ଭାଜପାରେ ଯୋଗଦେବେ ଯୁବରାଜ! ଏହି ଆସନରୁ ଲଢିପାରନ୍ତି
ନୂଆଦିଲ୍ଲୀ,୨୨।୨:ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ରାଜନୀତିରେ ଗତ କିଛି ଦିନ ହେବ ଚର୍ଚ୍ଚାର ବଜାର ଗରମ ହୋଇଛି। ଅନେକ ନେତାଙ୍କ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗଦେବାର ଖବର ମଧ୍ୟ ରହିଛି। ଏହା ପୂର୍ବରୁ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇପାରନ୍ତି ବୋଲି ଆଲୋଚନା ହୋଇଥିଲା, କିନ୍ତୁ ସିଦ୍ଧୁ ଏହାକୁ ସଂପୂର୍ଣ୍ଣ ଭାବେ ଅସୱୀକାର କରିଥିଲେ। ଏବେ ରାଜନୈତିକ ସର୍କଲରେ ଏକ ଆଲୋଚନା […] The post ଭାଜପାରେ ଯୋଗଦେବେ ଯୁବରାଜ! ଏହି ଆସନରୁ ଲଢିପାରନ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨:ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ରାଜନୀତିରେ ଗତ କିଛି ଦିନ ହେବ ଚର୍ଚ୍ଚାର ବଜାର ଗରମ ହୋଇଛି। ଅନେକ ନେତାଙ୍କ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗଦେବାର ଖବର ମଧ୍ୟ ରହିଛି।
ଏହା ପୂର୍ବରୁ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇପାରନ୍ତି ବୋଲି ଆଲୋଚନା ହୋଇଥିଲା, କିନ୍ତୁ ସିଦ୍ଧୁ ଏହାକୁ ସଂପୂର୍ଣ୍ଣ ଭାବେ ଅସୱୀକାର କରିଥିଲେ। ଏବେ ରାଜନୈତିକ ସର୍କଲରେ ଏକ ଆଲୋଚନା ଚାଲିଛି ଯେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଭାଜପାରେ ଯୋଗ ଦେଇପାରନ୍ତି କିନ୍ତୁ କ୍ରିକେଟର ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହାଁନ୍ତି।
ଚର୍ଚ୍ଚା ହେଉଛି ଯେ ଲୋକ ସଭା ନିର୍ବାଚନ ପୂର୍ବରୁ ଯୁବରାଜ ଭାଜପାରେ ଯୋଗ ଦେଇପାରନ୍ତି ଏବଂ ତାଙ୍କୁ ଗୁରୁଦାସପୁର ଲୋକ ସଭା ଆସନରୁ ଫିଲ୍ଡିଂ କରାଯାଇପାରେ। ଗତ ଲୋକ ସଭା ନିର୍ବାଚନରେ ଅଭିନେତା ସନ୍ନି ଦେଓଲ ଗୁରୁଦାସପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ଏହି ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦେଓଲ ଆଗ୍ରହୀ ନୁହଁନ୍ତି, ଯେଉଁ କାରଣରୁ ଭାଜପା ଗୁରୁଦାସପୁର ଆସନ ପାଇଁ ନୂଆ ଚେହେରା ଖୋଜିବା ଆରମ୍ଭ କରି ଦେଇଛି। ଏହାପୂର୍ବରୁ ଏମ୍ପି ମନୀଷ ତିୱାରୀ ମଧ୍ୟ ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା।
The post ଭାଜପାରେ ଯୋଗଦେବେ ଯୁବରାଜ! ଏହି ଆସନରୁ ଲଢିପାରନ୍ତି appeared first on Dharitri Odia News.