ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ

ଭୁବନେଶ୍ୱର,୩୧।୩: ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ। ରବିବାର ଅପରାହ୍ନରେ ରାଜ୍ୟ ଭାଜପା କାର୍ଯ୍ୟାଳୟ ଆସି ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଶନିବାର ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କୋରେଇର ପୂର୍ବତନ ବିଧାୟକ ଆକାଶଙ୍କୁ ବିଜେଡି ଗତ ଥର ଟିକେଟ ଦେଇ ନ ଥିଲା। ଏଥର ବି ଦଳ ତାଙ୍କୁ ଟିକେଟ ନ ମିଳିବା ଦ୍ଵନ୍ଦରେ ସେ ଦଳ ପରିବର୍ତ୍ତନ କରିଥିବା କୁହାଯାଉଛି। ତେବେ ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ବାଭିମାନ ପାଇଁ […] The post ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ appeared first on Dharitri Odia News.

ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ

ଭୁବନେଶ୍ୱର,୩୧।୩: ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ। ରବିବାର ଅପରାହ୍ନରେ ରାଜ୍ୟ ଭାଜପା କାର୍ଯ୍ୟାଳୟ ଆସି ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଶନିବାର ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କୋରେଇର ପୂର୍ବତନ ବିଧାୟକ ଆକାଶଙ୍କୁ ବିଜେଡି ଗତ ଥର ଟିକେଟ ଦେଇ ନ ଥିଲା। ଏଥର ବି ଦଳ ତାଙ୍କୁ ଟିକେଟ ନ ମିଳିବା ଦ୍ଵନ୍ଦରେ ସେ ଦଳ ପରିବର୍ତ୍ତନ କରିଥିବା କୁହାଯାଉଛି। ତେବେ ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ବାଭିମାନ ପାଇଁ ମୁଁ ଦଳ ଛାଡିଛି ବୋଲି ଆକାଶ କହିଥିଲେ।

ସୂଚାନଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନରେ ଅଭିନେତାରୁ ବିଜେଡି ନେତା ସାଜି ଆକାଶ ପ୍ରଥମ ଥର କୋରେଇ ଆସନରୁ ବିଜୟୀ ହୋଇଥିଲେ। ହେଲେ ୨୦୧୯ରେ ଆକାଶଙ୍କୁ ଟିକେଟ ମିଳି ନ ଥିଲା। ବିଜେଡି ଟିକେଟ ପାଇ ଅଶୋକ ବଳ ବିଜୟୀ ହୋଇଥିଲେ। ଏହାପରେ ତାଙ୍କୁ ମୋ କଲେଜର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲା।

The post ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ appeared first on Dharitri Odia News.