ଭାଜପାରୁ ଇସ୍ତଫା ଦେଲେ ସୋନାଲି ସାହୁ, ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୪।୪: ଭାଜପା ଛାଡିଲେ ମହିଳା ନେତ୍ରୀ ସୋନାଲି ସାହୁ। ଗୁରୁବାର ସେ ଭାଜପା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି। ମିଳିଥିବା ସୂଚନୁସାରେ ସେ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୋନାଲି ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। କିନ୍ତୁ […] The post ଭାଜପାରୁ ଇସ୍ତଫା ଦେଲେ ସୋନାଲି ସାହୁ, ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା appeared first on Dharitri Odia News.

ଭାଜପାରୁ ଇସ୍ତଫା ଦେଲେ ସୋନାଲି ସାହୁ, ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୪।୪: ଭାଜପା ଛାଡିଲେ ମହିଳା ନେତ୍ରୀ ସୋନାଲି ସାହୁ। ଗୁରୁବାର ସେ ଭାଜପା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି। ମିଳିଥିବା ସୂଚନୁସାରେ ସେ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୋନାଲି ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। କିନ୍ତୁ ୫ ବର୍ଷ ଧରି କାର୍ଯ୍ୟ କରିବା ଭିତରେ ମୋର ଅନୁଭବ ହେଲା ଯେ, ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ।

 

The post ଭାଜପାରୁ ଇସ୍ତଫା ଦେଲେ ସୋନାଲି ସାହୁ, ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା appeared first on Dharitri Odia News.