ଭାଜପାର ସାଉଥ୍ ସମୀକରଣ ଫାଇନାଲ୍
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ୩୭୦ ପ୍ଲସ ଏବଂ ଏନଡିଏ ପାଇଁ ୪୦୦ ପ୍ଲସ ଲକ୍ଷ୍ୟରେ ଦକ୍ଷିଣ ଭାରତର ଦୁର୍ଗ ଭାଙ୍ଗିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ରମରେ ଦକ୍ଷିଣରେ ସମୀକରଣର ସମାଧାନ ପାଇଁ ତାମିଲନାଡୁ ଏବଂ କର୍ନାଟକ ଭଳି ରାଜ୍ୟରେ ଭାଜପା ଚୂଡ଼ାନ୍ତ ରୂପ ନେଇଛି। ଏହା ଆନ୍ଧ୍ରପ୍ରଦେଶରେ ମଧ୍ୟ ଘୋଷଣା କରାଯାଇଛି। ତାମିଲନାଡୁରେ ଭାଜପା ୬ଟି ଆଞ୍ଚଳିକ ଦଳ ସହ ମିଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ […] The post ଭାଜପାର ସାଉଥ୍ ସମୀକରଣ ଫାଇନାଲ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ୩୭୦ ପ୍ଲସ ଏବଂ ଏନଡିଏ ପାଇଁ ୪୦୦ ପ୍ଲସ ଲକ୍ଷ୍ୟରେ ଦକ୍ଷିଣ ଭାରତର ଦୁର୍ଗ ଭାଙ୍ଗିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ରମରେ ଦକ୍ଷିଣରେ ସମୀକରଣର ସମାଧାନ ପାଇଁ ତାମିଲନାଡୁ ଏବଂ କର୍ନାଟକ ଭଳି ରାଜ୍ୟରେ ଭାଜପା ଚୂଡ଼ାନ୍ତ ରୂପ ନେଇଛି। ଏହା ଆନ୍ଧ୍ରପ୍ରଦେଶରେ ମଧ୍ୟ ଘୋଷଣା କରାଯାଇଛି।
ତାମିଲନାଡୁରେ ଭାଜପା ୬ଟି ଆଞ୍ଚଳିକ ଦଳ ସହ ମିଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କର୍ନାଟକରେ ଜେଡିଏସ ସହ ଏକ ଚୁକ୍ତିନାମା ହୋଇଛି। କର୍ନାଟକରେ ଭାଜପା ୨୬ଟି ଆସନରେ ଲୋକ ସଭା ନିର୍ବାଚନ ଏବଂ ତିନିଟି ଆସନରେ ଜେଡିଏସ ପ୍ରତିଦ୍ୱନ୍ଦ୍ୱିତା କରିବ। କର୍ନାଟକର କୋଲାର, ହାସନ ଏବଂ ମାଣ୍ଡ୍ୟା ଲୋକ ସଭା ଆସନ ଜେଡିଏସକୁ ଦିଆଯାଇଛି। ଅବଶିଷ୍ଟ ସମସ୍ତ ଆସନରେ ଭାଜପା ନିର୍ବାଚନ ଲଢିବ।
ତାମିଲନାଡୁରେ ଏଆଇଏଡିଏମ୍କେ ସହିତ ମେଣ୍ଟ ଭାଙ୍ଗିବା ପରେ ଭାଜପା ୬ଟି ଆଞ୍ଚଳିକ ଦଳ ସହ ଏକ ମେଣ୍ଟ ଗଠନ କରିଛି। ଅମ୍ବୁମଣି ରାମାଦାସଙ୍କ ଦଳ ପିଏମକେ, ଟିଟିଭି ଦିନାକରନଙ୍କ ଏମଏମକେ, ଟିଆର ପାରଭେନ୍ଦ୍ରଙ୍କ ଆଇଜେକେ, ଜନ ପାଣ୍ଡିଆନଙ୍କ ତମିଜାଗା ମକ୍କଲ ମୁନ୍ନେତ୍ର କାଜଗାମ (ଟିଏମଏମକେ), ଏସି ଶାନମୁଗାମର ପୁଥିୟା ନୀତି କାଚି (ପିଏନକେ) ଏବଂ ଭାରତ ମକ୍କାଲ କଲଭୀ ମୁନ୍ନେତ୍ର କାଜାଗମ୍(ଆଇଏମ୍କେଏମ୍କେ) ସହିତ ଭାଜପା ଏକ ମିଳିତ ମେଣ୍ଟ ଗଠନ କରିଛି। ଏହି ମିଳିତ ମେଣ୍ଟ ଅଧୀନରେ ପିଏମ୍କେ ୧୦, ଏମଏମକେ ୨ ଏବଂ ଅନ୍ୟ ଚାରି ଦଳଙ୍କୁ ଗୋଟିଏ ସିଟ ଦିଆଯାଇଥିବାବେଳେ ତାମିଲନାଡୁର ପ୍ରାୟ ୨୩ଟି ଆସନରେ ଭାଜପା ପ୍ରତିଦ୍ୱନ୍ଦ୍ୱିତା କରିବ।
ଆନ୍ଧ୍ରପ୍ରଦେଶରେ ଟିଡିପି ଏବଂ ଜନସେନାଙ୍କ ସହ ଭାଜପାର ମେଣ୍ଟ ଶେଷ ହୋଇସାରିଛି। ଗତ ସପ୍ତାହରେ ଭାଜପା ସଭାପତି ଜେପି ନଡା ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ଭାଜପା, ତେଲୁଗୁ ଦେଶମ ପାର୍ଟି ଏବଂ ଜନସେନା ପାର୍ଟି ୨୦୨୪ ଲୋକ ସଭା ନିର୍ବାଚନରେ ଏକାଠି ଲଢିବେ।
The post ଭାଜପାର ସାଉଥ୍ ସମୀକରଣ ଫାଇନାଲ୍ appeared first on Dharitri Odia News.