ଭାରତ-ଜିମ୍ବାଓ୍ବେ ଚତୁର୍ଥ ଟି-୨୦; ମ୍ୟାଚ୍ ଜିତି ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ମୁମ୍ବାଇ: ଶନିବାର ଭାରତ-ଜିମ୍ବାଓ୍ବେ ଚତୁର୍ଥ ଟି-୨୦ ମ୍ୟାଚ୍ । ଅପରାହ୍ଣ ସାଢ଼େ ୪ଟାରେ ଜିମ୍ବାଓ୍ବେର ହରାରେ ସ୍ପୋର୍ଟ୍ସ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଟି-୨୦ ଶୃଙ୍ଖଳାରେ ୨-୧ରେ ଥିବା ଟିମ୍ ଇଣ୍ଡିଆ ଚତୁର୍ଥ ମୁକାବିଲାକୁ ଜିତି ଶୃଙ୍ଖଳା କବଜା ଲକ୍ଷ୍ୟରେ ରହିଛି । ଏନେଇ ଶୁବମନ ସେନା ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ପ୍ରଥମ ମ୍ୟାଚକୁ ଛାଡ଼ି ଦେଲେ ପୂର୍ବ ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆ ଏକ ସନ୍ତୁଳିତ ଦଳ ଭାବେ ସିରିଜରେ ପ୍ରଭାବ ବିସ୍ତାର କରିଛି । ଖେଳାଳିଙ୍କ ବ୍ୟାଟିଂ ଏବଂ ବୋଲିଂ ଦମଦାର ରହିଛି । ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିଫଳ ହୋଇଥିଲା । ମାତ୍ର ଦ୍ବିତୀୟ ମୁକାବିଲାରେ ତ୍ରୁଟି ସୁଧାରି ନେଇଥିଲା ଦଳ । ଶୁବମନ ଗିଲଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଚମତ୍କାର ଖେଳି ମ୍ୟାଚ୍ ବିଜୟୀ ହୋଇଥିଲା । ଏବେ ଚତୁର୍ଥ ମ୍ୟାଚକୁ ଜିତି ସିରିଜ୍ ବିଜୟୀ ଲକ୍ଷ୍ୟରେ ରହିଛି ଦଳ । ଯୁବ ତାରକା ଅଭିଷେକ୍ ଶର୍ମା ଦ୍ବିତୀୟ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିଲେ । ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ନଜର ତାଙ୍କ ଉପରେ ରହିଥିବା ବେଳେ ସ୍ପିନ୍ ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦର ଏହି ଗସ୍ତରେ ୩ଟି ମ୍ୟାଚ ଖେଳି ୪.୫ ଇକୋନୋମି ସହ ୬ଟି ଓ୍ବିକେଟ୍ ନେଇଛନ୍ତି । ଏହି ପ୍ରଦର୍ଶନକୁ ଲକ୍ଷ୍ୟ ରଖି ଚୟନକର୍ତ୍ତା ତାଙ୍କୁ ଶ୍ରୀଲଙ୍କା ସିରିଜରେ ସ୍ଥାନ ଦେଇପାରନ୍ତି । ଅନ୍ତର୍ଜାତୀୟ ଟି-୨୦ ଫର୍ମାଟରେ ଆଉ ରୋହିତ୍ ଶର୍ମା ଓ
ମୁମ୍ବାଇ: ଶନିବାର ଭାରତ-ଜିମ୍ବାଓ୍ବେ ଚତୁର୍ଥ ଟି-୨୦ ମ୍ୟାଚ୍ । ଅପରାହ୍ଣ ସାଢ଼େ ୪ଟାରେ ଜିମ୍ବାଓ୍ବେର ହରାରେ ସ୍ପୋର୍ଟ୍ସ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଟି-୨୦ ଶୃଙ୍ଖଳାରେ ୨-୧ରେ ଥିବା ଟିମ୍ ଇଣ୍ଡିଆ ଚତୁର୍ଥ ମୁକାବିଲାକୁ ଜିତି ଶୃଙ୍ଖଳା କବଜା ଲକ୍ଷ୍ୟରେ ରହିଛି । ଏନେଇ ଶୁବମନ ସେନା ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ପ୍ରଥମ ମ୍ୟାଚକୁ ଛାଡ଼ି ଦେଲେ ପୂର୍ବ ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆ ଏକ ସନ୍ତୁଳିତ ଦଳ ଭାବେ ସିରିଜରେ ପ୍ରଭାବ ବିସ୍ତାର କରିଛି । ଖେଳାଳିଙ୍କ ବ୍ୟାଟିଂ ଏବଂ ବୋଲିଂ ଦମଦାର ରହିଛି ।
ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିଫଳ ହୋଇଥିଲା । ମାତ୍ର ଦ୍ବିତୀୟ ମୁକାବିଲାରେ ତ୍ରୁଟି ସୁଧାରି ନେଇଥିଲା ଦଳ । ଶୁବମନ ଗିଲଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଚମତ୍କାର ଖେଳି ମ୍ୟାଚ୍ ବିଜୟୀ ହୋଇଥିଲା । ଏବେ ଚତୁର୍ଥ ମ୍ୟାଚକୁ ଜିତି ସିରିଜ୍ ବିଜୟୀ ଲକ୍ଷ୍ୟରେ ରହିଛି ଦଳ । ଯୁବ ତାରକା ଅଭିଷେକ୍ ଶର୍ମା ଦ୍ବିତୀୟ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିଲେ । ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ନଜର ତାଙ୍କ ଉପରେ ରହିଥିବା ବେଳେ ସ୍ପିନ୍ ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦର ଏହି ଗସ୍ତରେ ୩ଟି ମ୍ୟାଚ ଖେଳି ୪.୫ ଇକୋନୋମି ସହ ୬ଟି ଓ୍ବିକେଟ୍ ନେଇଛନ୍ତି । ଏହି ପ୍ରଦର୍ଶନକୁ ଲକ୍ଷ୍ୟ ରଖି ଚୟନକର୍ତ୍ତା ତାଙ୍କୁ ଶ୍ରୀଲଙ୍କା ସିରିଜରେ ସ୍ଥାନ ଦେଇପାରନ୍ତି ।
ଅନ୍ତର୍ଜାତୀୟ ଟି-୨୦ ଫର୍ମାଟରେ ଆଉ ରୋହିତ୍ ଶର୍ମା ଓ ବିରାଟ୍ କୋହଲିଙ୍କୁ ଦେଖିବାକୁ ମିଳିବନି । ତେଣୁ ତାଙ୍କ ସ୍ଥାନରେ ଯଶସ୍ବୀ ଜୟସ୍ବାଲ୍ ସବୁଠୁ ଆଗରେ ରହିଛନ୍ତି । ଦ୍ବିତୀୟ ଓପନର ଭାବେ ଶୁବମନ ଗିଲ୍ ଓ ରୁତୁରାଜ୍ ଗାଏକ୍ବାଡଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଲାଗିରହିଛି । ସେପଟେ ଅଭିଷେକ୍ ଶର୍ମା ମଧ୍ୟ ଟିମ୍ ଇଣ୍ଡିଆ ମଜବୁତ୍ କରିବାରେ ଲାଗି ପଡ଼ିଛନ୍ତି । ସେହିପରି ଏହି ଶୃଙ୍ଖଳାରେ ସଞ୍ଜୁ ସାମସନ ଓ ଶୁବମ୍ ଦୁବେ ମଧ୍ୟରେ ଫାଇଦା ଉଠାଇବାକୁ ଚାହିଁବେ । ଟିମ୍ ଇଣ୍ଡିଆର ବୋଲିଂ ବିଭାଗର ଚମତ୍କାର ଖେଳ ପ୍ରଦର୍ଶନ କରୁଛି । ରବି ବିଷ୍ଣୋଇ ଗୁଗଲିରେ ବିରୋଧୀ ବ୍ୟାଟରଙ୍କୁ ଅଡ଼ୁଆରେ ପକାଉଛନ୍ତି । ଆଜିର ମ୍ୟାଚରେ ଆଓ୍ବେସ ଖାନଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସୁଯୋଗ ମିଳିପାରେ ।
ପ୍ରଥମ ମ୍ୟାଚରେ ଭାରତକୁ ହରାଇବା ପରେ ସିକନ୍ଦର ରାଜାଙ୍କ ନେତୃତ୍ବାଧୀନ ଜିମ୍ବାଓ୍ବେ ଟିମ୍ ଗତ ଦୁଇଟି ମ୍ୟାଚରେ ସେଫଳି କିଛି ଆଖିଦୃଶିଆ ଖେଳ ଦେଖାଇପାରିନାହିଁ । କେବଳ ବ୍ଲେସିଂ ମୁଜରବାନି ଓ ଡିଓନ ମାୟର୍ସ କିଛି ମାତ୍ରାରେ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ଚତୁର୍ଥ ମ୍ୟାଚ୍ ଟିମ୍ ଚମତ୍କାର ଖେଳ ଦେଇ ସିରିଜ୍ ବରାବର ଲକ୍ଷ୍ୟରେ ରହିବ ।