ଭାରତ ଆଖି ଦେଖାଇବାରୁ ବାଟକୁ ଆସିଲା କାନାଡା, ପୋଲିସ ଅଫିସର ସସପେଣ୍ଡ
ଓଟାଓ୍ବା,୫।୧୧: ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ଆକ୍ରମଣ ଏବଂ ହିନ୍ଦୁମାନଙ୍କୁ ପିଟିବା ମାମଲାରେ କାନାଡା ପୋଲିସ ପ୍ରଥମ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ପିଲ ଆଞ୍ଚଳିକ ପୋଲିସ ଅଧିକାରୀ ସରୋଜ ହରିନ୍ଦର ସୋହିଙ୍କୁ ନିଲମ୍ବିତ କରାଯାଇଛି। ହରିନ୍ଦର ଏହି ଆକ୍ରମଣ କରିଥିବା ଖଲିସ୍ତାନ ସମର୍ଥକ ଗୋଷ୍ଠୀ ସହ ଅଂଶଗ୍ରହଣ କରୁଥିବା ଦେଖାଯାଇଥିଲା। ରବିବାର ହିନ୍ଦୁ ସଭା ମନ୍ଦିରରେ ହୋଇଥିବା ବିରୋଧର ଭିଡିଓରେ ତାଙ୍କୁ ଚିହ୍ନଟ କରାଯାଇଥିଲା। ଖଲିସ୍ତାନ ପତାକା ଧରି କ୍ୟାମେରାରେ ସରୋଜ […] The post ଭାରତ ଆଖି ଦେଖାଇବାରୁ ବାଟକୁ ଆସିଲା କାନାଡା, ପୋଲିସ ଅଫିସର ସସପେଣ୍ଡ appeared first on Dharitri Odia News.
ଓଟାଓ୍ବା,୫।୧୧: ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ଆକ୍ରମଣ ଏବଂ ହିନ୍ଦୁମାନଙ୍କୁ ପିଟିବା ମାମଲାରେ କାନାଡା ପୋଲିସ ପ୍ରଥମ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ପିଲ ଆଞ୍ଚଳିକ ପୋଲିସ ଅଧିକାରୀ ସରୋଜ ହରିନ୍ଦର ସୋହିଙ୍କୁ ନିଲମ୍ବିତ କରାଯାଇଛି। ହରିନ୍ଦର ଏହି ଆକ୍ରମଣ କରିଥିବା ଖଲିସ୍ତାନ ସମର୍ଥକ ଗୋଷ୍ଠୀ ସହ ଅଂଶଗ୍ରହଣ କରୁଥିବା ଦେଖାଯାଇଥିଲା।
ରବିବାର ହିନ୍ଦୁ ସଭା ମନ୍ଦିରରେ ହୋଇଥିବା ବିରୋଧର ଭିଡିଓରେ ତାଙ୍କୁ ଚିହ୍ନଟ କରାଯାଇଥିଲା। ଖଲିସ୍ତାନ ପତାକା ଧରି କ୍ୟାମେରାରେ ସରୋଜ ହରିନ୍ଦର ସୋହି କଏଦ ହୋଇଥିବା ବେଳେ ଅନ୍ୟମାନେ ଭାରତ ବିରୋଧୀ ସ୍ଲୋଗାନ ଦେଉଥିଲେ। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତରେ ବ୍ୟସ୍ତ ଅଛି।
ଅନ୍ୟପକ୍ଷରେ, ତାଙ୍କ ନିଲମ୍ବନ ପରେ ସୋସିଆଲ ମିଡିଆରେ ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି, ଯାହା ପରେ ପିଲ ଆଞ୍ଚଳିକ ପୋଲିସ ଆସୋସିଏସନ ତାଙ୍କୁ ସହାୟତା ଏବଂ ସୁରକ୍ଷା ପ୍ରଦାନ କରିଛି। ପିଲ ପୋଲିସର ମୁଖପାତ୍ର ରିଚାର୍ଡ ଚିନ କହିଛନ୍ତି, ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ ବିଷୟରେ ଆମେ ଅବଗତ ଅଟୁ ଯେଉଁଥିରେ ଏକ ପ୍ରଦର୍ଶନରେ ଜଡିତ ଥିବା ଜଣେ ଅଫ ଡ୍ୟୁଟି ପିଲ ପୋଲିସ ଦର୍ଶାଯାଇଛି। ଏହି ଅଧିକାରୀଙ୍କୁ କମ୍ୟୁନିଟି ସୁରକ୍ଷା ଏବଂ ପୋଲିସିଂ ଆକ୍ଟ ଅନୁଯାୟୀ ଅଭିଯୋଗ କରାଯାଇଛି। ଭିଡିଓରେ ଚିତ୍ରିତ ପରିସ୍ଥିତିର ଅନୁସନ୍ଧାନ କରାଯାଉଛି ଏବଂ ଏହି ଅନୁସନ୍ଧାନ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଅଧିକ ସୂଚନା ପ୍ରଦାନ କରାଯାଇ ପାରିବ ନାହିଁ।
The post ଭାରତ ଆଖି ଦେଖାଇବାରୁ ବାଟକୁ ଆସିଲା କାନାଡା, ପୋଲିସ ଅଫିସର ସସପେଣ୍ଡ appeared first on Dharitri Odia News.