ଭାରତ ଇଂଲଣ୍ତ ଦିନିକିଆ ମ୍ୟାଚ ପୂର୍ବରୁ ଟିକେଟ କଳାବଜାରୀ : ୩ ଗିରଫ

କନକବ୍ୟୁରୋ : ରବିବାର ବାରବାଟୀ ଷ୍ଟାଡିୟମରେ  ଖେଳାଯିବ ଦିନିକିଆ ମ୍ୟାଚ  , ସେହି ମ୍ୟାଚରେ ଟିକେଟ ନେବା ନେଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ,  କିନ୍ତୁ ଟିକେଟ ନେବା ପରେ ସେହି ଟିକେଟ ଏବେ ବଜାରରେ କଳାବଜାରୀ କରାଯାଉଥିବା ଦେଖିବାକୁ ମିଳିଛି  ସେହି ସମୟରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି .  କେବଳ ସେତିକି ନୁହେଁ କଳାବଜାରୀ ସମୟରେ ଟିକେଟ ଡିଲ ମଧ୍ୟ ଚାଲୁରହିଥିଲା , ସୁଚନା ଅନୁଯାୟୀ ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଆଜି ଭୁବନେଶ୍ବରରେ ପହଞ୍ଚିବେ  । ଉଭୟ ଦଳର ଖେଳାଳି ଗୁରୁବାର ପ୍ରଥମ ମ୍ୟାଚ ଖେଳିସାରି ନାଗରପୁରରୁ ସିଧାସଳଖ ଏଠାକୁ ଆସିବେ  । ସ୍ବତନ୍ତ୍ର ବିମାନ ରାତି ୭ଟା ୪୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରେ ଅବତରଣ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଖେଳାଳି ମାନଙ୍କୁ ହୋଟେଲକୁ ନିଆଯିବ ।  ଆଜି ବିଶ୍ରାମ ପରେ ଶନିବାର କଟକ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି। ଇଂଲଣ୍ଡ ଖେଳାଳି ମାନେ ଅପରାହ୍ନ ୧ଟାରୁ ୪ଟା ଯାଏଁ ଏବଂ ଭାରତୀୟ ଖେଳାଳି ୪ଟାରୁ ୮ଟା ପର୍ୟ୍ୟନ୍ତ ଅଭ୍ୟାସ କରିବେ ।  ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ହୋଟେଲକୁ ଫେରିବେ ଖେଳାଳି। ପରେ ରବିବାର ଦ୍ବିତୀୟ ଦିନିକିଆ ଖେଳିବା ପରେ ତୃତୀୟ ତଥା ଶେଷ ମ୍ୟାଚ ଖେଳିବାକୁ ପାଇଁ ଗୁଜୁରାଟ ଅଭିମୁଖେ ବାହାରିଯିବେ ଉଭୟ ଟିମ୍।   ସେପେଟେ ଦୁଇ ଦେଶର ଖେଳାଳି ଓଡ଼ିଶାରେ ପହଞ୍ଚ

ଭାରତ ଇଂଲଣ୍ତ ଦିନିକିଆ ମ୍ୟାଚ ପୂର୍ବରୁ ଟିକେଟ କଳାବଜାରୀ : ୩  ଗିରଫ

କନକବ୍ୟୁରୋ : ରବିବାର ବାରବାଟୀ ଷ୍ଟାଡିୟମରେ  ଖେଳାଯିବ ଦିନିକିଆ ମ୍ୟାଚ  , ସେହି ମ୍ୟାଚରେ ଟିକେଟ ନେବା ନେଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ,  କିନ୍ତୁ ଟିକେଟ ନେବା ପରେ ସେହି ଟିକେଟ ଏବେ ବଜାରରେ କଳାବଜାରୀ କରାଯାଉଥିବା ଦେଖିବାକୁ ମିଳିଛି  ସେହି ସମୟରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି . 

