ଭାଜପାର ମୁଣ୍ଡବିନ୍ଧା ବଢାଇଲାଣି ଏହି ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିବା ସତ୍ତ୍ୱେ ଛିଡୁନି ବିବାଦ
ପୁଣେ,୩୧।୮: ଖୁବ ଶୀଘ୍ର ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଏହାପୂର୍ବରୁ ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ନେଇ ରାଜନୈତିକ ଉତ୍ତେଜନା ଥମିବାର ନାଁ ନେଉନାହିଁ। ଏପରିକି ପ୍ରତିମୂର୍ତ୍ତି ଭାଙ୍ଗିବା ପାଇଁ ଭାଜପା ରାଜ୍ୟ ସଭାପତି ଆଶିଷ ଶେଲାର, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମା ମାଗିଛନ୍ତି, କିନ୍ତୁ ବିରୋଧୀ ବାରମ୍ବାର ଟାର୍ଗେଟ୍ କରୁଥିବା ଦେଖାଯାଇଛି। ବିରୋଧୀ କହିଛନ୍ତି ଯେ ଛତ୍ରପତି ଶିବାଜୀ ମହାରାଜଙ୍କ […] The post ଭାଜପାର ମୁଣ୍ଡବିନ୍ଧା ବଢାଇଲାଣି ଏହି ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିବା ସତ୍ତ୍ୱେ ଛିଡୁନି ବିବାଦ appeared first on Dharitri Odia News.
ପୁଣେ,୩୧।୮: ଖୁବ ଶୀଘ୍ର ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଏହାପୂର୍ବରୁ ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ନେଇ ରାଜନୈତିକ ଉତ୍ତେଜନା ଥମିବାର ନାଁ ନେଉନାହିଁ। ଏପରିକି ପ୍ରତିମୂର୍ତ୍ତି ଭାଙ୍ଗିବା ପାଇଁ ଭାଜପା ରାଜ୍ୟ ସଭାପତି ଆଶିଷ ଶେଲାର, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମା ମାଗିଛନ୍ତି, କିନ୍ତୁ ବିରୋଧୀ ବାରମ୍ବାର ଟାର୍ଗେଟ୍ କରୁଥିବା ଦେଖାଯାଇଛି। ବିରୋଧୀ କହିଛନ୍ତି ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତି ଅପମାନକୁ ବରଦାସ୍ତ କରାଯିବ ନାହିଁ।
ରାଜନୈତିକ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷମା ମାଗିଛନ୍ତି ଏବଂ ବହୁ ବଡ ନେତା ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଧ୍କ୍ଷମା ପ୍ରାର୍ଥନା କରିଥିବାବେଳେ ତାତି ଥମୁନି। ଦିଲ୍ଲୀର କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ କ୍ଷମା ପ୍ରାର୍ଥନା କରିଛନ୍ତି, ତାହା କପଟୀ। କେବଳ ଭୋଟକୁ ଧ୍ୟାନରେ ରଖି କ୍ଷମା ମାଗୁଛନ୍ତି। ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ଉଚିତ୍। ରାମ ମନ୍ଦିରର ଛାତ ମଧ୍ୟ ଲିକ୍ ହେଉଛି। ପ୍ରଧାନମନ୍ତ୍ରୀ ଏହା ବିଷୟରେ କେବେ କ୍ଷମା ମାଗିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ର ଗସ୍ତ କରିଛନ୍ତି। ଏହି ସମୟ ମଧ୍ୟରେ ସେ ପାଲଘରର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେ ୭୬,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୱାଡୱାନ ବନ୍ଦରର ମୂଳଦୁଆ ପକାଇଥିଲେ। ଏହି ପ୍ରତିମୂର୍ତ୍ତି ଭାଙ୍ଗିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କ୍ଷମା ମାଗିଛନ୍ତି ଏବଂ ପାଦକୁ ୧୦୦ ଥର ଛୁଇଁବାକୁ ପ୍ରସ୍ତୁତ ଥିବା କହିଛନ୍ତି।
ଏହି ପ୍ରତିମୂର୍ତ୍ତୀ ଭାଙ୍ଗିବା ଆଗାମୀ ନିର୍ବାଚନରେ ଭାଜପାକୁ ମହଙ୍ଗା ପଡିପାରେ ବୋଲି କୁହାଯାଉଛି।
The post ଭାଜପାର ମୁଣ୍ଡବିନ୍ଧା ବଢାଇଲାଣି ଏହି ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିବା ସତ୍ତ୍ୱେ ଛିଡୁନି ବିବାଦ appeared first on Dharitri Odia News.