ଭାଜପାରେ ଯୋଗଦେଲେ ବିଜେଡି ଏମପିଙ୍କ ପ୍ରତିନିଧି
ପୋଲସରା, ୧୫/୫ (ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେଡି ଏମପି ପ୍ରତିନିଧି ମୋତିରାମ ସାହୁଙ୍କ ନେତୃତ୍ୱରେ ଲଙ୍ଗଳେଶ୍ବର ମନ୍ଦିର ନିକଟରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଭାଜପା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ ମୋତିରାମ, ପୂର୍ବତନ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ଓ ତାଙ୍କର ଶତାଧିକ ସମର୍ଥକ। ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ କର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ମୋତିରାମ ସାହୁ ଦଳ ଛାଡ଼ିଥିବା କହିଥିଲେ। […] The post ଭାଜପାରେ ଯୋଗଦେଲେ ବିଜେଡି ଏମପିଙ୍କ ପ୍ରତିନିଧି appeared first on Dharitri Odia News.
ପୋଲସରା, ୧୫/୫ (ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେଡି ଏମପି ପ୍ରତିନିଧି ମୋତିରାମ ସାହୁଙ୍କ ନେତୃତ୍ୱରେ ଲଙ୍ଗଳେଶ୍ବର ମନ୍ଦିର ନିକଟରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଭାଜପା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ ମୋତିରାମ, ପୂର୍ବତନ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ଓ ତାଙ୍କର ଶତାଧିକ ସମର୍ଥକ। ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ କର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ମୋତିରାମ ସାହୁ ଦଳ ଛାଡ଼ିଥିବା କହିଥିଲେ। ତାଙ୍କ ସହିତ ପବିତ୍ର ପ୍ରଧାନ, ଯଜ୍ଞ ନାରାୟଣ ସାହୁ, ଭାସ୍କର ନାହକ, ପଞ୍ଚୁ ଦାସ, ଅନନ୍ତ ବେହେରା, ଶଙ୍କର ବେହେରା (ପିଲା) ନାରାୟଣ ଦାଶ, ରାମକୃଷ୍ଣ ପ୍ରଧାନଙ୍କ ସମେତ ହଜାର ହଜାର କର୍ମୀଙ୍କୁ ଘୁମୁସର ଜିଲା ଭାଜପା ସଭାପତି ତଥା ପୋଲସରା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଓ ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ସୁଶ୍ରୀ ଆରତୀ ଦେବୀ ଉପସ୍ଥିତ ରହି ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରିଥିଲେ। ଏହି ସମୟରେ ସୁନିଲ ପାଢ଼ୀ, ସୁଶାନ୍ତ କୁମାର ମଲ୍ଲିକ, ବିଜୟ ଲେଙ୍କା,ନୀଳାଚଳ ପଣ୍ଡା, ପ୍ରସନ୍ନ କୁମାର ଡାକୁଆ, ମହେଶ୍ୱର ପରିଡ଼ା, ରାଜେନ୍ଦ୍ର ପାତ୍ର, ସୌମ୍ୟ ରଞ୍ଜନ ସାହୁ, କାମ୍ପ ବାଢେଇ, କାମଦେବ ପ୍ରଧାନ, କୃଷ୍ଣ ଚରଣ ପଟ୍ଟନାୟକ, ମଦନ ମହାରଣା, ବିଚିତ୍ର ସାହୁ, ମଣ୍ଟୁ ସାହୁ, ଶ୍ରୀକାନ୍ତ ଲେଙ୍କା,କୃଷ୍ଣଚନ୍ଦ୍ର ଦିକ୍ଷୀତ ସହିତ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ।
The post ଭାଜପାରେ ଯୋଗଦେଲେ ବିଜେଡି ଏମପିଙ୍କ ପ୍ରତିନିଧି appeared first on Dharitri Odia News.