ଭାଜପାରେ ସାମିଲ ହେବା ପରେ ଆସିଲା ସୁଜିତଙ୍କ ପ୍ରତିକ୍ରିୟା: ଇସ୍ତଫା ଦେବାର ବଡ଼ କାରଣ ଖୋଲିକି କହିଦେଲେ
ଭୁବନେଶ୍ୱର,୬।୯: ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି ସୁଜିତ କୁମାର । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ସୁଜିତ କହିଛନ୍ତି, ମୁଁ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଭାଜପାରେ ମିଶିଛି। ଆଜି ମୋ ପାଇଁ ଖୁସିର ଦିନ। ଏଥିସହ ତେବେ ଭାଜପାରେ ଯୋଗ ଦେବା ପରେ ନିଜ ଇସ୍ତଫାର କାରଣ ଖୋଲି କହିଛନ୍ତି […] The post ଭାଜପାରେ ସାମିଲ ହେବା ପରେ ଆସିଲା ସୁଜିତଙ୍କ ପ୍ରତିକ୍ରିୟା: ଇସ୍ତଫା ଦେବାର ବଡ଼ କାରଣ ଖୋଲିକି କହିଦେଲେ appeared first on Dharitri Odia News.
ଭୁବନେଶ୍ୱର,୬।୯: ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି ସୁଜିତ କୁମାର । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ସୁଜିତ କହିଛନ୍ତି, ମୁଁ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଭାଜପାରେ ମିଶିଛି। ଆଜି ମୋ ପାଇଁ ଖୁସିର ଦିନ। ଏଥିସହ ତେବେ ଭାଜପାରେ ଯୋଗ ଦେବା ପରେ ନିଜ ଇସ୍ତଫାର କାରଣ ଖୋଲି କହିଛନ୍ତି ସୁଜିତ କୁମାର। ସେ କହିଛନ୍ତି, ଦୁର୍ନୀତି ନେଇ ନେତା ନ ଶୁଣିବାରୁ ଦଳ ଛାଡ଼ିଲି।
ସେ ଟୁଇଟ୍ କରି କହିଛନ୍ତି, ମୋତେ ଦଳରେ ଅନାଦର କରାଯାଉଥିଲା। ଦଳ ଆଉ ମୋର ସେବା ଆବଶ୍ୟକ କରୁନଥିଲା ବୋଲି ଅନୁଭବ କଲି। ସେଥିପାଇଁ ଏଭଳି କଠିନ ନିଷ୍ପତ୍ତି ନେଲି ବୋଲି ସୁଜିତ କହିଛନ୍ତି।
ସୁଜିତ ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜ୍ରେ ସୂଚନା ଦିଆଯାଇଛି।
ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ସୁଜିତ ବିଜେଡିର ଜଣେ ଟାଣୁଆ ନେତା ଥିଲେ।
The post ଭାଜପାରେ ସାମିଲ ହେବା ପରେ ଆସିଲା ସୁଜିତଙ୍କ ପ୍ରତିକ୍ରିୟା: ଇସ୍ତଫା ଦେବାର ବଡ଼ କାରଣ ଖୋଲିକି କହିଦେଲେ appeared first on Dharitri Odia News.