କେବଳ ସେତିକି ନୁହେଁ କଳାବଜାରୀ ସମୟରେ ଟିକେଟ ଡିଲ ମଧ୍ୟ ଚାଲୁରହିଥିଲା , ସୁଚନା ଅନୁଯାୟୀ ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଆଜି ଭୁବନେଶ୍ବରରେ ପହଞ୍ଚିବେ  । ଉଭୟ ଦଳର ଖେଳାଳି ଗୁରୁବାର ପ୍ରଥମ ମ୍ୟାଚ ଖେଳିସାରି ନାଗରପୁରରୁ ସିଧାସଳଖ ଏଠାକୁ ଆସିବେ  ।

ସ୍ବତନ୍ତ୍ର ବିମାନ ରାତି ୭ଟା ୪୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରେ ଅବତରଣ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଖେଳାଳି ମାନଙ୍କୁ ହୋଟେଲକୁ ନିଆଯିବ ।  ଆଜି ବିଶ୍ରାମ ପରେ ଶନିବାର କଟକ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି। ଇଂଲଣ୍ଡ ଖେଳାଳି ମାନେ ଅପରାହ୍ନ ୧ଟାରୁ ୪ଟା ଯାଏଁ ଏବଂ ଭାରତୀୟ ଖେଳାଳି ୪ଟାରୁ ୮ଟା ପର୍ୟ୍ୟନ୍ତ ଅଭ୍ୟାସ କରିବେ ।  ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ହୋଟେଲକୁ ଫେରିବେ ଖେଳାଳି। ପରେ ରବିବାର ଦ୍ବିତୀୟ ଦିନିକିଆ ଖେଳିବା ପରେ ତୃତୀୟ ତଥା ଶେଷ ମ୍ୟାଚ ଖେଳିବାକୁ ପାଇଁ ଗୁଜୁରାଟ ଅଭିମୁଖେ ବାହାରିଯିବେ ଉଭୟ ଟିମ୍।   ସେପେଟେ ଦୁଇ ଦେଶର ଖେଳାଳି ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି କମିଶନରେଟ୍ ପୁଲିସ ।

ଗୁରୁବାର ଅପରାହ୍ନରେ ।  କମିଶନରେଟ ପୋଲିସ ତରଫରୁ କାରକେଡ ରିହର୍ସାଲ କରାଯାଇଛି । କିପରି ଖେଳାଳି ମାନଙ୍କୁ ବିମାନ ବନ୍ଦରରୁ ହୋଟେଲକୁ ଏବଂ ସେଠାରୁ ଷ୍ଟାଡିୟମକୁ ନିଆଯିବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ।  

ସେହିପରି ଏହି ସ୍ବତନ୍ତ୍ର ଅତିଥି ମାନଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ରହିଛି ଭୁବନେଶ୍ବରର ହୋଟେଲ ମେ’ ଫେୟାର  ।  ପାରମ୍ପରିକ ନୃତ୍ୟଗୀତ ସାଙ୍ଗକୁ ଶଙ୍ଖନାଦରେ ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ସ୍ବାଗତ କରାଯିବ ।  ମାଣ୍ଡିଆରୁ ପ୍ରସ୍ତତ ମଣ୍ଡା ପିଠା ସାଙ୍ଗକୁ ଅନ୍ୟାନ୍ୟ ପିଠା, ମିଠା ଓ ଓଡ଼ିଆ ଘରର ସୁସ୍ବାଦୁ ବ୍ୟଞ୍ଜନ ଅତିଥି ମାନଙ୍କୁ ପରସାଯିବ  ।  ରହିବା ଠାରୁ ଆରମ୍ଭ କରି ଯିବା ଯାଏ ଖେଳାଳି ମାନଙ୍କ ଆଥିତେୟତାରେ ଯେଭଳି କୌଣସି ତ୍ରୁଟି ନହେବ ସେଉପରେ ବିଶେଷ ଧ୍ୟାନ ଦେଇଛନ୍ତି ହୋଟେଲ କର୍ତ୍ତୃପକ୍ଷ ।