ଭାରତ ଆସିବେ ଆମେରିକା ଉପରାଷ୍ଟ୍ରପତି

ସମାଜ ଡିଜିଟାଲ ଡେସ୍କ: ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଭାରତ ଗସ୍ତରେ ଆସିବେ। ଆସନ୍ତା ୧୮ ତାରିଖରୁ ୨୪ ତାରିଖ ମଧ୍ୟରେ ଭାନ୍ସ ସପରିବାର ଇଟାଲୀ ଏବଂ ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ସମୟରେ ବିଶ୍ଵସ୍ତରରେ ଦେଖାଦେଉଥିବା ଭୂରାଜନୈତିକ ସମସ୍ୟା ସମ୍ବନ୍ଧରେ […]

ଭାରତ ଆସିବେ ଆମେରିକା ଉପରାଷ୍ଟ୍ରପତି

ସମାଜ ଡିଜିଟାଲ ଡେସ୍କ: ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଭାରତ ଗସ୍ତରେ ଆସିବେ। ଆସନ୍ତା ୧୮ ତାରିଖରୁ ୨୪ ତାରିଖ ମଧ୍ୟରେ ଭାନ୍ସ ସପରିବାର ଇଟାଲୀ ଏବଂ ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।

ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ସମୟରେ ବିଶ୍ଵସ୍ତରରେ ଦେଖାଦେଉଥିବା ଭୂରାଜନୈତିକ ସମସ୍ୟା ସମ୍ବନ୍ଧରେ ଆଲୋଚନା ହେବାର ସମ୍ଭାବନା ରହିଛି। ଭାନ୍ସ ଏବଂ ତାଙ୍କ ପରିବାର ବିଭିନ୍ନ ଐତିହ୍ୟ ସ୍ଥଳ ପରିଦର୍ଶନ କରିବା ସହିତ ଦିଲ୍ଲୀ, ଜୟପୁର ଏବଂ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।