୁରରେ ଭାଜପାର ବଳଭଦ୍ର ମାଝିଙ୍କୁ ବିଜେଡିର ପ୍ରଦୀପ ମାଝି କଡ଼ା ମୁକାବିଲା କରିବେ। କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ କାଳୀରାମ ମାଝି ଏବଂ କୌଶଲ୍ୟା ହିକ୍କା ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ। ଆସିକାରେ ଭାଜପାର ଅନିତା ଶୁଭଦର୍ଶିନୀଙ୍କୁ ସାମ୍ନା କରିବେ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁ। କଳାହାଣ୍ଡିରେ ଭାଜପାରୁ ମାଳବିକା କେଶରୀ ଦେଓଙ୍କୁ ମୁକାବିଲା କରିବେ ବିଜେଡିର ଲମ୍ବୋଦର ନିଆଳ।
The post ଭାଜପାର ଏହି ହେଭିଓ୍ବେଟ୍ ନେତାଙ୍କ ସହ ମୁହାଁମୁହିଁ ହେବେ ବିଜେଡିର ଏହି ହେଭିଓ୍ବେଟ୍ ନେତା appeared first on Dharitri Odia News.