ଭାଜପାର ସକ୍ରିୟ ସଦସ୍ୟତା ବୈଠକ, ଦଳକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଲେ ନେତା
ବେଗୁନିଆପଡା,୧୬।୪(ସୁଶାନ୍ତ ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା କଲ୍ୟାଣ ମଣ୍ଡପଠାରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ର ସକ୍ରିୟ ସଦସ୍ୟତା ବୈଠକ ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବୁଥ ସ୍ତରୀୟ ସକ୍ରିୟ ସଦସ୍ୟ, ମଣ୍ଡଳ ସଭାପତି, ବିଭିନ୍ନ କର୍ମକର୍ତ୍ତାମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଭାଜପା କେନ୍ଦ୍ର କମିଟିର ନିର୍ଦ୍ଦେଶ କ୍ରମେ କୋଦଳା ନଗରପାଳ ସୂର୍ଯ୍ୟ ନାରାୟଣ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଘୁମୁସର ଜିଲା ସଭାପତି ବିଜୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଗଠନ, ଆଗାମୀ […] The post ଭାଜପାର ସକ୍ରିୟ ସଦସ୍ୟତା ବୈଠକ, ଦଳକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଲେ ନେତା appeared first on Dharitri Odia News.
ବେଗୁନିଆପଡା,୧୬।୪(ସୁଶାନ୍ତ ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା କଲ୍ୟାଣ ମଣ୍ଡପଠାରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ର ସକ୍ରିୟ ସଦସ୍ୟତା ବୈଠକ ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବୁଥ ସ୍ତରୀୟ ସକ୍ରିୟ ସଦସ୍ୟ, ମଣ୍ଡଳ ସଭାପତି, ବିଭିନ୍ନ କର୍ମକର୍ତ୍ତାମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଭାଜପା କେନ୍ଦ୍ର କମିଟିର ନିର୍ଦ୍ଦେଶ କ୍ରମେ କୋଦଳା ନଗରପାଳ ସୂର୍ଯ୍ୟ ନାରାୟଣ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଘୁମୁସର ଜିଲା ସଭାପତି ବିଜୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଗଠନ, ଆଗାମୀ କାର୍ଯ୍ୟକ୍ରମ ଓ ଅତୀତରେ କର୍ମକର୍ତ୍ତାଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସଂଗଠନ ସୁଦୃଢ ଉପରେ ମତ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଯୋଗ ଦେଇ ସଂଗଠନର ସୁଦୃଢ କରିବା ନେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ସହ ସରକାରଙ୍କ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ କିପରି ପହଞ୍ଚି ପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଯୁବ ନେତା ସୀତାରାମ ପାଣିଗ୍ରାହୀ ଯୋଗଦେଇ ଭାଜପାର ସଂଘୀୟ ବ୍ୟବସ୍ଥା ଉପରେ ମତ ରଖିବା ସହିତ ସମସ୍ତେ ସୁ ସଂଗଠିତ ହୋଇ ରହିବାକୁ ଆହ୍ବାନ ଦେଇଥିଲେ।
The post ଭାଜପାର ସକ୍ରିୟ ସଦସ୍ୟତା ବୈଠକ, ଦଳକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଲେ ନେତା appeared first on Dharitri Odia News.