ଭାଜପାରେ ମିଶିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ,୨୮।୩: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ(୮୪) ଭାଜପାରେ ସାମିଲ ହୋଇଛନ୍ତି। କିଛି ଦିନ ପୂର୍ବେ ତାଙ୍କ ବ୍ୟବସାୟୀ ପୁଅ ନବୀନ ଜିନ୍ଦଲ ଭାଜପାରେ ସାମିଲ ହୋଇଥିଲେ। ଗୁରୁବାର ସାବିତ୍ରୀ କଂଗ୍ରେସରୁ ଇସ୍ତଫା ଦେଇ ପଦ୍ମର ସଦସ୍ୟତା ଗ୍ରହଣ କରିଛନ୍ତି। କହିରଖୁଛୁ, ସାବିତ୍ରୀଙ୍କ ପୁଅ ନବୀନ ୨୦୦୪-୧୪ ଯାଏ କଂଗ୍ରେସ ଏମ୍‌ପି ଭାବେ ଲୋକ ସଭାର କୁରୁକ୍ଷେତ୍ର ଆସନରୁ ନିର୍ବାଚନରେ ଛିଡ଼ା ହୋଇଥିଲେ। ଏହି […] The post ଭାଜପାରେ ମିଶିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ appeared first on Dharitri Odia News.

ଭାଜପାରେ ମିଶିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ,୨୮।୩: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ(୮୪) ଭାଜପାରେ ସାମିଲ ହୋଇଛନ୍ତି। କିଛି ଦିନ ପୂର୍ବେ ତାଙ୍କ ବ୍ୟବସାୟୀ ପୁଅ ନବୀନ ଜିନ୍ଦଲ ଭାଜପାରେ ସାମିଲ ହୋଇଥିଲେ। ଗୁରୁବାର ସାବିତ୍ରୀ କଂଗ୍ରେସରୁ ଇସ୍ତଫା ଦେଇ ପଦ୍ମର ସଦସ୍ୟତା ଗ୍ରହଣ କରିଛନ୍ତି।

କହିରଖୁଛୁ, ସାବିତ୍ରୀଙ୍କ ପୁଅ ନବୀନ ୨୦୦୪-୧୪ ଯାଏ କଂଗ୍ରେସ ଏମ୍‌ପି ଭାବେ ଲୋକ ସଭାର କୁରୁକ୍ଷେତ୍ର ଆସନରୁ ନିର୍ବାଚନରେ ଛିଡ଼ା ହୋଇଥିଲେ। ଏହି ଟିକେଟରୁ ପୁଣିଥରେ ସେ ଭାଜପା ଟିକେଟରୁ ଲଢ଼ିବେ। ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ହରିୟାଣାର ସମସ୍ତ ୧୦ ଆସନରେ ବିଜୟ ଲାଭ କରିଥିଲା। ଅପରପକ୍ଷେ ସାବିତ୍ରୀଙ୍କ ବିଷୟରେ କହିଲେ ସେ ହରିୟାଣାର ପୂର୍ବ ଭୂପିନ୍ଦର ସିଂ ହୁଡ୍ଡା ନେତୃତ୍ୱାଧୀନ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲେ। ୨୦୧୪ ଲୋକ ସଭା ନିର୍ବାଚନରେ ସେ ହିସାରରୁ ଭାଜପାର ଡା. କମଳ ଗୁପ୍ତାଙ୍କଠାରୁ ହାରି ଯାଇଥିଲେ।

The post ଭାଜପାରେ ମିଶିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ appeared first on Dharitri Odia News.