ଭାଜପାରୁ ଇସ୍ତଫା ଦେଲେ ପ୍ରାକ୍ତନ ବିଧାୟକ

ବାରିପଦା,୨୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଭାଜପା ଦଳରୁ ଇସ୍ତଫା ଦେଇଛନ୍ତି ମୟୂରଭଞ୍ଜ ଜିଲା ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ଯାହାର ଏକକିତା ନକଲ ଦଳର ଜିଲା ସଭାପତି କାନ୍ଦରା ସୋରେନଙ୍କୁ ମଧ୍ୟ ପ୍ରଦାନ କରିଛନ୍ତ। ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କାରଣ ବଡ଼ସାହି ନୂତନ ବିଧାନସଭା […] The post ଭାଜପାରୁ ଇସ୍ତଫା ଦେଲେ ପ୍ରାକ୍ତନ ବିଧାୟକ appeared first on Dharitri Odia News.

ଭାଜପାରୁ ଇସ୍ତଫା ଦେଲେ ପ୍ରାକ୍ତନ ବିଧାୟକ

ବାରିପଦା,୨୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଭାଜପା ଦଳରୁ ଇସ୍ତଫା ଦେଇଛନ୍ତି ମୟୂରଭଞ୍ଜ ଜିଲା ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ଯାହାର ଏକକିତା ନକଲ ଦଳର ଜିଲା ସଭାପତି କାନ୍ଦରା ସୋରେନଙ୍କୁ ମଧ୍ୟ ପ୍ରଦାନ କରିଛନ୍ତ। ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କାରଣ ବଡ଼ସାହି ନୂତନ ବିଧାନସଭା କ୍ଷେତ୍ର ଭାବେ ଗଠିତ ହେବା ପରେ ଶ୍ରୀ ସେଠୀ ୨୦୦୯ରେ ବିଜେଡିରୁ ଟିକଟ ପାଇ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ନିର୍ବାଚନରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବା ଗଣେଶ୍ବର ପାତ୍ରଙ୍କୁ ଟିକଟ ଦେବାରୁ ସେ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚନ ଲଢ଼ିବା ଆଶା ମଉଳିଯାଇଥିଲା। ଫଳରେ ଅଭିମାନରେ ନିଜର ସମର୍ଥକଙ୍କ ସହିତ ସେ ବିଜେଡି ଛାଡ଼ି ଭାଜପାରେ ମିଶିଥିଲେ। ପରନ୍ତୁ ସେଠାରେ ତାଙ୍କୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଦିନକୁ ଦିନ ଭାଜପା ତାଙ୍କୁ ଅଣଦେଖା କରିଚାଲିଥିଲା । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପ୍ରତି ସେ ସ୍ବତନ୍ତ୍ର ଦୃଷ୍ଟି ଦେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପ୍ରଭାବିତ କରିଥିଲା। ପୂର୍ବ ନିଷ୍ପତ୍ତି ଏକ ଭୁଲ୍‌ ଥିବା ଜାଣି ନିଷ୍ପତ୍ତି ପରିବର୍ତ୍ତନ ପୂର୍ବକ ଭାଜପା ଛାଡ଼ିଛନ୍ତି ବୋଲି ତାଙ୍କର ସମର୍ଥକ କହିଛନ୍ତି। ଖୁବ୍‌ଶୀଘ୍ର ସମର୍ଥକଙ୍କ ସହିତ ସେ ବିଜେଡିକୁ ଫେରିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

The post ଭାଜପାରୁ ଇସ୍ତଫା ଦେଲେ ପ୍ରାକ୍ତନ ବିଧାୟକ appeared first on Dharitri Odia News.