ଭାରତ-ଇଂଲଣ୍ଡ 'ଟେଷ୍ଟ୍' ଟକ୍କର୍; ଫିଲ୍ଡିଂ କରିବ ଭାରତ
ଟସ୍ ଜିତି ଇଂଲଣ୍ତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଯୁବ ତାରକା ଯଶସ୍ୱୀ ଜୟସ୍ୱାଲ ଓ ଶିକର ଭାରତ ଟିମ୍ରେ ସ୍ଥାନ ପାଇଛନ୍ତି । ପ୍ଲେଇଂ ଇଲେଭେନରେ ୩ ସ୍ପିନର, ୨ ପେସର୍ ଅଛନ୍ତି।
ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମୁକାବିଲା ଆଜି ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହେବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଜି ମୈଦାନକୁ ଓହ୍ଲାଇବ। ହେଲେ ଭେଟେରାନ ବ୍ୟାଟର୍ ବିରାଟ କୋହଲି ସିରିଜର ପ୍ରଥମ ଦୁଇଟି ମ୍ୟାଚ ଖେଳିବେ ନାହିଁ। ବ୍ୟକ୍ତିଗତ କାରଣରୁ ସେ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ମଧ୍ୟପ୍ରଦେଶ ବ୍ୟାଟର୍ ରଜତ ପାଟିଦାର ତାଙ୍କ ସ୍ଥାନରେ ଦଳରେ ଯୋଗ ଦେଇପାରନ୍ତି।
ତେବେ ଟସ୍ ଜିତି ଇଂଲଣ୍ତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଯୁବ ତାରକା ଯଶସ୍ୱୀ ଜୟସ୍ୱାଲ ଓ ଶିକର ଭାରତ ଟିମ୍ରେ ସ୍ଥାନ ପାଇଛନ୍ତି । ପ୍ଲେଇଂ ଇଲେଭେନରେ ୩ ସ୍ପିନର, ୨ ପେସର୍ ଅଛନ୍ତି। ବୋଲିଂରେ ଅଶ୍ୱିନ, ଜାଡେଜା, ଅକ୍ଷର, ବୁମରା ଓ ସିରାଜ ଅଛନ୍ତି। ଘରୋଇ ଟେଷ୍ଟ୍ ଶୃଙ୍ଖଳରେ ଭାରତ ଗତ ୧୦ ବର୍ଷ ଧରି ଆଧିପତ୍ୟ ବିସ୍ତାର କରି ଆସୁଛି। ୨୦୧୨-୧୩ ଋତୁରେ ଇଂଲଣ୍ଡ ୨-୧ରେ ଶୃଙ୍ଖଳା ଜିତିଥିଲା। କିନ୍ତୁ ଏହାପରଠୁ ଇଂଲଣ୍ଡ ଦୁଇଥର ଭାରତକୁ ଆସିଥିଲେ ମଧ୍ୟ ଉଭୟ ଥର ପରାଜୟର ସାମ୍ନା କରିଥିଲା।