ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ ଧରିଛନ୍ତି। ମନୀଷ କଶ୍ୟପ କହିଛନ୍ତି,ମୋର ଆଦର୍ଶ ଭାଜପାର ମେଳ ଖାଉଛି। ସେଥିପାଇଁ ମୁଁ ଭାଜପାରେ ଯୋଗଦେଇଛି। ମୁଁ ଭାଜପାରେ ଯୋଗଦେବାକୁ ଚାହୁଁ ନ ଥିଲି, କିନ୍ତୁ ଭାଜପା ନେତା ମନୋଜ ତିୱାରୀ ମୋ ମା’ଙ୍କୁ ଡାକି ମୋତେ ଭାଜପାରେ ଯୋଗଦେବାକୁ କହିଥିଲେ। ମୁଁ ମୋ ମା’ଙ୍କ କଥାକୁ ଏଡାଇ ପାରିବି […] The post ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ appeared first on Dharitri Odia News.

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ ଧରିଛନ୍ତି। ମନୀଷ କଶ୍ୟପ କହିଛନ୍ତି,ମୋର ଆଦର୍ଶ ଭାଜପାର ମେଳ ଖାଉଛି। ସେଥିପାଇଁ ମୁଁ ଭାଜପାରେ ଯୋଗଦେଇଛି। ମୁଁ ଭାଜପାରେ ଯୋଗଦେବାକୁ ଚାହୁଁ ନ ଥିଲି, କିନ୍ତୁ ଭାଜପା ନେତା ମନୋଜ ତିୱାରୀ ମୋ ମା’ଙ୍କୁ ଡାକି ମୋତେ ଭାଜପାରେ ଯୋଗଦେବାକୁ କହିଥିଲେ। ମୁଁ ମୋ ମା’ଙ୍କ କଥାକୁ ଏଡାଇ ପାରିବି ନାହିଁ।
ଆଗାମୀ ସମୟରେ ବିଧାନ ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଶା କରାଯାଉଛି। ୨୦୨୪ ଲୋକ ସଭା ନିର୍ବାଚନରେ ପଶ୍ଚିମ ଚମ୍ପାରନ ଲୋକ ସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।

The post ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ appeared first on Dharitri Odia News.