ଭାରତ ତୁଳନାରେ ଦୁବାଇରେ କେତେ ଶସ୍ତା ସୁନା? ସାଙ୍ଗରେ ଆଣିପାରିବେ ଏତିକି ଗ୍ରାମ
ନୂଆଦିଲ୍ଲୀ,୨୬।୭: ଦୁବାଇ ବିଶ୍ୱବ୍ୟାପୀ ଲୋକଙ୍କ ପାଇଁ ଏକ ସ୍ବର୍ଗ ସଦୃଶ। ଏହାର ଆଧୁନିକ ଅଟ୍ଟାଳିକା, ବିଳାସପୂର୍ଣ୍ଣ ଶପିଂ, ଚମକୁଥିବା ନାଇଟଲାଇଫ ଏବଂ ବୁର୍ଜ ଖଲିଫା ଭଳି ଦର୍ଶନୀୟ ସ୍ଥାନ ପାଇଁ ଏହା ବିଖ୍ୟାତ। ଏହା ବ୍ୟତୀତ ଦୁବାଇ ତା’ର ପ୍ରସିଦ୍ଧ ସୁନା ବଜାର ପାଇଁ ମଧ୍ୟ ଜଣାଶୁଣା, ଯେଉଁଥିପାଇଁ ଏହାକୁ ‘ସିଟି ଅଫ ଗୋଲ୍ଡ’ ମଧ୍ୟ କୁହାଯାଏ। ଦୁବାଇରେ ମିଳୁୁଥିବା ସୁନା ପ୍ରାୟତଃ ଆଫ୍ରିକୀୟ ଦେଶ, ତୁର୍କୀ, ସ୍ବିଜରଲ୍ୟାଣ୍ଡ ଏବଂ ରୁଷିଆରୁ ଆସେ। ଏହାକୁ କିଏ କିଣେ? […] The post ଭାରତ ତୁଳନାରେ ଦୁବାଇରେ କେତେ ଶସ୍ତା ସୁନା? ସାଙ୍ଗରେ ଆଣିପାରିବେ ଏତିକି ଗ୍ରାମ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୭: ଦୁବାଇ ବିଶ୍ୱବ୍ୟାପୀ ଲୋକଙ୍କ ପାଇଁ ଏକ ସ୍ବର୍ଗ ସଦୃଶ। ଏହାର ଆଧୁନିକ ଅଟ୍ଟାଳିକା, ବିଳାସପୂର୍ଣ୍ଣ ଶପିଂ, ଚମକୁଥିବା ନାଇଟଲାଇଫ ଏବଂ ବୁର୍ଜ ଖଲିଫା ଭଳି ଦର୍ଶନୀୟ ସ୍ଥାନ ପାଇଁ ଏହା ବିଖ୍ୟାତ। ଏହା ବ୍ୟତୀତ ଦୁବାଇ ତା’ର ପ୍ରସିଦ୍ଧ ସୁନା ବଜାର ପାଇଁ ମଧ୍ୟ ଜଣାଶୁଣା, ଯେଉଁଥିପାଇଁ ଏହାକୁ ‘ସିଟି ଅଫ ଗୋଲ୍ଡ’ ମଧ୍ୟ କୁହାଯାଏ।
ଦୁବାଇରେ ମିଳୁୁଥିବା ସୁନା ପ୍ରାୟତଃ ଆଫ୍ରିକୀୟ ଦେଶ, ତୁର୍କୀ, ସ୍ବିଜରଲ୍ୟାଣ୍ଡ ଏବଂ ରୁଷିଆରୁ ଆସେ। ଏହାକୁ କିଏ କିଣେ? ବିଶ୍ୱର ଖଣିଗୁଡ଼ିକରୁ ସୁନା ଆଣି ରିଫାଇନ କରାଯାଇ ଦୁବାଇରୁ ମୁଖ୍ୟତଃ ଭାରତ ଓ ଚୀନକୁ ବିକ୍ରି କରାଯାଏ, ଯେଉଁ ଦୁଇଟି ଦେଶ ବିଶ୍ୱରେ ସବୁଠୁ ଅଧିକ ସୁନା ବ୍ୟବହାର କରେ।
ଦୁବାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ?
ଦୁବାଇ ଜୁଏଲରୀ ଗ୍ରୁପ (DJG) ଦୁବାଇର ଗହଣା ବଜାରରେ ସୁନାର ସଠିକ ମୂଲ୍ୟ ର୍ନିଦ୍ଧାରଣ କରେ। ଅଧିକାଂଶ ଦୋକାନରେ ଦିନକୁ ୩ ଥର ନୂଆ ମୂଲ୍ୟ ସ୍କ୍ରିନରେ ପ୍ରଦର୍ଶିତ ହୁଏ। ୨୩ ଜୁଲାଇରେ ଦୁବାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ ଥିଲା ୧ ଗ୍ରାମ ପାଇଁ AED ୪୦୫.୨୫, ଅର୍ଥାତ ପ୍ରାୟ ୯,୫୨୩ ଟଙ୍କା। ସେହି ସମୟରେ ଭାରତରେ ଏହି ସୁନାର ମୂଲ୍ୟ ଥିଲା ପ୍ରାୟ ୯,୮୮୮ ଟଙ୍କା ପ୍ରତି ଗ୍ରାମ। ଯଦି ଆପଣ ଦୁବାଇରୁ ୨ ଲକ୍ଷ ଟଙ୍କାର (ପ୍ରାୟ ୨୦ ଗ୍ରାମ) ସୁନା କିଣନ୍ତି, ତେବେ ଆପଣ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇ ପାରିବେ। ଆଜି ଭାରତରେ ସୁନାର ମୂଲ୍ୟ ୯୯,୪୫୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ୨୦୨୫ରେ ପ୍ରଥମ ଥର ପାଇଁ ୨୩ ଜୁଲାଇରେ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା, ଯାହା ଏକ ରେକର୍ଡ।
ଦୁବାଇରୁ କେତେ ସୁନା ଆଣି ପାରିବେ?
