ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!
ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସୁବ୍ରତ ଚକ୍ରଙ୍କ ଉପରେ ଭରସା କରିଛି। ହେଲେ ଏ ପର୍ଯ୍ୟନ୍ତ ଭାଜପା ତା’ର ପ୍ରାର୍ଥୀ ଘୋଷଣା କରି ନାହିଁ। ଉକ୍ତ ନିର୍ବାଚନମଣ୍ଡଳୀ ରାଜନୈତିକ ଦୃଷ୍ଟିକୋଣରୁ ଅନ୍ୟତମ ସମ୍ବେଦନଶୀଳ କ୍ଷେତ୍ର ହୋଇଥିବାରୁ ସବୁ ପ୍ରାର୍ଥୀଙ୍କ ଉପରେ ନଜର ଥାଏ। ଏଯାଏ ଭାଜପା ପ୍ରାର୍ଥୀ ଘୋଷଣା କରି ନ ଥିବାରୁ […] The post ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ! appeared first on Dharitri Odia News.
ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସୁବ୍ରତ ଚକ୍ରଙ୍କ ଉପରେ ଭରସା କରିଛି। ହେଲେ ଏ ପର୍ଯ୍ୟନ୍ତ ଭାଜପା ତା’ର ପ୍ରାର୍ଥୀ ଘୋଷଣା କରି ନାହିଁ। ଉକ୍ତ ନିର୍ବାଚନମଣ୍ଡଳୀ ରାଜନୈତିକ ଦୃଷ୍ଟିକୋଣରୁ ଅନ୍ୟତମ ସମ୍ବେଦନଶୀଳ କ୍ଷେତ୍ର ହୋଇଥିବାରୁ ସବୁ ପ୍ରାର୍ଥୀଙ୍କ ଉପରେ ନଜର ଥାଏ।
ଏଯାଏ ଭାଜପା ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଏଠାରେ ନୂଆ ମୁହଁ ଉଭା ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ପୂର୍ବ ନିର୍ବାଚନରେ ବିଜେଡି ସହ କଂଗ୍ରେସର ଲଢ଼େଇ ହୋଇଥିଲା। ଚଳିତ ନିର୍ବାଚନରେ ବିଜେଡି ଓ କଂଗ୍ରେସକୁ ପଛରେ ପକାଇବା ଉଦ୍ଦେଶ୍ୟ ରଖି ଭାଜପା ବିଜେଡିରୁ ବହିଷ୍କୃତ ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟମାନଙ୍କ ମଧ୍ୟରେ ଭାଜପା ଟିକେଟ ପାଇଁ ତୁଙ୍ଗନେତା ଡ. ଶମ୍ଭୁନାଥ ରାଉତ, ଯୁବ ନେତା ବିଚିତ୍ର ଚକ୍ର, ଯଜ୍ଞ ପ୍ରସାଦ ସାହୁ, ପୃଥ୍ବୀରାଜ କୁଅଁର, ସନ୍ତୋଷ ରାଉତ ଆଶାୟୀ ରହିଛନ୍ତି।
The post ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ! appeared first on Dharitri Odia News.