ଭାଣିଜିକୁ ଅସଦାଚରଣ ପରେ ଗଳାକାଟି ଗହଣା ଲୁଟ୍‌, ଘଟଣାରେ ମାମୁଁ ଗିରଫ

ବ୍ରହ୍ମପୁର : ନିଜ ଭାଣିଜିଙ୍କୁ ଅସଦାଚରଣ କରିବା ସହ ଗଳାକାଟି ଅଳଙ୍କାର ଲୁଟ୍‌ ଘଟଣାରେ ବଡ଼ବଜାର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଶ୍ରୀକାନ୍ତ ପାତ୍ର(୨୭)। ସୂଚନାଯୋଗ୍ୟ ଯେ, ବଡ଼ବଜାର ଥାନା ଅଞ୍ଚଳରେ ଏକାକୀ ରହୁଥିବା ଜଣେ ଯୁବତୀଙ୍କୁ ତାଙ୍କ ମାମୁଁ ଶ୍ରୀକାନ୍ତ ପାତ୍ର ଅସଦାଚରଣ କରିଥିଲେ। ଗତ ଜାନୁଆରି ୨୭ତାରିଖରେ ଶ୍ରୀକାନ୍ତ ନିଜ ଭାଣିଜୀଙ୍କ ଘରକୁ ଯାଇ ସେ ଏକାକୀ ରହୁଥିବାର ସୁଯୋଗ ନେଇ ଅସଦାଚରଣ […]

ଭାଣିଜିକୁ ଅସଦାଚରଣ ପରେ ଗଳାକାଟି ଗହଣା ଲୁଟ୍‌, ଘଟଣାରେ ମାମୁଁ ଗିରଫ
Arrest

ବ୍ରହ୍ମପୁର : ନିଜ ଭାଣିଜିଙ୍କୁ ଅସଦାଚରଣ କରିବା ସହ ଗଳାକାଟି ଅଳଙ୍କାର ଲୁଟ୍‌ ଘଟଣାରେ ବଡ଼ବଜାର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଶ୍ରୀକାନ୍ତ ପାତ୍ର(୨୭)। ସୂଚନାଯୋଗ୍ୟ ଯେ, ବଡ଼ବଜାର ଥାନା ଅଞ୍ଚଳରେ ଏକାକୀ ରହୁଥିବା ଜଣେ ଯୁବତୀଙ୍କୁ ତାଙ୍କ ମାମୁଁ ଶ୍ରୀକାନ୍ତ ପାତ୍ର ଅସଦାଚରଣ କରିଥିଲେ। ଗତ ଜାନୁଆରି ୨୭ତାରିଖରେ ଶ୍ରୀକାନ୍ତ ନିଜ ଭାଣିଜୀଙ୍କ ଘରକୁ ଯାଇ ସେ ଏକାକୀ ରହୁଥିବାର ସୁଯୋଗ ନେଇ ଅସଦାଚରଣ କରିଥିଲେ। ଭାଣିଜୀ ଚିକ୍ରାର କରିବାରୁ ଶ୍ରୀକାନ୍ତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକୁ କାଟି ସେ ପିନ୍ଧିଥିବା ସୁନା ଚେନକୁ ନେଇଯାଇଥିଲେ। ଏଥିରେ ଯୁବତୀ ଜଣକ ଆହତ ହୋଇ ମେଡ଼ିକାଲରେ ଭର୍ତି ହୋଇଥିଲେ। ପରେ ଘଟଣାକୁ ନେଇ ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଘଟଣା ପରଠାରୁ ଏହି ମାମଲାରେ ଫେରାର ଥିବା ଅଭିଯୁକ୍ତ ଶ୍ରୀକାନ୍ତ ପାତ୍ରକୁ ପୁଲିସ ଶନିବାର ଗିରଫ କରି ରବିବାର କୋର୍ଟଚାଲାଣ କରିଛି।