ଦୁବାଇରୁ ସୁନା ଆଣିବା ସହଜ ନୁହେଁ, ଯଦି ଆପଣ ନିୟମ ପାଳନ ନକରନ୍ତି। ୬ ମାସରୁ ଅଧିକ ସମୟ ବାହାରେ ରହିଥିଲେ, ଆପଣ ୧ କିଲୋ ପର୍ଯ୍ୟନ୍ତ ସୁନା ଚେକ୍ଡ ବ୍ୟାଗରେ ଆଣିପାରିବେ, ଯଦି ଆପଣ ତାହା ସୂଚନା ଦେଇଛନ୍ତି ଏବଂ କଷ୍ଟମ ଡ୍ୟୁଟି ଦେଇଛନ୍ତି।
ଭାରତୀୟ ମହିଳାମାନେ ୪୦ ଗ୍ରାମ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନା ବିନା ଡ୍ୟୁଟିରେ ଆଣିପାରିବେ। ପୁରୁଷମାନେ ୨୦ ଗ୍ରାମ କିମ୍ବା ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୁନା ଆଣିପାରିବେ।୧୫ ବର୍ଷରୁ କମ ବୟସର ପିଲାମାନେ ମଧ୍ୟ ୪୦ ଗ୍ରାମ ପର୍ଯ୍ୟନ୍ତ ଗହଣା (୧ ଲକ୍ଷ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ) ବିନା ଡ୍ୟୁଟିରେ ଆଣିପାରିବେ। ମୋଟାମୋଟି ଜଣେ ଯାତ୍ରୀ କେବଳ ୧ କିଲୋ ସୁନା ଆଣିପାରିବେ। ଏୟାରପୋର୍ଟରେ ବିଲ ଓ ରସିଦ ଅବଶ୍ୟ ଦେଖାନ୍ତୁ।
ଦୁବାଇରେ ସୁନା ସତରେ ଶସ୍ତା କାହିଁକି?
ଦୁବାଇରେ ସୁନା ଭାରତ ତୁଳନାରେ ଶସ୍ତା କାରଣ ସେଠାରେ ଟ୍ୟାକ୍ସ ନାହିଁ। ଦୁବାଇରେ ସୁନା ଉପରେ GST ଲାଗେ ନାହିଁ, କେବଳ ୫% VAT (ଭ୍ୟାଟ) ଲାଗେ। କିନ୍ତୁ ଚିନ୍ତା କରିବାର କିଛି ନାହିଁ। ଦୁବାଇରେ ଆପଣ ଭ୍ୟାଟ୍ର ସମ୍ପୂର୍ଣ୍ଣ ରିଫଣ୍ଡ ଦାବି କରିପାରିବେ, କେବଳ ନିର୍ଦ୍ଧିଷ୍ଟ ସମୟ ସୀମାର ଧ୍ୟାନ ରଖିବାକୁ ପଡ଼ିବ।
କଷ୍ଟମ ଡ୍ୟୁଟି କେତେ?
ପୁରୁଷ: ୨୦ରୁ ୫୦ ଗ୍ରାମ ପାଇଁ ୩%, ୫୦ରୁ ୧୦୦ ଗ୍ରାମ ପାଇଁ ୬%, ୧୦୦ ଗ୍ରାମରୁ ଅଧିକ ପାଇଁ ୧୦%
ମହିଳା ଓ ପିଲା: ୪୦ରୁ ୧୦୦ ଗ୍ରାମ ପାଇଁ ୩%, ୧୦୦ରୁ ୨୦୦ ଗ୍ରାମ ପାଇଁ ୬%, ୨୦୦ ଗ୍ରାମରୁ ଅଧିକ ପାଇଁ ୧୦%
ବାଣିଜି୍ୟକ ବ୍ୟବହାର ପାଇଁ ସୁନା ଭାରତକୁ ଆସିଲେ GST, କୃଷି ଭିତ୍ତିଭୂମି ସେସ (AIDC) ଓ IGST ମଧ୍ୟ ଲାଗେ, ଯାହା ମୂଲ୍ୟକୁ ଆହୁରି ବଢ଼ାଇ ଦିଏ।
ଦୁବାଇରୁ ସୁନା କିଣିବା ଏକ ଲାଭଜନକ ବିକଳ୍ପ ହୋଇପାରେ, କିନ୍ତୁ ନିୟମ ଓ କଷ୍ଟମ ଡ୍ୟୁଟିର ଧ୍ୟାନ ରଖିବା ଜରୁରୀ।
The post ଭାରତ ତୁଳନାରେ ଦୁବାଇରେ କେତେ ଶସ୍ତା ସୁନା? ସାଙ୍ଗରେ ଆଣିପାରିବେ ଏତିକି ଗ୍ରାମ appeared first on Dharitri Odia News.