ଭାଜପାର ମୁଣ୍ଡବିନ୍ଧା ବଢାଇଲେ ରାଜ ଠାକ୍‌ରେ

ପୁଣେ,୫।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା ମୁମ୍ବାଇର ଶିବଡି ବିଧାନସଭାରୁ ବାଲା ନନ୍ଦଗାଓଁକର ଏବଂ ପନ୍ଦରପୁରରୁ ଦିଲୀପ ଧୋଟରେଙ୍କୁ ଟିକେଟ୍‌ ଦେଇଛି। ରାଜ ଠାକରେଙ୍କ ଏହି ରଣନୀତି ଉଭୟ ଏମ୍‌ଭିଏ ଏବଂ ଗ୍ରାଣ୍ଡ ଆଲାଇନ୍ସ (ଏନଡିଏ)କୁ ଟେନସନରେ ପକାଇଛି। ଲୋକ ସଭା ନିର୍ବାଚନରେ ରାଜ ଠାକରେ ଏନଡିଏକୁ ସମର୍ଥନ କରିଥିଲେ। ମହାୟୁଟିର ସମାବେଶରେ ମଧ୍ୟ […] The post ଭାଜପାର ମୁଣ୍ଡବିନ୍ଧା ବଢାଇଲେ ରାଜ ଠାକ୍‌ରେ appeared first on Dharitri Odia News.

ଭାଜପାର ମୁଣ୍ଡବିନ୍ଧା ବଢାଇଲେ ରାଜ ଠାକ୍‌ରେ

ପୁଣେ,୫।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା ମୁମ୍ବାଇର ଶିବଡି ବିଧାନସଭାରୁ ବାଲା ନନ୍ଦଗାଓଁକର ଏବଂ ପନ୍ଦରପୁରରୁ ଦିଲୀପ ଧୋଟରେଙ୍କୁ ଟିକେଟ୍‌ ଦେଇଛି। ରାଜ ଠାକରେଙ୍କ ଏହି ରଣନୀତି ଉଭୟ ଏମ୍‌ଭିଏ ଏବଂ ଗ୍ରାଣ୍ଡ ଆଲାଇନ୍ସ (ଏନଡିଏ)କୁ ଟେନସନରେ ପକାଇଛି।
ଲୋକ ସଭା ନିର୍ବାଚନରେ ରାଜ ଠାକରେ ଏନଡିଏକୁ ସମର୍ଥନ କରିଥିଲେ। ମହାୟୁଟିର ସମାବେଶରେ ମଧ୍ୟ ଭାଗ ନେଇଥିଲେ। ଏହା ପରେ ବିଶ୍ୱାସ କରାଯାଉଥିଲା,ବିଧାନସଭା ନିର୍ବାଚନରେ ଏମ୍‌ଏନ୍‌ଏସ୍‌ ଭାଜପା ସହିତ ଏକ ମେଣ୍ଟ କରିବ ଏବଂ ଏହା ଆସନ ବଣ୍ଟନରେ ଗୁରୁତ୍ୱ ଦେବ। ବର୍ତ୍ତମାନ ରାଜ ଠାକରେ ଏକୁଟିଆ ଯିବାର ରଣନୀତି ପ୍ରସ୍ତୁତ କରିଛନ୍ତି। ଭାଜପା ଏବଂ ଏହାର ସହଯୋଗୀ ପାର୍ଟନରଙ୍କ ପାଇଁ ଏହା ଏକ ବଡ ଟେନସନଠାରୁ କମ ନୁହେଁ।
ରାଜ ଠାକରେ ଜୁଲାଇ ୨୫ରେ ଘୋଷଣା କରିଥିଲେ, ଏମ୍‌ଏନ୍‌ଏସ ରାଜ୍ୟରେ ୨୨୫ ରୁ ୨୫୦ଟି ଆସନରେ ନିର୍ବାଚନ ଲଢିବ।

The post ଭାଜପାର ମୁଣ୍ଡବିନ୍ଧା ବଢାଇଲେ ରାଜ ଠାକ୍‌ରେ appeared first on Dharitri Odia News.