ଭାବିଥିଲେ ମଳଦ୍ୱାର ଦେଇ ବାହାରିଯିବ ମୋବାଇଲ୍

ଘଟଣାଟି କର୍ଣ୍ଣାଟକାର। ପୂରା କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଭାବିଥିଲେ ମଳଦ୍ୱାର ଦେଇ ବାହାରିଯିବ ମୋବାଇଲ୍

ଘଟଣା ଏମିତି ଯେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ। କର୍ଣ୍ଣାଟକାର ଶିବମୋଗା ଜେଲ୍‌ରେ ଜଣେ ହତ୍ୟା ଅଭିଯୁକ୍ତ ଚାଲାକି କରି ଜେଲ୍‌ ଭିତରକୁ କିପ୍ୟାଡ୍‌ ମୋବାଇଲ ନେଇଯାଇଥିଲେ। କିନ୍ତୁ ପୁଲିସକୁ ଲୁଚାଇବାକୁ ଯାଇ ବାଧ୍ୟହୋଇ ମୋବାଇଲଟିକୁ ଗିଳି ଦେଇଥିଲେ। ସେ ଭାବିଥିଲେ ଯେ ମୋବାଇଲଟି ମଳଦ୍ୱାର ଦେଇ ବାହାରିଯିବ। କିନ୍ତୁ ସେମିତି ଘଟି ନଥିଲା। ଶେଷରେ ୨୦ ଦିନ ପରେ ହେଲା ଅପରେସନ୍‌।