ଭାରତ କିଣିବ ଅତ୍ୟାଧୁନିକ MQ-9B ଆର୍ମଡ୍ ଡ୍ରୋନ୍, ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

ଏହି ଡ୍ରୋନ୍‌ କିଣିବା ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ। ବିନା ଚାଳକରେ ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ରହିବ ତୀକ୍ଷ୍ଣ ନଜର।

ଭାରତ କିଣିବ ଅତ୍ୟାଧୁନିକ MQ-9B ଆର୍ମଡ୍ ଡ୍ରୋନ୍, ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

ଆମେରିକାଠାରୁ ଭାରତ କିଣିବ ଅତ୍ୟାଧୁନିକ MQ-9B ପ୍ରିଡେଟର ଆର୍ମଡ୍ ଡ୍ରୋନ୍ । ୩୧ଟି ପ୍ରିଡେଟର ଡ୍ରୋନ୍ କିଣିବା ଲାଗି ହୋଇଥିବା ଡିଲକୁ ଆମେରିକା ଅନୁମତି ଦେଇଛି। ଏଥିଲାଗି ଆନୁମାନିକ ବ୍ୟୟ ରହିଛି ପାଖାପାଖି ୪ ବିଲିଅନ ୟୁଏସ୍ ଡଲାର। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଡ୍ରୋନ୍ କିଣିବା ଲାଗି ଭାରତ ପ୍ରସ୍ତାବ ଦେଇଥିଲା। ଏବେ ବାଇଡେନ୍ ପ୍ରଶାସନ ଏହି ଡିଲକୁ ଅନୁମତି ଦେଇଛି।

ଏହି ଡ୍ରୋନ୍‌ କିଣିବା ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ। ବିନା ଚାଳକରେ ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ରହିବ ତୀକ୍ଷ୍ଣ ନଜର। ଉଚ୍ଚ ପାର୍ବତ୍ୟାଞ୍ଚଳ ଏବଂ ସମୁଦ୍ର ଉପରେ ମଧ୍ୟ ଏହି ଡ୍ରୋନ୍ ଦ୍ୱାରା ତୀକ୍ଷଣ ନଜର ରଖାଯାଇପାରିବ। ସମସ୍ତ ୩୧ଟି ଡ୍ରୋନ୍ ଇଣ୍ଡିନ୍ ଆର୍ମି, ନାଭି ଓ ବାୟୁସେନା ଦ୍ୱାରା ବ୍ୟବହାର କରାଯିବ। ଆମେରିକାରେ ଖଲ୍ଲିସ୍ତାନୀ ଆତଙ୍କବାଦୀ ଗୁରପ୍ରୀତ ସିଂ ପନ୍ନୁକୁ ହତ୍ୟା ଉଦ୍ୟମ ପ୍ରସଙ୍ଗରେ ଆମେରିକା ଏହି ଡ୍ରୋନ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିବା ନେଇ ନିକଟରେ ଗୁଜବ ସୃଷ୍ଟି ହୋଇଥିଲା। ଆଉ ଏହାରି ଭିତରେ ଡ୍ରୋନ୍ ଡିଲକୁ ଅନୁମତି ମିଳିବା ଭାରତ ପାଇଁ ଏକ ଭଲ ଖବର।